ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

ରୁପ୍ରା,୪/୧୨(ମନିସ): କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ ସହିତ ରୁପ୍ରା ଗ୍ରାମରେ ନବ ନିର୍ମିତ ହୋଇଥିବା ସମାଜର ଇଷ୍ଟଦେବୀ ମା’ ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ରୁପ୍ରା ସାପ୍ତାହିକ ବଜାର ପଡିଆ ପରିସରରେ ଅନୁଷ୍ଠିତ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବର ପ୍ରଥମ ଅଧିବେଶନରେ ଜିଲ୍ଲା ସଭାପତି ନୀଳମଣି ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ତୈଳିକ ରାଠୋର ମହାସଭା ଜାତୀୟ ସାଧାରଣ ସଂପାଦକ ସତିଶ ଗାନ୍ଧୀ, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ଯୁବ ସଚିବ ବୀରବର ସାହୁ, ସମ୍ମାନିତ ଅତିଥି ଭାବେ ଉପ ସଭାପତି ପଦ୍ମଲୋଚନ ସାହୁ, ଜାତୀୟ ସାଧାରଣ ସଂପାଦକ ବିଷ୍ଣୁ ସାହୁ, ଢେଙ୍କାନାଳ ଜିଲ୍ଲାର ଅକାରଣ ସାହୁ, ରାୟପୁର ଅଞ୍ଚଳରୁ ଧନିରାମ ସାହୁ ଓ ରାଜେନ୍ଦ୍ର ସାହୁ ଯୋଗଦାନ କରି ସମାଜକୁ ଦିଗଦର୍ଶନ ଦେଇଥିଲେ । ଜିଲ୍ଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ ବିବରଣୀ ପଠନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭା ମଞ୍ଚରେ ନେଗୀ କୈ।ଦଣ୍ଡ ସାହୁ, ବେହେରା ଜିତେନ୍ଦ୍ର ସାହୁ ଓ ସମାଜର ନର୍ଲା ବ୍ଲକ ସଭାପତି ରବିନ୍ଦ୍ରନାଥ ସାହୁ ମଞ୍ଚାସୀନ ରହିଥିଲେ । ସମାଜର ମ.ରାମପୁର ବ୍ଲକ ସଭାପତି ରୋମାଞ୍ଚ ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ଲକ୍ଷ୍ମୀ ପ୍ରସାଦ ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ ଶତବାର୍ଷିକୀ ଉତ୍ସବ ଉପରେ କହିଥିଲେ । କବି କୁଳମଣି ସାହୁ ଓ ସୁଶ୍ରୀ ଲିପି ସାହୁ ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ସଂଚାଳନ କରିଥିଲେ ଦୁର୍ଗାପ୍ରସାଦ ସାହୁ । ହୃଷିକେଶ ସାହୁ ଓ ଜଗମୋହନ ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସେହିପରି ହୃଷିକେଶ ସାହୁ ଙ୍କ ସହଯୋଗୀତାରେ ସମାଜର ଝୀଅ ମାନଙ୍କୁ ନେଇ ନୃତ୍ୟ ଓ ଗୀତ ସାଂସ୍କୃତିକ ପରିବେଷଣ ହୋଇଥିଲା ।

      ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ଜିଲ୍ଲା ସଭାପତି ନୀଳମଣି ସାହୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା ଯୋଗଦାନ କରି ସମାଜର ସଂସ୍କୃତି, ଐତିହ୍ୟ, ପରମ୍ପରା କୁ ରକ୍ଷାକରି ଶତବାର୍ଷିକୀ ଉତ୍ସବ ପାଳନ କରୁଛି ବୋଲି କହିବା ସହ ସମାଜର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡାକ୍ତର ଦୀନବନ୍ଧୁ ସାହୁ, ସମ୍ମାନୀତ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି‌, ଜିଲ୍ଲା ପରିଷଦ ସଭ୍ୟ ନମ୍ରତା ସାହୁ ଓ ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ଶ୍ୟାମସୁନ୍ଦର ସେନାପତି ମଞ୍ଚାସୀନ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୁପ୍ରା ମଣ୍ଡଳ ସଭାପତି ହୃଷିକେଶ ସାହୁଙ୍କ ସମେତ ରୁପ୍ରା ଓ ଭାଲୁକଟା ଗ୍ରାମ୍ୟ କମିଟି ସଭାପତି,ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ପୃଷେଟ,କାର୍ଜି,ପୁନିଆ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଜିଲ୍ଲା କମିଟି ଆଇନ ପରାମର୍ଶଦାତା ସତ୍ୟ ନାରାୟଣ ସାହୁ ମଞ୍ଚ ସଂଚାଳନ କରିଥିଲେ । ଜିଲ୍ଲା କମିଟି ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ, ପ୍ରଦୀପ ସାହୁ, ଜିଲ୍ଲା ସଂପାଦକ ଉଜ୍ବଳ ସାହୁ, ଖୁସିରାମ ସାହୁ,ଟିକୁନୁ ସାହୁ, ରୋମାଞ୍ଚ ସାହୁ,ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ସଭା ମଞ୍ଚ ସଂଚାଳନ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ସାମ୍ବାଦିକତା କ୍ଷେତ୍ରରେ କେସିଙ୍ଗା ବ୍ଲକ ‘ପ୍ରମେୟ’ ପ୍ରତିନିଧି ଗଜିନ୍ଦ୍ର ସାହୁ, ସାମ୍ବାଦିକ ଶିବପ୍ରସାଦ ସାହୁ ଓ ପ୍ରଦୀପ ସାହୁ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଗତବର୍ଷ ଦଶମ ଶ୍ରେଣୀରେ ସର୍ବାଧିକ ମାର୍କ ରଖି କୃତିତ୍ୱ ହାସଲ କରିଥିବା ୪ ଜଣ ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମାଜସେବୀ କ୍ଷେତ୍ରରେ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । 

     ଏହି ଅବସରରେ ଶନିବାର ଅପରାହ୍ନରେ ରୁପ୍ରା ଗ୍ରାମର ଶତାଧିକ ମହିଳା ମାନଙ୍କୁ ନେଇ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠା ହୋଇଥିବା ନବ ନିର୍ମିତ ମା’ ଙ୍କ ମନ୍ଦିର ପରିସରରୁ ଶତାଧିକ ମହିଳା ଏକତ୍ରିତ ହୋଇ ଏକ ବିରାଟ କଳସ ଶୋଭାଯାତ୍ରାରେ ବାହାରି ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ରୁପ୍ରା ସୂନାମୁହିଁ ସାଗରକୁ ପାଣି ଆଣିବା ନିମନ୍ତେ ଯାଇଥିଲେ। ଉକ୍ତ ସାଗରରେ ପୂଜାର୍ଚ୍ଚନା କରିବା ପରେ କଳସୀରେ ପାଣି ଧରି ଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ। ମୁଖ୍ୟ ପୂଜକ ରମେଶ ଚନ୍ଦ୍ର ମିଶ୍ର ଓ ସହଯୋଗୀ ପୂଜା ବିଧି କରୁଥିବା ବେଳେ କର୍ତ୍ତା ଚନ୍ଦ୍ରଧ୍ୱଜ ସାହୁ ଓ ତାଙ୍କ ପତ୍ନୀ ନିବେଦିତା ସାହୁ ରହିଛନ୍ତି। ଏଥିପାଇଁ ଶନିବାର ଦିନ ଅଧିବାସ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ସକାଳୁ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ରତ୍ନ ମୁଦ ହୋଇଥିଲା ଓ ସୋମବାର ଦିନ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଆଜି ଅପରାହ୍ନରେ ନାମ ଯଜ୍ଞ ର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଚଳିତ ୭ ତାରିଖ ବୁଧବାର ପର୍ଯ୍ୟନ୍ତ ନାମଯଜ୍ଞ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏହି ଅବସରରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ରୁପ୍ରା ଭାଲୁକଟା ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମାଜର ସମସ୍ତ ମହିଳା ଓ ପୁରୁଷ ତଥା ଯୁବଗୋଷ୍ଠୀ ସାମିଲ୍ ହୋଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

କବିତା – ଜାଗରଣ

Sunil Chandra Nayak

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ପବିତ୍ର ରକ୍ଷାବନ୍ଧନ

Sunil Chandra Nayak

ଆଜାଦି କୀ ଅମୃତମହୋତ୍ସଵ ଅବସରରେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଡ଼ିଲା ସ୍ୱଚ୍ଛତା ରଥ

Sunil Chandra Nayak

Leave a Comment

error: Content is protected !!