ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିରାଜ ଶବର ପ୍ରଧାନଙ୍କ ବିୟୋଗ

 ବୌଦ୍ଧ – 04 -12- ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଖଣ୍ଡପଡା ଗ୍ରାମର କବିରାଜ ଶବର ପ୍ରଧାନ (93) ଗୁରୁବାର ସକାଳ 6:35 ଟା ସମୟରେ ବିୟୋଗ ଘଟିଛି l ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ହେଉଥିବା ସମୟରେ ମୃତ୍ୟୁ ବରଣ କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ 93 ବର୍ଷ ହୋଇଥିଲା l ସେ ଜଣେ କବିରାଜ ରହି ମୁଣ୍ଡାପଡା, ବଢ଼ିଗାଁ, ପଦ୍ମନପୁର, ବ୍ରlହ୍ମଣିପାଲି ତଥା ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମରେ ଲୋକଙ୍କୁ ଚିକିତ୍ସା କରିଥିଲେ l ଏହା ସହ ସମାଜ ସେବା କରିବା ସହ ନିଜସ୍ୱ ହାତରୁ ଗ୍ରାମରେ ଏକ ଶିବ ମନ୍ଦିର ନିର୍ମାଣ କରିଛନ୍ତି l ସେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି,, ପରୋପକାରୀ, ମିଷ୍ଠlଭାସି ବ୍ୟକ୍ତି ଭାବରେ ଅଞ୍ଚଳରେ ଜଣାଶୁଣା ଥିଲେ l ଏହା ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ସେ ଯଡିତ ଥିଲେ l ତାହାଙ୍କ ବିୟୋଗ ବୌଦ୍ଧ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି l ମୃତ୍ୟୁ ବେଳକୁ ତାଙ୍କ ପୁତ୍ର ବଙ୍କିମ ପ୍ରଧାନ, ଝିଅ, ଜ୍ୱାଇଁ, ନାତି,ନାତୁଣୀ ଉପସ୍ଥିତ ଥିଲେ l ପୁରୀ ସ୍ୱର୍ଗ ଦ୍ଵାର ଠାରେ ତାଙ୍କର ଅନ୍ତିମ ସଂସାର କରାଯାଇଥିବା ବେଳେ ପୁଅ ବଙ୍କିମ ମୁଖାଗ୍ନି ଦେଇଥିଲେ l ଏହା ସହ ସୋମବାର ତାଙ୍କ ଧର୍ମପତ୍ନୀ ତୁଳସୀ ପ୍ରଧାନଙ୍କ ବିୟୋଗ ମଧ୍ୟ ହୋଇଯାଇଛି l ଅଳ୍ପ ସମୟ ମଧ୍ୟରେ ଦୁଇ ଜଣଙ୍କ ବିୟୋଗ ହୋଇଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ପବିତ୍ର ରଥଯାତ୍ରା ଅବସରରେ ଜଗତସିଂହପୁର ପ୍ରଧାନ ଡାକଘରେ ଜାରିହେଲା ବିଶେଷ ରଦ୍ଦକରଣ ଷ୍ଟାମ୍ପ

Leave a Comment

error: Content is protected !!