ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଭିନ୍ନକ୍ଷମ ଦିବସ ଅବସରରେ ଅନ୍ତର୍ନିବାସ ଗୋଷ୍ଠି ସାଧନ କେନ୍ଦ୍ର ଶୁଭାରମ୍ଭ

କୋକସରା,୪/୧୨- ଡିସେମ୍ବର ୩ ତାରିଖକୁ ବିଶ୍ୱ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଥିବା ଏହି ଅବସରରେ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଶନିବାର କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଗୋଷ୍ଠି ଅନ୍ତନିର୍ବେଶି ଶିକ୍ଷା ତାଲିମ ସାଧନ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଏହି ଅବସରରେ ନୋଡାଲ ସିଆରସି ବୈକୁଣ୍ଠ ଜାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠି ଶିକ୍ଷା ବିଭାଗ ଅଧିକାରୀ ବିଆରସିସି ତୋଫାନ ମାଝୀ ଉପସ୍ଥିତ ରହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଓ ଶିକ୍ଷା ବିଭାଗ ଦ୍ୱାରା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ଉପରେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ କାଉଡୋଳା ସିଆରସିସି ସୁମନ୍ତ ପ୍ରସାଦ ଠାକୁର ,ଦର୍ଲିପଡା ସିଆରସିସି ସୁବାସ ଚନ୍ଦ୍ର ବାଗ, ଟେମରା ସିଆରସିସି ସଂଜୟ କୁମାର ପୁଝାରି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ସମେତ ତାଙ୍କ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ବିଆରପି ଧନୁର୍ଯ୍ୟ ଗହୀର ଓ ଆଶିଷ କୁମାର ସାହୁ, ଯୁଗେଶ୍ୱର ବିଶି, ସାଧୁରାମ ପଟେଲ, ସୁଶାନ୍ତ ବେହେରା, ଈଶ୍ୱର ଛାତ୍ରୀଆ, ନରେନ୍ଦ୍ର ନାଏକ, ବିଶ୍ୱେଶ୍ୱରୀ ପଣ୍ଡା, ଦୁଶିଳା ମାଝୀ ପ୍ରମୁଖ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କବିତା – ନଦୀ ଓ ବଟ ବୃକ୍ଷ

Sunil Chandra Nayak

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ….ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ ଅଭିଯୋଗ

ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!