ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ କିନ୍ନରଙ୍କ ସହ ଝିଅର ଜନ୍ମଦିନ ପାଳନ କଲେ

ନବରଙ୍ଗପୁର; ସ୍ଥାନୀୟ ରାଜୁଶାହି ସ୍ଥିତ ନିଜସ୍ୱ ବାସଭବନରେ ସମାଜସେବୀ ଦିଲୁ ପଣ୍ଡା ଝିଅର ଜନ୍ମଦିନକୁ ଏକ ଭିନ୍ନ ଧରଣର ପାଳିଛନ୍ତି। ଏହି ଜନ୍ମଦିନ ପାଳନ କରିବା ପାଇଁ ସେ ନବରଙ୍ଗପୁର ଜିଲ୍ଲା କିନ୍ନର ସଙ୍ଘର ସଦସ୍ୟ ମାନଙ୍କୁ ଆମନ୍ତ୍ରଣ କରିଥିଲେ। କିନ୍ନର ମାନେ ଆସି ଶ୍ରୀ ପଣ୍ଡାଙ୍କ ଝିଅ କୁ ଆଶ୍ରିବାଦ କରିଥିଲେ। ଏହି ଅବସରରେ କିନ୍ନର ମାନଙ୍କୁ ଉପହାର ଦେବା ସହ ଶାଢ଼ୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କିନ୍ନର ମାନଙ୍କୁ ଆମନ୍ତ୍ରଣ କରି ଏପରି ଅଭିନବ ଢ଼ଙ୍ଗରେ ଜନ୍ମଦିନ ପାଳନ କରିଥିବା ହେତୁ ଜିଲ୍ଲା କିନ୍ନର ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ସହରର ବୁଦ୍ଧିଜୀବି ଓ ଜନସାଧାରଣ ଶ୍ରୀ ପଣ୍ଡାଙ୍କ ଏଭଳି ପ୍ରୟାସ କୁ ପ୍ରସଂଶା କରୁଛନ୍ତି।ଜନ୍ମ ଦିନ ପାଳନ ଅବସରରେ ଶ୍ରୀ ପଣ୍ଡାଙ୍କ ଧର୍ମପତ୍ନୀ ଲିପି ପଣ୍ଡା ସମେତ ସମସ୍ତ ପରିବାର ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ବି କେତେକ ପରିବାର ଆଶ୍ରିବାଦ ନିମନ୍ତେ କିନ୍ନର ମାନଙ୍କୁ ନିମନ୍ତ୍ରଣ କରୁଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ପ୍ରଶାନ୍ତ ଦାଶ ପାଇବେ ‘ଯୁବ ଲେଖକ ପୁରସ୍କାର’

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା “ଗୋବିନ୍ଦ “

Sunil Chandra Nayak

ପ୍ରେମଲତା ଙ୍କ କବିତା ସ୍ରୋତ

Sunil Chandra Nayak

Leave a Comment

error: Content is protected !!