ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଇଲାରି ପଞ୍ଚାୟତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନବରଙ୍ଗପୁର—-(ମସିହା)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ପଞ୍ଚାୟତରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଉକ୍ତ ଟୁର୍ଣାମେଣ୍ଟରେ ୪ ଦଳ ଭାଗ ନେଇଥିଲେ। ଵିଜେତା ଦଳ କେନ୍ଦୁଗୁଡା ଉପବିଜେତା ଦଳ ସରାଗୁଡା ହୋଇ ଥିଲେ ।ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଚନ୍ଦ୍ରି ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମ ବିଜେତା ଟିମ୍ କୁ ଟ୍ରଫି ସହ ୫ସହ ଟଙ୍କା ପ୍ରଦାନ କରିଥିଲେ। ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ଭତ୍ରା ଉପ ବିଜେତା ଟିମ୍ କୁ ଟ୍ରଫି ସହ ୩ସହ ଟଙ୍କା ପ୍ରଦାନ କରିଥିଲେ । ଅତିଥି ବୃଦ୍ଧ ମାନଙ୍କ ମଧ୍ୟରେ ଭୈରବ ସିଙ୍ଗ ମାଝୀ,ଇଶ୍ଵର ମାଝୀ,ଚୈତନ୍ୟ ଭତ୍ରା, ମନୁ ଭତ୍ରା,ଲାଇବାନ ଭତ୍ରା,କପୁର ଚନ୍ଦ୍ର ମାଝୀ, ସୋମନାଥ ଭତ୍ରା, ସୁକଦେବ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ।କୋଇଲାରୀ ବିଦ୍ୟାଳୟ କ୍ରିଡା ଶିକ୍ଷକ ପୁରୋହିତ ବାଗ ଟୁର୍ଣାମେଣ୍ଟ୍ ଖେଳକୁ ଅତି ସୁନ୍ଦର ଭାବେ ପରିଚାଳନା କରି ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ସମ୍ପର୍କର ଡୋରୀ

Sunil Chandra Nayak

ପିତବାସପୁର ସ୍କୁଲ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!