ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ଆସିଲାନି ଶୀତ 

ଆସିଲାନି ଶୀତ 

                      କବିତା ସାହୁ 

ଶୀତବାସ ସବୁ ସଫା କରି
ସାଇତି ଥିଲି।
ଏ ବର୍ଷ ପ୍ରବଳ ଶୀତ ହେବ
ସୁଚନା ପାଇଥିଲି।
ରେଡିଓ ଦୂରଦର୍ଶନ ରେ 
ଘନ ଘନ ପ୍ରଚାର। 
ଡରି ଯାଇଥିଲି କୋରାପୁଟ ଥଣ୍ଡା
ଅଙ୍ଗେ ଲିଭେଇଛି ଦୀର୍ଘ 
ଏକୋଇଶ ବରଷର।
କମଳ,କନ୍ଥା ,ଚାଦର, ସୁଇଟର 
ମଫଲର ଦାନ୍ତ ନିକୁଟେଇ 
ହସୁଥିଲେ କିରି କିରି। 
ଚାରି ମାସ ପଙ୍ଖା, କୁଲର,ଏସି କୁ 
ମିଳିବ ବିଶ୍ରାମ। 
କରେଣ୍ଟ ବିଲ ବହୁତ କମ୍ ଆସିବ
ଭାବି ହେଉଥିଲି ମନେ ଖୁସି।
ଅଳସୀ ଫୁଲରେ ଆମ୍ବ ବଉଳରେ
କିଆ କେତକୀରେ,ଶିଶିର ବିନ୍ଦୁରେ
ନୂଆବୋହୁର ଅଳତା ପାଦରେ 
ଆସିଲାନି ଏ ସନ ଶୀତ।
ଦାନ୍ତରେ ଦାନ୍ତ ବାଜିଲାନି 
ଥରଥର ହାତଗୋଡ ହେଲାନି। 
କାଠିକୁଟା ଏକାଠି କରି ଗାଆଁ 
ଦାଣ୍ଡରେ ନିଆଁ ପୁଆଁ ହେଲାନି।
ସବୁଦିନ ପରି ମାଗୁଣି ମାଆ 
ଦାଣ୍ଡ ଖରକୁଛି 
ରାତି ନ ପାହୁଣୁ।
ଦନେଇ ଅଜା ହାଇ ମାରୁଛି 
ଅଳସ ଭାଙ୍ଗି ବିନା କଫଟ, 
ଚାଦର, ସୁଇଟର ରେ।
ବୁଲା କୁକୁରଙ୍କ ଶୁଭୁ ନାହିଁତ କୁଁ କାଁ ଶବଦ
ଶୀତ ବି ଲାଜେଇ ଗଲା।
ଏ ଅଲାଜୁକ ମଣିଷ ବୁଦ୍ଧିରେ 
ଆଧୁନିକତାରେ ଋତୁ ସବୁ 
ବଦଳି ଗଲାଣି। 
ଶୀତ ବାଟ ହୁଡି ଚାଲିଗଲା ତା ବାଟରେ
ଶୀତ ଅନୁଭୂତି ଗ୍ରୀଷ୍ମ ର ଯାତନା ଦେଲାଣି। 

        ଜୟପୁର     କୋରାପୁଟ

Related posts

ଧୋବେନପଡା ମା ହିଙ୍ଗୁଳା ଦେବୀ ଙ୍କ ଝାଞ୍ଜିମଡା ଯାତ୍ରା ମହୋତ୍ସବ ପାଳିତ

କୋକସରା ବ୍ଲକରେ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ଦାଦନ ଶ୍ରମିକ ସମସ୍ୟା ଦୁର ପାଇଁ ଯୁବକ ଙ୍କ ପଦ ଯାତ୍ରା

Sunil Chandra Nayak

Leave a Comment

error: Content is protected !!