ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲକପୁରରେ କଳସ ଶୋଭାଯାତ୍ରା

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଗ୍ରାମ ପଞ୍ଚାୟତର ଚିଲକ ପୁର ଗ୍ରାମରେ ଲଷ୍ମୀ ପୂଜା ପାଳନ ଅବସରରେ ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ସଂକୀର୍ତ୍ତନ ,ଘଣ୍ଟ ଓ ଶଙ୍ଖ ନାଦରେ ଏକ ବିରାଟ କଳସ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ହାତୀ ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ ।ଏଥିରେ କର୍ତ୍ତା ଭାବରେ ଗଣେଶ ଗହୀର ଏବଂ ତାଙ୍କ ପତ୍ନୀ ସତ୍ୟଭାମା ଗହୀର ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ମୁଖ୍ୟ ପୂଜକ ଭାବରେ ଆଶୁତୋଷ ମୁଣ୍ଡ ଏବଂ ବିଲୁ ପାଢ଼ୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିରେ ଆୟୋଜକ କମିଟିର ସଭାପତି ଜଗଦୀଶ ଗହୀର ,ଉପସଭାପତି ଭୁବନେ ହାତୀ ,ସମ୍ପାଦକ ଭକ୍ତ ଚରଣ ନ।ଏକ ,ସହ ସମ୍ପାଦକ ଜୟରାମ ଗହୀର ଏବଂ କୋଷାଧକ୍ଷ ନଥୁ ଲାଲ ଚଣ୍ଡି ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିରେ ପରିଚାଳନା କମିଟିର ରବି କୁମାର ,ଶ୍ୟାମ ସୁନ୍ଦର ମାଝି ,ଶଙ୍କର ପାନ ,ପ୍ରେମ ଲାଲ ପାନ ,ଯୁଗ ଗହୀର ,ଚନ୍ଦ୍ର ଶେଖର ପାନ ,ଅକ୍ଷୟ ଭଏ ସାଲ ,ସତ୍ୟ ବାଗ ,ଶିବ ରାମ ଗହୀର ,ପ୍ରହଲ୍ଲାଦ ନିଆଲ ,ରାଷ୍ଟ୍ରପତି ସୁନାନୀ ,ଭୁବନେଶ୍ୱର ଗହୀର ,ଉମାକାନ୍ତ ଗହୀର ଏବଂ କରୁଣ ଗହୀର ପ୍ରମୁଖ ସହଯୋଗ କରିଥିଲେ ।ଏହି ପୂଜା ଅବସରରେ ୩ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା ଆୟୋଜନ କମିଟିର ସଭାପତି ପ୍ରକାଶ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା କାମନା

Sunil Chandra Nayak

ତାରିଣୀ ଚରଣ ସାହୁ ଙ୍କ ପୁସ୍ତକ ପାବକ କନ୍ୟା ଓ ସରଳ ରାମାୟଣ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!