ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଲଙ୍ଗୀ ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅକାଳରେ ମୃତ୍ୟୁ

ଥୁଆମୂଳ ରାମପୁର:୦୬/୧୨ – (ମ.ନି.ସ):- ଜଣେ ଶିକ୍ଷୟିତ୍ରୀଙ୍କ ଅକାଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନା ରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ବିରିକୋଟ ଗ୍ରାମପଞ୍ଚାୟତ ଅଧିନରେ ଥିବା ବଲଙ୍ଗୀ ଗ୍ରାମସ୍ଥିତ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୁଲ୍ଲଭୀ ନାଏକ ଙ୍କର ଦେହ ରବିବାର ଦିନ କିଛି ମାତ୍ରାରେ ଅସୁସ୍ଥ ହୋଇଥିଲା। ପରେ ସୋମବାର ଦିନ ସକାଳୁ ହୃଦଘାତ ଜନିତ କାରଣରୁ ସାଙ୍ଘାତିକ ପରିସ୍ଥିତି ଉପୁଜିଥିଲା। ଏହା ଦେଖି ତାଙ୍କ ସ୍ବାମୀ ଲକ୍ଷୀଧର ନାଏକ ଓ ଅନ୍ଯାନ୍ଯ ପରିବାର ସଦସ୍ୟ କାଳବିଳମ୍ବ ନକରି ତୁରନ୍ତ ଚିକିତ୍ସା କରିବା ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦେହାବସ୍ଥାରେ ଗୁରୁତର ହୋଇଥିଲେ। ତେଣୁ ସେଠାରୁ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନିଆଗଲା। ସେଠାରେ ଡାକ୍ତର ଦୁଲ୍ଲଭୀ ନାଏକଙ୍କୁ ମୃତ୍ୟୁ ବରଣ କରିଥିବା ଘୋଷଣା କରିଥିଲେ। ତେବେ ତାଙ୍କର ଏଭଳି ମୃତ୍ୟୁବରଣ କରିଥିବା ନେଇ ଥୁଆମୂଳ ରାମପୁର ବ୍ଳକର ଶିକ୍ଷକ ସଂଘ ତଥା ସେହି ଅଞ୍ଚଳର ଲୋକଙ୍କ ହୃୟରେ ଶୋକର ଛାୟା ଖେଳିଯିବା ସହିତ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ଯରେ ଅନେକ ଶିକ୍ଷକ ଓ ଲୋକମାନେ ଯୋଗଦେଇ ଥିଲେ। ଶିକ୍ଷୟିତ୍ରୀ ଜଣେ ଭଦ୍ର ମେଳାପୀ, ଶାନ୍ତସରଳ ଧର୍ମ ପରାୟଣ ଭାବରେ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ଏହି ଭଳି ଭାବରେ ଅକାଳ ମୃତ୍ୟୁବରଣ କୁ ନେଇ ପରିବାରର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେ ନିଜ ଗ୍ରାମ ବଲଙ୍ଗୀ ଠାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ୨୦୦୩ ମସିହାରୁ ପ୍ରଥମ ପାରା ଶିକ୍ଷୟିତ୍ରୀ ଭାବରେ ତାଙ୍କ ଜୀବନ ଆରମ୍ଭ କରି ୨୦୦୯ ମସିହାରେ ଗଣ ଶିକ୍ଷୟିତ୍ରୀ ଓ ପରେ ଚାକିରୀ ନିୟମିତ ହୋଇଥିଲା। ନିଜ ବଲଙ୍ଗୀ ଗ୍ରାମରେ ହିଁ ଜୀବନ ଅତିବାହିତ କରିବା ସହିତ ସେହି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ଯରତ ଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

ଗୁରୁ ଟେକ ବାହାଦୂର ଙ୍କ ୪୦୦ ତମ ଜୟନ୍ତୀ ପାଳିତ

Sunil Chandra Nayak

ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ପକ୍ଷରୁ ଯୁବ ଆଇନଜୀବୀ ସମାଜ ସେବୀ ଦିନେଶ ତିୱାରୀ ସମ୍ମାନିତ

Leave a Comment

error: Content is protected !!