ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା କବି କଲଁକ୍‌ ଉପାଧି

  କବି କଲଁକ୍‌ ଉପାଧି

ଉଁଝା ଲୁକର୍‌ ଲେଖାପଢ଼ା ଦେଖି ମୁଇଁ
ଭାବ୍‌ଲିଁ ବନ୍‌ମି କବି
ଉସ୍‌ତାର୍‌ ବେଲେଁ ଲେଖ୍‌ଲିଁ ଧାଡ଼େଧାଡ଼େ
ରହେଲିଁ ହର୍‌ମିଶା ଦବି। ୧
କବିତା ଲହର୍‌ ଝରୁଛେ ଇହାଦେ 
ଉଭ୍‌ରିଛନ୍‌ କବି କେତେ
ତାଁକର୍‌ ଫୁଟାନି କାଣା ଦେଖ୍‌ବ ହୋ
ଫଟ୍‌କରାସନ୍‌ ଯାହାକେ ଯେତେ। ୨
ଏତ୍‌କି ସମିଆ କିଏ ଗୁଆଁବା ଉହାତେଁ
ବହି ପଢ଼ି ଗେଦେର୍‌ଗେଁଡ଼ା
ବନ୍‌ଏ କବି ଗୁଟେର୍‌ ଗୋଡ଼୍‌ ରଗ୍‌ଡ଼ି ଘାଏ
ତୁର୍‌ତି ଦବ୍‌ଡ଼ାମି ଘୁଡ଼ା। ୩
ନୁରି ଖୁଜି କରି ପାଏଲିଁ ଗଖା କବିଟେ
ଯେ ନୁରୁଥିସି ଖାଲି ଚେଲା
କବିତା ଲେଖା ତା’ର୍‌ କିହେ ନି’ଦେଖି ହୋ 
ହେଲେଁ ଗଖାକବି ବନିଥିଲା। ୪
ମୋତେ ବୁଝାଲା ଧୀରେ “କହୁଛେଁ ଅସ୍‌ଲି କଥା
ଶୁନ୍‌ ମନ୍‌ଧିଆନ୍‌ ଦେଇ
ସମଲ୍‌ପୁରିଥିଁ ଲେଖ୍‌ଲେଁ ପଢ଼୍‌ବେ ଜନ୍‌ଦୁ
କେନ୍‌ ଛପାହେବା ବହି? ୫
ଓଡ଼ିଆଥିଁ ଲେଖଲେଁ ପର୍‌ସିଧି ପାଏବୁ
ପଢ଼୍‌ବେ ସାରା ଓଡ଼ିଶା ବାସୀ
ଶିଘା ଗୁହୁଡ଼ିର୍‌ ଲୁକେ ଚିହ୍ନ୍‌ବେ ତୋତେ
ମିଲ୍‌ବା କେତେ ସାବାସି। ୬
ମାସ୍‌କେଁ ଗେଛେ ମାନ୍‌ପତର୍‌ ସଁଖ୍‌ଲିବୁ
ଗେଜେଟେଁ ବାହାର୍‌ବା ନାମ୍‌
ତୋର୍‌ ବୁଲିଥିଁ ଲେଖ୍‌ଲେଁ କିଏ ଜାନ୍‌ବା
ଦୂରିଆଥୁଁ କରସନ୍‌ ରାମ୍‌ରାମ୍‌। ୭
କଥା ମାନି ତୁଇ ଚାଲ୍‌ ମୋର୍‌ ସାଂଗେଁ
ଦେଖ୍‌ବୁ କେତେ ମୋର୍‌ ଜୋର୍‌
ଲଂଦ୍‌ଫଂଦ୍‌ କରି ଗଁଠାବୁ ମାନ୍‌ପତର୍‌
ଖର୍ଚାବାର୍ଚାଟା ହେବା ତୋର୍‌।୮
ଗାଡ଼ି ମଟର୍‌ ଭଡ଼ା ସରସ୍ୱତୀ ଚାଂଦା
ନେବେ ପହେଲା ଥର୍‌ ଲାଗି
ମୁଇଁ ଯାହାକେ କହେମି ତାହାକେ ଚଢ଼ାବୁ
ନାଇଁ ପାରନ୍‌ ତୋତେ ମାଗି।” ୯
ମୁଇଁ କହେଲି “କାଏଁ ଉପାଧି ପଦ୍‌ବି 
ପାଏମି ତୁମର୍‌ କଥା ମାନି
ମଚାନ୍‌ ଉପରେଁ କିଛି କହେବାକେ ହେବା
ସେଟା ନି’ପାରିଁ ମୁଇଁ ଜାନି।”୧୦
ସେଥିର୍‌ ଲାଗି ଭି ଭାଲ୍‌ନି ନି’କର୍‌ବୁ
ହେଇ ସାରିଛେ ବ୍ୟବସ୍ଥା
ପାଁଚ୍‌ ଶ’ ପତି ଗୁଟେ ଫିକ୍‌ଲୁ ବଏଲେଁ
ମୁଖିଆ ବକ୍‌ବା ତୋର୍‌ କଥା। ୧୧
ମାଏକିନିଆ କବି ରୁଥ୍‌ସନ୍‌ ଆଗ୍‌ ଆଡ଼୍‌କେ
ଜହ ନି’ଲାଗେ ପରିଶ୍ରମ୍‌
ଗଧା ମୁନୁଷ୍‌କେ ଘୁଡ଼ା ବନେଇ ଜାନସିଁ
ଏତ୍‌କି ଅଛେ ମୋର୍‌ ଦମ୍‌।” ୧୨
ସାହିତ୍ୟ ଜଗ୍‌ତେଁ ଭି ଇ ରକମ୍‌ ଚାଲିଛେ
ଚାଂଦା ଦେଇ ହେଇଯିବ ଚଂଦା
ବୁଲିର୍‌ ଟେକ୍‌ ଆମେ କେନ୍‌ତା ରଖ୍‌ମା
ଇଟା ଭି ଗୁଟେ ଗୋଲକ୍‌ ଧଂଦା। ୧୩
ଇ ଜଲଂଗିଁଆ ମାନକୁଁ କାଏଁ ପଦ୍‌ବି ଦେମା
ଫିଟଉଛନ୍‌ କବି ଲାଗି ବାଟ୍‌
ସର୍‌କାରୀ ହିସାବେଁ ‘କବି କଲଁକ୍‌’ ଉପାଧି
ଦେଲେଁ ହେଇଯାଏତେ ଛାଟ୍‌। ୧୪
କବି ହେଇ ବୁଲିର୍‌ ସେବା ନି’କରି ଯେ
ଇଥିଁ ହେବେ ବଏଲେଁ ଘାରି
ବଦ୍‌ଚଲନ୍‌ ମାଏଝି ଉଢ଼୍‌ନା ଦେଲେଁ ଭି
ଲୁକେ କହେବେ ତାହାକେ ଦାରୀ। ୧୫

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ;୧୦୯ ଟି ପଂଜିକୃତ ମାମଲାରୁ ୮ ଟି ଫଇସଲା; ଟ୨୦,୨୦,୯୭୭ ଙ୍କା ଜୋରିମାନା ଆଦାୟ

Sunil Chandra Nayak

ମହିଳା ମାନଙ୍କ ଧନଜୀବନକୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ – ବି.ଜେ.ପି ମହିଳାମୋର୍ଚ୍ଛା

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!