ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ” ସ୍ରୋତ” 

     ” ସ୍ରୋତ” 

                  ଶ୍ଯାମା ପ୍ରସାଦ୍ ବୋଷ୍ 

ସ୍ରୋତ ଅନୁକୁଳେ ଭାସେ ଭବ ଜଳେ 
ପ୍ରତିକୂଳେ ଆଶା ରଖି 
ହେଲେ ପ୍ରତିକୂଳ ହଜିଲା ଅତୀତ 
ସ୍ମୃତି ରେ ରହିଛି ଲାଖି । 
ସମୟ ର ସ୍ରୋତେ ଏ ଜୀବନ ସତେ 
କୁଟା ଖିଅ ଟିଏ ପରି 
ଭାସେ ଅବିରତ ଅସହାୟ ସେତ 
ଦିନ ଯାଉଥାଏ ସରି । 
ବୟସ ର ସ୍ରୋତେ ଆୟୁଷ ସରଇ 
ଜୀବନ ସୋପାନ ଦେଇ 
ଶିଶୁ ,କିଶୋର ଓ ଯୁବା ,ବୃଦ୍ଧା ବସ୍ଥା 
ସମୟ ଆସଇ ନେଇ । 
ସ୍ରୋତ ବିପରୀତେ ପ୍ରତିକୂଳ ଗତେ
ଫେରିବାକୁ ଚାହେଁ ମନ 
ଥରେ ବହିଗଲେ ଆଉ କି ଲେଉଟେ 
ଝୁରଇ ପରାଣ ଧନ । 
ଯୁଗ ପରେ ଯୁଗ ସମୟ ର ସ୍ରୋତେ 
ହୋଇଥାଏ ଧାବମାନ 
ବର୍ଷ ପରେ ବର୍ଷ ମାସ ପରେ ମାସ 
ଦିନ ପରେ ଦିନ ମାନ । 
ସମୟ ର ସ୍ରୋତ ବହେ ଏହି ମତ 
ବିଧିର ବିଧାନ ସେତ 
ବର୍ତ୍ତମାନ ନିତ୍ଯ ହୁଅଇ ଅତୀତ 
ସମୟ ର ସ୍ରୋତ ଏତ ।  
ଉଚ୍ଚ ରୁ ନିଚ୍ଚ କୁ ଜଳ ସ୍ରୋତ ଯେହ୍ନେ 
ବହୁଥାଏ ଅବିରତ 
ଝରଣା ନଦୀରେ ନଦୀ ସାଗରରେ 
ହୋଇଯାଏ ସମାହିତ । 
ଜଳ ସ୍ରୋତ ପରି ବାୟୁ ସ୍ରୋତ ଯେବେ 
ଦ୍ରୃତ ବେଗଗାମୀ ହୁଏ 
ବାତ୍ଯା ରୂପ ଧରି ପ୍ରଳୟ ରଚଇ 
ତାଣ୍ଡବ ର ସୀମା ଛୁଏଁ । 
ବାୟୁ ର ସ୍ରୋତରେ ଶବ୍ଦ ତରଙ୍ଗରେ 
ଦୂରୁ ବହୁଦୂରୁ କଥା 
ଭାସି ଆସିଥାଏ ମୁଖ ଦରପଣେ 
ଏତ ବିଜ୍ଞାନର ଗାଥା ।  
ଭାବନା ର ସ୍ରୋତେ ଭାବ ଅବିରତେ 
ଶବ୍ଦ ପୁଞ୍ଜ ସାଉଁଟଇ 
ଭାବ ପ୍ରକାଶରେ ଶବ୍ଦର ସମ୍ଭାରେ 
କାବ୍ୟ କବିତା ରଚଇ । 
ଗଳ୍ପ , ପ୍ରବନ୍ଧ ବା କବିତା ର ସୃଷ୍ଟି 
ଭାବନା ସ୍ରୋତ ରୁ ଝରି 
କବି ଲେଖକ ର ଭାବ ପ୍ରକାଶଇ 
ଚିର ସ୍ରୋତସ୍ବିନୀ ପରି ।  
ଭାବନା ର ସ୍ରୋତେ କବି ଅବିରତେ 
ଭାବେ ଅନୁଭବ କରି 
କବିତାର ସ୍ରୋତେ କବି ଅନୁଗତେ 
ଶବ୍ଦ ର ସମ୍ଭାର ଭରି ।
 
ସ୍ରୋତ ସର୍ବପୋରୀ ସ୍ବରୂପ କୁ ଧରି 
ସମୟ କୁ ଅନୁସରୀ 
ସ୍ରୋତ ଗତି କରି ନିୟମ କୁ ଧରି  
ବହିଯାଏ ଅସୁମାରୀ । 

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ତ୍ରିପତି ପ୍ରଧାନ ଙ୍କ କବିତା ଆଡପ ମଣ୍ଡପ ଶିକ୍ଷା 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଚ଼ଲ ଆମେ ସବୁ ସତରେ  ।। ମଣିଷ ହେବା ।।

Leave a Comment

error: Content is protected !!