Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ” ସ୍ରୋତ” by Sunil Chandra NayakDecember 6, 2022055 Share0 ” ସ୍ରୋତ” ଶ୍ଯାମା ପ୍ରସାଦ୍ ବୋଷ୍ ସ୍ରୋତ ଅନୁକୁଳେ ଭାସେ ଭବ ଜଳେ ପ୍ରତିକୂଳେ ଆଶା ରଖି ହେଲେ ପ୍ରତିକୂଳ ହଜିଲା ଅତୀତ ସ୍ମୃତି ରେ ରହିଛି ଲାଖି । ସମୟ ର ସ୍ରୋତେ ଏ ଜୀବନ ସତେ କୁଟା ଖିଅ ଟିଏ ପରି ଭାସେ ଅବିରତ ଅସହାୟ ସେତ ଦିନ ଯାଉଥାଏ ସରି । ବୟସ ର ସ୍ରୋତେ ଆୟୁଷ ସରଇ ଜୀବନ ସୋପାନ ଦେଇ ଶିଶୁ ,କିଶୋର ଓ ଯୁବା ,ବୃଦ୍ଧା ବସ୍ଥା ସମୟ ଆସଇ ନେଇ । ସ୍ରୋତ ବିପରୀତେ ପ୍ରତିକୂଳ ଗତେ ଫେରିବାକୁ ଚାହେଁ ମନ ଥରେ ବହିଗଲେ ଆଉ କି ଲେଉଟେ ଝୁରଇ ପରାଣ ଧନ । ଯୁଗ ପରେ ଯୁଗ ସମୟ ର ସ୍ରୋତେ ହୋଇଥାଏ ଧାବମାନ ବର୍ଷ ପରେ ବର୍ଷ ମାସ ପରେ ମାସ ଦିନ ପରେ ଦିନ ମାନ । ସମୟ ର ସ୍ରୋତ ବହେ ଏହି ମତ ବିଧିର ବିଧାନ ସେତ ବର୍ତ୍ତମାନ ନିତ୍ଯ ହୁଅଇ ଅତୀତ ସମୟ ର ସ୍ରୋତ ଏତ । ଉଚ୍ଚ ରୁ ନିଚ୍ଚ କୁ ଜଳ ସ୍ରୋତ ଯେହ୍ନେ ବହୁଥାଏ ଅବିରତ ଝରଣା ନଦୀରେ ନଦୀ ସାଗରରେ ହୋଇଯାଏ ସମାହିତ । ଜଳ ସ୍ରୋତ ପରି ବାୟୁ ସ୍ରୋତ ଯେବେ ଦ୍ରୃତ ବେଗଗାମୀ ହୁଏ ବାତ୍ଯା ରୂପ ଧରି ପ୍ରଳୟ ରଚଇ ତାଣ୍ଡବ ର ସୀମା ଛୁଏଁ । ବାୟୁ ର ସ୍ରୋତରେ ଶବ୍ଦ ତରଙ୍ଗରେ ଦୂରୁ ବହୁଦୂରୁ କଥା ଭାସି ଆସିଥାଏ ମୁଖ ଦରପଣେ ଏତ ବିଜ୍ଞାନର ଗାଥା । ଭାବନା ର ସ୍ରୋତେ ଭାବ ଅବିରତେ ଶବ୍ଦ ପୁଞ୍ଜ ସାଉଁଟଇ ଭାବ ପ୍ରକାଶରେ ଶବ୍ଦର ସମ୍ଭାରେ କାବ୍ୟ କବିତା ରଚଇ । ଗଳ୍ପ , ପ୍ରବନ୍ଧ ବା କବିତା ର ସୃଷ୍ଟି ଭାବନା ସ୍ରୋତ ରୁ ଝରି କବି ଲେଖକ ର ଭାବ ପ୍ରକାଶଇ ଚିର ସ୍ରୋତସ୍ବିନୀ ପରି । ଭାବନା ର ସ୍ରୋତେ କବି ଅବିରତେ ଭାବେ ଅନୁଭବ କରି କବିତାର ସ୍ରୋତେ କବି ଅନୁଗତେ ଶବ୍ଦ ର ସମ୍ଭାର ଭରି । ସ୍ରୋତ ସର୍ବପୋରୀ ସ୍ବରୂପ କୁ ଧରି ସମୟ କୁ ଅନୁସରୀ ସ୍ରୋତ ଗତି କରି ନିୟମ କୁ ଧରି ବହିଯାଏ ଅସୁମାରୀ । ଶ୍ଯାମା ପ୍ରସାଦ୍ ବୋଷ୍ ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ