ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗ ପକ୍ଷରୁ ୪୦ ବୋତଲ ବେଆଇନ କଫ ସିରଫ, ଜବତ ଜଣେ ମହିଳା ଗିରଫ

କାମାକ୍ଷନଗର(ମ ନି ସ)୦୬/୧୨-ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାସୁଦେବ ପୁର ଗାଁ ରୁ ଅବକାରୀ ବିଭାଗ ପକ୍ଷରୁ ଜଣକ ଘରୁ ୪୦ ବୋତଲ ବେଆଇନ କଫ ସିରଫ ଜବଦ ସହ ଜଣେ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଅବକାରୀ ବିଭାଗ |ଗିରଫ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଗୋଲାପ ଦାସ |ସୂଚନା ମୁତାବକ ସେ ଘରେ ବେଆଇନ କଫ ସିରଫ (କୋଡେଇନ ଫସଫେଟ ଓ କ୍ଲୋର ଫେନୀରା ମାଇନ ସିରପ )ରଖି ବିକ୍ରି କରୁଥିଲେ |ତେବେ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ, ମୋଟ ୪୦ ବୋତଲ ବେଆଇନ କଫ ସିରଫ ଜବତ କରିଛି |ସେଥିମଧ୍ୟରୁ ୨୦ବୋତଲ ରେ ସମାପନ ତାରିଖ ମଧ୍ୟ୍ ଅତିକ୍ରମ କରିଛି |ତେବେ ଏହାକୁ ଯୁବ ପିଢ଼ି ମାନେ ନିଶାଦ୍ରବ୍ୟ ଭାବେ ବ୍ୟବହାର କରୁଥିବା ବେଳେ,ଅଳ୍ପ ବୟସ ରେ ମୃତ୍ୟୁ ମୁଖରେ ପଡୁଛନ୍ତି |ଏହା ସହ ଏହା କୁ ବିକ୍ରି ପାଇଁ ଅନୁମତି ନଥିବା ବେଳେ, ବେଆଇନ ବିକ୍ରି କାରଣ ରୁ ଉକ୍ତ ମହିଳାଙ୍କ ଜାମିନ ନାମଞ୍ଜୁରୀ କାରଣ ରୁ ତାଙ୍କୁ ବିଚାର ବିଭାଗ ଜେଲ କୁ ପଠାଇ ଦିଆଯାଇଥିବା ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି |

କାମାକ୍ଷାଗରର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବର୍ଷା

Sunil Chandra Nayak

ସାପ କାମୁଡାରେ ଯୁବକର ମୃତ

Sunil Chandra Nayak

Leave a Comment

error: Content is protected !!