ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଦୀଶ ଶତପଥୀ ଙ୍କ କବିତା ସତ୍ୟର ସହର

ସତ୍ୟର ସହର

ଜଗଦୀଶ ଶତପଥୀ

ଆଗେ ପଛେ କେହି ନାହିଁ
ଏକା ଏକା ଚାଲେ ମୁହିଁ,
 ଭେଟିବାକୁ ସତ୍ୟର ସହର।
ସେଠି ବି ତ କେହି ନାହିଁ
ଝୁଣ୍ଟି ଆଜି ପଡ଼େ ମୁହିଁ,
 ଦେହରେ ମୋ ଖେଳିଯାଏ ଅସଂଖ୍ୟ ଜହର।
ଦେଖି କିଛି ଦେଖ ନାହିଁ
ଶୁଣି କିଛି ଶୁଣ ନାହିଁ,
ଅସତ୍ୟ ସହରେ ଆଜି ମରୁଛି ବିବେକ।
ତାଡନା ର ସୀମା ନାହିଁ
ଚାଷୀ ହାତେ ବଳ ନାହିଁ
ଦାଦନ ଶ୍ରମିକ ଆଜି ଝୁରୁଛି ଅନେକ।
ସତ୍ୟର ସହରେ ଆଜି ଅସତ୍ୟ ର ଛାଇ।
ନେତା ମନ୍ତ୍ରୀ ମାନେ ଖାଲି ମାରୁଛନ୍ତି ହାଇ।
ଆଇଂସି ମନ୍ତର କାଇଁସୀ ମନ୍ତର
ଖାଇଯାଉ ଅଛୁ ଆମେ ଅଇଂଠା ପତର।
ଆମେ ଆଜି ଗର୍ବିତ ଓଡ଼ିଆ
ବିଶ୍ଵ ଦରବାରରେ ଆଜି 
ଆମେ ତ ଖୋଡିଆ।
ଝୁରୁଛି ଆମର ସେହି ଭଂଗା କୁଡ଼ିଆ।
ଝୁରୁଅଛି ଆମର ସେ ବାଡ଼ିର ନଡ଼ିଆ।
ଅସତ୍ୟ ସହରେ ଆଜି ମିଳୁନାହିଁ ମିତ
ଯେଝା ସ୍ୱାର୍ଥେ ଅନ୍ଧ ଏଠି ସଵୁ କଳୁଷିତ।
ରାମରାଜ୍ୟ ଭୁଲୁଣ୍ଠିତ ସବୁ ଏଠି ଚର୍ଵିତ ଚର୍ବଣ
ସବୁ ଏଠି ଗୋଟେ ଗୋଟେ ନିର୍ଭିକ ରାବଣ।

ଧର୍ମଶାଳା। ଯାଜପୁର

Related posts

ଦୁର୍ଘଟଣାରେ ମୃତ କୁକୁର ଛୁଆକୁ ଜଗି ରହିଛି ମା।

Sunil Chandra Nayak

ଵହଳଦାର ତିକ୍ଷିଆରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ସନ୍ତକବି ଭୀମ ଭୋଇ ପରିଷଦ ଦ୍ଵାରା ଯୁବକବି ଦୁର୍ଯୋଧନ ଚଣ୍ଡି ସମ୍ମାନିତ

Leave a Comment

error: Content is protected !!