ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଵହଳଦା ଥାନା; ବହୁଚର୍ଚ୍ଚିତ ତିକ୍ଷିଆ ବାଣ୍ଟା ପାହାଡ଼ରେ ଏକ ଅଜଣା ଯୁବକର ହତ୍ୟାକାଣ୍ଡ ପର୍ଦ୍ଦଫାଶ ନେଇ ଏସଡିପିଓଙ୍କ ଖବରଦାତା ସମ୍ମିଳନୀ

 ମୟୂରଭଞ୍ଜ -୭/୧୨/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନମଉଦା ଗ୍ରାମର ଚାନ୍ଦରାୟ ସୋରେନ (୩୦) ୧୮/୧୧/୨୨ ତାରିଖ ଦିନ ନିଖୋଜ ଥିବା ନେଇ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପରେ ୨୪/୧୧/୨୨ ତାରିଖ ଦିନ ଵହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି ପଞ୍ଚାୟତର ବାଣ୍ଟା ପାହାଡର ଏକ ଘଞ୍ଚ ଜଙ୍ଗଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଅଜଣା ଯୁବକର ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ତାହା ଚାନ୍ଦରାୟ ସୋରେନଙ୍କର ବୋଲି ଜଣା ପଡିଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୭/୨୨ ରୁଜୁ କରିଥିଲା । ପୋଲିସ ଏହାକୁ ହାଲୁକା ନ ନେଇ ତଦନ୍ତ ଜାରି ରଖିଥିଲା ।ତଦନ୍ତ ରିପୋର୍ଟ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଁ ତଦନ୍ତକୁ ଆଗକୁ ନେଇଥିଲା । ଏକ ପରକୀୟାପ୍ରୀତି ନେଇ ଯୋଜନାବଦ୍ଧ ଓ ସୁପାରିଜନିତ ଡିଲ ନେଇ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା ମୃତକ ଚାନ୍ଦରାୟ ସୋରେନଙ୍କ ଭାଇ ସାବନା ସୋରେନ ନିଜର ଭାଇକୁ ହତ୍ୟା କରାଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ହତ୍ୟା ମାମଲା ୧୪୪/୨୨ ରୁଜୁ କରିଥିଲା ।  

  ଆଜି ୭/୧୨/୨୨ ତାରିଖ ଅପରାହ୍ନରେ ରାଇରଙ୍ଗପୁର ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ଦାସ ଏକ ଖବରଦାତା ସମ୍ମିଳନୀରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଥିଲେ । ସୂଚନା ଅନୁସାରେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନମଉଦା ଗ୍ରାମର ଚାନ୍ଦରାୟ ସୋରେନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଧଳାବେଡା ଗ୍ରାମର ସଂପର୍କୀୟ କାକାଙ୍କ ଘରେ ରହୁଥିବା ସମୟରେ ସେହି ଗ୍ରାମର ଦାସମାତ୍ ମାଝୀଙ୍କ ପତ୍ନୀ ସହିତ ଅନୈତିକ ସଂପର୍କରେ ଥିଲେ । ଯାହାକୁ ନେଇ ଦାସମାତ୍ ମାଝୀ(୩୦) ବରଦାସ୍ତ କରି ପାରୁ ନ ଥିଲେ ।ସେ ପ୍ରତିହିଂସା ପରାୟଣ ହୋଇ ଉଠିଥିଲେ । ସବୁଦିନ ପାଇଁ ଚାନ୍ଦରାୟକୁ ରାସ୍ତାରେ ହଟାଇ ଦେବା ପାଇଁ ଯୋଜନା କରିଥିଲେ ।ସେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କଳସିଭଙ୍ଗା ଗ୍ରାମର ଲକ୍ଷ୍ମୀଧର ମୁଣ୍ଡା(୨୬) ଏବଂ ଧାତକିଡିହି ଗ୍ରାମର‌ ଲକ୍ଷ୍ମଣ ଵେଶ୍ରା(୩୦)) ଙ୍କ ସଂପର୍କ ରଖି ନିଜର ପତ୍ନୀର ରାସ୍ତାରୁ ଚାନ୍ଦରାୟକୁ ସବୁଦିନ ପାଇଁ ହଟାଇବା ପାଇଁ ମନ୍ତ୍ରଣା କରି ସେମାନଙ୍କ ସହ ସୁପାରି ୬୦ ହଜାର ଟଙ୍କାର ଡିଲ କରିଥିଲେ । ସେମାନଙ୍କୁ ଅଗ୍ରିମ ୩୦ ହଜାର ଟଙ୍କା ଦେଇଥିଲେ ।ସେମାନେ ମଧ୍ଯ ଚାନ୍ଦରାୟର ଜଣାଶୁଣା ଲୋକ ଥିଲେ ।ଯୋଜନାବଦ୍ଧ ଅନୁସାରେ ଲକ୍ଷ୍ମିଧର ଏବଂ ଲକ୍ଷ୍ମଣ ଚାନ୍ଦରାୟକୁ ବାଣ୍ଟା ପାହାଡକୁ ୧୮/୧୧/୨୨ ତାରିଖ ଦିନ ବାରହା ଶିକାର କରିବାକୁ ଫୁସୁଲାଇ ଡାକି ନେଇଥିଲେ । ସେଠାରେ ପୂର୍ବ ପ୍ରସ୍ତୁତି ଅନୁସାରେ ଟାଙ୍ଗିଆରେ ଚାନ୍ଦରାୟର ମୁଣ୍ଡକୁ ହାଣି ପଥରରେ ଛେଚି ମୃତ ଅବସ୍ଥାରେ ଛାଡ଼ି ପଳାଇଥିଲେ । ଟାଙ୍ଗିଆକୁ ନିକଟସ୍ଥ ଜଳାଶୟରେ ଫୋପାଡି ଦେଇ ପଳାଇ ଯାଇଥିଲେ ।ପୋଲିସ ତଦନ୍ତ ଅନୁସାରେ ଲକ୍ଷ୍ମୀଧର ଘରୁ ମୃତକ ଚାନ୍ଦରାୟର ମୋବାଇଲ ଉଦ୍ଧାର କରିବା,ଜଳାଶୟରୁ ଟାଙ୍ଗିଆ ଉଦ୍ଧାର କରିବା ସହ ଘଟଣାର ସଂପୃକ୍ତି ଦାସମାତ ମାଝୀ , ଲକ୍ଷ୍ମୀଧର ମୁଣ୍ଡା ଏବଂ ଲକ୍ଷ୍ମଣ ବେଶ୍ରାଙ୍କୁ ହତ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ଏସଡିପିଓ ଖବରଦାତା ସମ୍ମିଳନୀରେ କହିଥିଲେ। ୧୩ ଦିନ ମଧ୍ୟରେ ଏକ ବହୁ ଚର୍ଚ୍ଚିତ ପରକୀୟା ପ୍ରୀତି ଓ ସୁପାରିଶ ଜନିତ ହତ୍ଯାଘଟଣାର ପୋଲିସ ପର୍ଦ୍ଦାଫାଶ କରିବା ନେଇ ପୋଲିସର ସଫଳତା ଉପରେ ସାଧାରଣଙ୍କ ଆସ୍ଥା ବଢ଼ିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Sunil Chandra Nayak

ଓଡ଼ିଆ ଭଜନ ‘ଶ୍ରୀରାମ’ ର ଶୁଭ ଉନ୍ମୋଚନ

Sunil Chandra Nayak

ବ୍ରହ୍ମାକୁମାରୀ ଗୀତା ପାଠ ଶାଳାରେ ପବିତ୍ର ରାକ୍ଷୀ ବନ୍ଧନ ପାଳିତ

Sunil Chandra Nayak

Leave a Comment

error: Content is protected !!