ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠ ରେ ଧର୍ମୀୟ ସଭା  

କେନ୍ଦ୍ରାପଡା ଜିଲ୍ଲାର ପଟାମୁଣ୍ଡାଇ ସ୍ଥିତ ଶ୍ରୀଶ୍ରୀ ରାଧା ରମଣ ମଠ ତରଫରୁ ଏକ ଧର୍ମୀୟ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ମଠର ମହନ୍ତ ବାବାଜୀ ଅସୀମାନନ୍ଦ ଦାସ ମହାରାଜ । ମୁଖ୍ୟଅତିଥି ଭାବେ ଗୋବର୍ଦ୍ଧନ ମଠ ପୁରୀର ରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ମାତୃପ୍ରସାଦ ମିଶ୍ର । ମୁଖ୍ୟବକ୍ତା ଭାବେ ଡ଼ଃ ଭାଗ୍ୟଧର ସାହୁ , ସମ୍ମାନିତ ଅତିଥି ଭାବେ ବାବାଜୀ ରାଘବ ଦାସ ,ପର୍ଶୁରାମ ଦାସ, ଙ୍କ ସମେତ ଓଡ଼ିଶାର ବିଭିନ୍ନ ମଠ ମନ୍ଦିର ରୁ ସାଧୁ ସନ୍ଥ କୁଳିନ ବ୍ରାହ୍ମଣ ମାନେ ଯୋଗ ଦେଇ ବକ୍ତା ଆସନ ମଣ୍ଡନ କରିବା ସହ ଭଗବାନଙ୍କ କଥାମୃତ ଭାଷଣ ମାଧ୍ୟମରେ ଉପସ୍ଥିତ ଶହଶହ ଭକ୍ତ ମାନଙ୍କୁ ପ୍ରଦାନ କରିଥିଲେ । ବିଭିନ୍ନ ଜିଲ୍ଲାରୁ ମଧ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇ ପ୍ରଭୁ ରାଧାରମଣ ଙ୍କ ର ଆଶିଷ ଭିକ୍ଷା କରିଥିଲେ ଇତ୍ୟଅବସରରେ ସତ୍ୟପ୍ରତି ସମର୍ପିତ ଖବରକାଗଜ ସାଧନାର ସ୍ୱରୂପ ର ୨୦୨୨ ଇଂରାଜୀ ନୂତନ ବର୍ଷର ଦିନ ନିର୍ଘଣ୍ଟ ସଂକ୍ଷେପ ପଞ୍ଜିକା ଉନ୍ମୋଚନ ହୋଇଥିଲା । ତତସହ ଯାଜପୁର କବି ପ୍ରଫୁଲ୍ଲ ସାହୁ ଙ୍କ ରଚିତ ଦ୍ୱାରକା ଲୀଳାମୃତ ପୁସ୍ତକ ମହନ୍ତ ମହାରାଜଙ୍କ କରକମଳ ଲୋକାର୍ପିତ ହୋଇଥିଲା ଏବଂ ଲେଖକଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଟ୍ରଫି ପ୍ରଦାନ କରିବା ସହ ସମ୍ଭର୍ଦ୍ଧିତ କରାଯାଇଥିଲା । ସାଧନାର ସ୍ୱରୂପର ସମ୍ପାଦକ ପଣ୍ଡିତ ଦେଵବ୍ରତ ଦେଵତା ସଭା ସଞ୍ଚାଳନ କରିଥିବା ବେଳେ ଅମ୍ବୁଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ଦେଶରେ ପ୍ରଥମ

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଭାଗ୍ୟ 

Sunil Chandra Nayak

Leave a Comment

error: Content is protected !!