ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ବିଧିମତେ ସମ୍ପନ୍ନ

ଥୁଆମୂଳ ରାମପୁର:୧୬/୯- (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମୁଖ୍ଯାଳୟ ଠାରେ ଥିବା ଗତ ବୁଧବାର ଦିନ ଯଥା ୧୫/୯/୨୦୨୨ ତାରିଖ ଦିନ ଭୈରଭ ଦେବଙ୍କ ପୀଠରେ ବିଧିମତେ ଝାମୁଯାତ୍ରା ସମ୍ପନ୍ନ ହୋଇଯାଇଛି। ଅଗ୍ନି ଭୈରବ ଦେବଙ୍କ ସହର ପରିକ୍ରମା ଗାଦିଆ ବସା ଓ କଣ୍ଟା ଦୋଳି ଝୁଳି ସାରିବା ପରେ ପରେ ଅଗ୍ନି କୁଣ୍ତକୁ ଯାଇଥିଲେ, ସେଠାରେ ବିଧିମତେ ପୂଜାର୍ଚ୍ଚନା ଶେଷ ହେବା ପରେ ଅଗ୍ନି କୁଣ୍ତରେ ପ୍ରବେଶ କରି ଅଗ୍ନିରେ ଚାଲିବା ଦୃଶ୍ୟ ଅତି ସୁନ୍ଦର ଓ ଭକ୍ତି ଭାବରେ ଜାଗ୍ରତ କରିଥିଲା। ଶେଷରେ ଅଗ୍ନି ଭୈରବ ଦେବ ମନ୍ଦିର କୁ ପ୍ରତ୍ଯାବର୍ତ୍ତନ କରିଥିଲେ। ଆଖାପାଖ ପଡୋଶୀ ଅଞ୍ଚଳର ଶହ ଶହ ଶ୍ରଧାଳୁ ଏହି ଝାମୁଯାତ୍ରା ଦେଖିବା ପାଇଁ ସମାଗମ ହୋଇଥିଲେ। ଭକ୍ତିରେ ଗଦଗଦ ଶ୍ରଧାଳୁ ଙ୍କୁ ଜୟକାର ଧ୍ବନି, ଘୁମୁରା ଓ ବାଜାର ଶଦ୍ଦ ରେ ପ୍ରକମ୍ପିତ ହୋଇଉଠିଥିଲା। ଝାମୁଯାତ୍ରା ଅବସରରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ସାଂସଦ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ, ଶ୍ରୀ ପରମେଶ୍ବର ନାଏକ, କଲେଜ ଅଧ୍ଯକ୍ଷ ଶ୍ରୀ ସତ୍ଯନାରାୟଣ ମୁଣ୍ତଛିନା, ଜିଲ୍ଲାପରିଷଦ ସଭ୍ଯା ଶ୍ରୀମତୀ ଟୁନି ଖୋସ୍ଲା ପ୍ରମୁଖ ମଞ୍ଚାସୀନ ରହିଥିଲେ। ମୂଖ୍ଯ ଅତିଥି ଶ୍ରୀ ଦିଶାରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଗକୁ ଅଗ୍ନିଭୈରବ ଦେବଙ୍କ ମନ୍ଦିର ନିର୍ମାଣ ଓ ମାଁ ମାଣିକେଶ୍ବରୀଙ୍କ ମନ୍ଦିର ନିର୍ମାଣ ସହିତ ଏହି ଯାତ୍ରାକୁ ଆହୁରି ସୁନ୍ଦର ଭାବରେ ଆୟୋଜନ କରାଯିବ ନେଇ ପ୍ରକାଶ କରିଥିଲେ। ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ସହଯୋଗ କରିଥିଲେ ପୂଜାକମିଟି ସଦସ୍ୟ, ଧନ୍ୟବାଦ ଅର୍ପଣ କରିଥିଲେ ବିଜେଡି ବ୍ଳକ ସଭାପତି ଶ୍ରୀ କପିଳାସ ନାଏକ, ଝାମୁଯାତ୍ରାକୁ ପରିଚାଳନା କରିଥିଲେ ପୂଜା କମିଟିଓ ସ୍ଥାନୀୟ ଯୁବକ ସଂଘର ଯୁବଗୋଷ୍ଠୀ। ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ସ୍ଥାନୀୟ ପୁଲିସ ପ୍ରଶାସନ। ତେବେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ଟି ଶାନ୍ତିଶୃଙ୍ଖଳା ଭାବରେ ସମ୍ପନ୍ନ ହୋଇଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମନୋଜ ରଥ ଙ୍କ ଗଜଲ୍

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସୃଷ୍ଟିର ଅନ୍ତିମ ଗାଥା 

Sunil Chandra Nayak

ଖଣିମାଫିଆ ଯୋଗୁ ଚାଲିଗଲା ୮ ବର୍ଷ ବାଳକର ଜୀବନ

Sunil Chandra Nayak

Leave a Comment

error: Content is protected !!