ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେକରେ ଓଢଣି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା

ଡାବୁଗାଁ, ୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ସାହିରେ ବୁଧବାର ବିଳମ୍ବିତ ରାତ୍ରିରେ ହେମଧର ପାଇକ (୪୦) ନାମକ ବ୍ୟକ୍ତି ବେକରେ ଓଢଣି ବାନ୍ଧି ଆତ୍ମହତ୍ୟା କରିଛନ୍ତି | ସୂଚନାଯୋଗ୍ୟ:- ବୁଧବାର ରାତ୍ରିରେ ହାଟପଦା ସାହିର ହେମଧର ପାଇକ ଏବଂ ତାଙ୍କ ସ୍ତ୍ରୀ ଓ ପିଲାମାନେ ରାତ୍ର ଭୋଜନ ସାରି ଶୋଇପଡିବା ପରେ ହେମଧର ନିଜ ଘର ଛାତରେ ଫ୍ୟାନ ଲଗାଇବାକୁ ଥିବା ରଡରେ ନିଜ ସ୍ତ୍ରୀର ଓଢଣି ବେକରେ ବାନ୍ଧି ଆତ୍ମହତ୍ୟା କରିଛି | ରାତିରେ ସ୍ତ୍ରୀ ଉଠି ଦେଖିଥିଲା ଯେ ହେମଧର ଆତ୍ମହତ୍ୟା କରିଛି | ପରେ ଘର ପାଖ ଲୋକଙ୍କୁ ଖବର ପାଇ ତାଙ୍କ ଘରକୁ ଆସି ଦେଖିଲେ ଯେ ହେମଧର ଆତ୍ମହତ୍ୟା କରିଛି | ଏନେଇ ମୃତକର ସ୍ତ୍ରୀ ଜାନକୀ ପାଇକ ଗୁରୁବାର ପୂର୍ବାହ୍ନରେ ଡାବୁଗାଁ ଥାନାରେ ଏତଲା ଦେଇଥିଲା | ଉକ୍ତ ଏତଲା କୁ ଭିତ୍ତି ଥାନା ଏଏସଆଇ ବିଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିଲା | ମୃତକର ମାନସିକ ବିକୃତି ଥିବା ପରିବାର ପକ୍ଷରୁ ସୂଚନା ମିଳିଛି | ଏନେଇ ଥାନା କେସ ନଂ ୩୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ମୃତକ ହେମଧରଙ୍କ ୪ଟି ଝିଅ ଓ ୧ଟି ପୁଅ ରହିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କବିତା – ଆଲୁଅ ର ଆରପଖ

Sunil Chandra Nayak

ଆପ ର କର୍ମକର୍ତ୍ତା ସମ୍ମିଳନୀ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ତୃପ୍ତି ରାଣୀ ପାତ୍ର, ସହଦେବଖୁଣ୍ଟା , ବାଲେଶ୍ଵର ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!