ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଅବିନାଶୀ ଆତ୍ମା

ଅବିନାଶୀ ଆତ୍ମା

ଅରୁପରୁ ରୂପ ଅବ୍ୟକ୍ତ ଚେତନା
ତୁମେ ଅବିନାଶୀ ଆତ୍ମା
ଅଚିନ୍ତ୍ୟ ଭାବନା ଅଣାକାର ବ୍ରହ୍ମ
ଓଁକାରୁ ଉତ୍ପନ ସିନା
ସୃଷ୍ଟି ସ୍ଥିତି ଆଉ ପ୍ରଳୟ ବିଲୟ
ସବୁରି ମୂଳରେ ତୁମେ
ଅନାଦିରୁ ଆଦି ବ୍ୟାପ୍ତ ଚରାଚରେ
ଆକାର ସାକାର ବ୍ରହ୍ମେ
ନିର୍ଜୀବ ସଜିବ ତୁମରି ଘଟନ
ପ୍ରକୃତି ପୁରୁଷ ହୋଇ
ବିଶ୍ୱ ଚରାଚର ତୁମରି ଉତ୍ପନ୍ନ
ତୁମେତ ଜଗତ ସାଇଁ
ସକଳ ଆଧାର ନିରାକାର ରୂପେ
ପାଳନ କରତ୍ତା ହୋଇ
ଅବିନାଶୀ ଆତ୍ମା ଅରୂପ ସ୍ୱରୂପେ
ସର୍ବତ୍ର ତୁମେହିଁ ରହି
ପାଳନ କରୁଛ ମହୀ

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

ଚାଳକ ଦିବସ ପାଳିତ

Sunil Chandra Nayak

କାମ ହେଉଛି,ଫଳକ ନାହିଁ …..

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଇନ୍ଦ୍ରଧନୁ

Sunil Chandra Nayak

Leave a Comment

error: Content is protected !!