ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ଲାଗି ଦଶ ଏକର ଜମି ପୋଡି ପାଉଁଶ

ଢେ଼ଙ୍କାନାଳ (ମ ନି ସ)୦୮/୧୨/ଭୁବନ ବ୍ଲକ ଭୂଷଳ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମ ର ଚାଷୀଙ୍କର କଞ୍ଚନବହାଳି ଗ୍ରାମ ନିକଟସ୍ଥ ପାତୁସାହୁକାଟେଣୀ ମୌଜା ରେ ଗୁରୁବାର ମଧ୍ୟାହ୍ନ ରେ ନିଆଁ ଲାଗି ଦଶ ଏକର ଜମି ପୋଡି ପାଉଁଶ ହୋଇଯାଇଛି l ନିଆଁ ଲାଗିବାର କାରଣ ଜଣାପଡିନାହିଁ lଖବର ପାଇ ଭୁବନ ଦମକଳ ବାହିନୀ ଘଟଣା ସ୍ଥଳକୁ ଯିବା ପାଇଁ ଚେଷ୍ଟା କରିଥିଲେ ବି ଜମିକୁ ଯାଇପାରିନଥିଲେ l ଫଳରେ ପବିତ୍ର ମଲ୍ଲିକ , ନାରଣ ମଲ୍ଲିକ ,ଏଣ୍ଡୁଅ ମଲ୍ଲିକ , ଉଦୟ ମଲ୍ଲିକ , ନିମାଇଁ ଦାଶ ,କାଳିଆ ମଲ୍ଲିକ , ଚରଣ ମଲ୍ଲିକ ଙ୍କର ଦଶ ଏକର ରୁ ଉର୍ଦ୍ଧ ଚାଷ ଜମି ର ପାଚିଲା ଧାନ ପୋଡ଼ିଯାଇଛି l ରାତି ପାହିଲେ ଶୁକ୍ରବାର l ଜମିରୁ ଧାନ କାଟିବାକୁ ମୂଳିଆ କରିଥିଲେ ପବିତ୍ର ମଳିକ , ହେଲେ ଗୁରୁବାର ମା ଲକ୍ଷ୍ମୀ ଙ୍କ ପୂଜା ଚାଲିଥିବା ବେଳେ ଧାନ ଜମି ରୁ ସୁନାର ଫସଲ ପୋଡି ଯାଇଥିବାରୁ ମୁଣ୍ଡକୋଡ଼ି କାନ୍ଦୁ ଥିବାର ଦେଖାଯାଉଛି l

ଦଇବ ଏମିତି ଦୁଃଖ ଦିଏ ବୋଲି ବିଶ୍ୱାସ କରି ପାରୁନାହାନ୍ତି ଚରଣ ମଳିକ l ଧାର କରଜ , ହାତ ଉଧାରୀ କରିଥିଲୁ ,ଏଇ ମାସ ରେ ଧାନ କାଟି ଖଳାକୁ ଆଣିଥାନ୍ତୁ l ଅମଳ କରି ଘର ଚଳିବାକୁ ରଖିବା ପରେ ବିକ୍ରୀ କରି ସାହୁ ମହାଜନ ସୁଝିଥାନ୍ତୁ l କିନ୍ତୁ ଅସମୟରେ ଚଡକ ପଡିଲା l କେମିତି ଋଣ ସୁଝିବୁ ପୁଣି ବର୍ଷକ ଯାକ ଚାଲିବୁ ବୋଲି କୁହନ୍ତି ଉଦୟ ମଲ୍ଲିକ l ଆଜି ପୋଡି ଯାଇଥିବା ଜମିରୁ ଜଳିଯାଇଥିବା ଧାନକୁ ସଂଗ୍ରହ କରୁଛୁ , ପ୍ରଶାସନର ଦ୍ୱାରସ୍ତ ଶୁକ୍ରବାର ଦିନ ହେବୁ ବଂଚିବା ପାଇଁ ନେହୁରା ହେବୁ ବୋଲି କୋହ ଭରା କଣ୍ଠ ରେ କୁହନ୍ତି ଏଣ୍ଡୁଅ ମଲ୍ଲିକ l

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବେଣୁଧର ସୂତାର ଙ୍କ କବିତା ଏଇସେ କୋଣାର୍କ 

ନିଆଁ ରେ ପୋଡି ଜଣେ ମୃତ୍ୟୁ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!