ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ସ୍ତରରେ କ୍ରୀଡାପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୯/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟ ସ୍ତରରେ କ୍ରୀଡା ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳଙ୍କ ସଭାପତିତ୍ଵରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଆଗାମୀ ୨୦୨୩ ମସିହାରେ ଓଡିଶାରେ ହକି ବିଶ୍ଵ କପ ଖେଳ ଆୟୋଜନ ହେଉଥିବାରୁ ରାଜ୍ୟର ପ୍ରତି ଗ୍ରାମାଞ୍ଚଳରେ ବିଦ୍ୟାଳୟ ସ୍ତରରେ ଖେଳର ମହୋଲ ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶାନୁସାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ମଧ୍ୟ ବିଦ୍ୟାଳୟ ସ୍ତରରୁ ଆରମ୍ଭ ହୋଇ ବ୍ଲକ ସ୍ତରରେ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେବ | ଏଥିରେ ୧୨ ରୁ ୧୪ ବର୍ଷ ଓ ୧୪ ରୁ ୧୭ ବର୍ଷ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ କବାଡି, ଖୋଖୋ, ଉଚ୍ଚ ଡିଆଁ, ଲମ୍ବ ଡିଆଁ ଓ ଦୌଡ ପ୍ରତିଯୋଗୀତା ହେବା ନେଇ ସ୍ଥିର କରାଯାଇଛି | ଆସନ୍ତା ଡିସେମ୍ବର ୧୪ ଓ ୧୫ ତାରିଖ ବିଦ୍ୟାଳୟ ସ୍ତରରେ ପ୍ରତିଯୋଗୀତା ହୋଇ ୧୮ ଓ ୧୯ ତାରିଖ ବ୍ଲକ ସ୍ତରରେ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେବା ନେଇ ବୈଠକରେ ସ୍ଥିର କରାଯାଇଛି | ଏହି ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ, ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ, ରଞ୍ଜନ କୁମାର ପରିଡା, ଭଗବତ ମୁର୍ମୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀକାନ୍ତ କୁମାର ପଣ୍ଡା, ଧନଞ୍ଜୟ ବଡଜେନା, ପିଙ୍କି ଗୁପ୍ତା, ଗୀତାଞ୍ଜଳି ବସ୍ତିଆ, ପ୍ରସନ୍ନ କୁମାର ଦଣ୍ଡସେନା, ଗୁପ୍ତ ପ୍ରସାଦ ନାଗ, ହେମେନ୍ଦ୍ର ବେହେରା ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପୁଜା ରାଣୀ ନାୟକ ଙ୍କ କବିତା ମଣିଷ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା : ୨ ଏ ଡି ଏମ ଓ ଆସିଲେ ଖାଲି ମେଞ୍ଚାଏଁ ପ୍ରତିଶୃତି : ଫଳ ଶୂନ

Sunil Chandra Nayak

ବନ୍ଧୁକ ମୂନରୁ ବିବାହ ବନ୍ଧନ, ଦୁଇ ନକ୍ସଲଙ୍କ ଅଭୂଲା ପ୍ରେମକାହାଣୀ

Sunil Chandra Nayak

Leave a Comment

error: Content is protected !!