ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଭାଗ୍ଯଲେଖା

  ଭାଗ୍ଯଲେଖା

                ଅପର୍ତ୍ତି ସେଠୀ

ହଁ,ବାଧ୍ୟ ହେଲି ମାନିବାକୁ ହାର୍‌,
‌ଆଜି ଏଇ ଜୀବନ ଯୁଦ୍ଧରେ,,
କାହିଁକି ନା – ବାରମ୍ବାର ….
ପରାଜିତ ହେଲି ଯେତେବେଳେ,
ଭାବିବାକୁ ହେଲା –
ଭାଗ୍ୟ ମୋର ଟାଣ ନୁହେଁ,
ନିଶ୍ଚୟ ଅସୁସ୍ଥ,
ଲେଖିଅଛି ଷଠି ମାଆ 
ଏହା ମୋ କପାଳେ।
ଯଦି ବା ହୁଅନ୍ତା ଶରୀରେ
କିଛି ପୀଡ଼ା, ବ୍ୟଥା,
ଅବଶ୍ୟ କରି ହୁଅନ୍ତା 
ବୋଧେ ପ୍ରତିକାର, ଉପଚାର
କିମ୍ବା ଚିକିତ୍ସା ଏହାର।
କିନ୍ତୁ ଅସଜଡା ମୋ କପାଳ ଲେଖା,
ଦେଉନାହିଁ କାମ କେଉଁ
ବିଜ୍ଞ ଜ୍ଯୋତିଷର‌ ଗ୍ରହଶାନ୍ତି
ଷ୍ଟୋନ୍ କି ସେ ଜାତକ ଦେଖା,
କାହିଁକି ନା — ଯେତେବେଳେ
ଆପଣା ଭାଗ୍ୟ ଢ଼ିଙ୍କିଟି 
କୁମ୍ଭୀରଟି ସାଜି 
ହୁଏ ଏଠି ପୁଣି କାର୍ଯ୍ୟହନ୍ତା।
ମନେ ପଡେ ମୋର ,
ଗଲା ଦିନ କଥା,
ଯେଉଁ ଦିନ ରାଜଯୋଗ 
ଥିଲା ମୋ ଭାଗ୍ୟରେ।
ହଠାତ୍ ଦୁର୍ଦ୍ଦିନ 
ଆସିଗଲା ସେତେବେଳେ, 
ଯେମିତିକି ଖାଉଖାଉ ମିଠାଟିଏ
ପାଟିରୁ ମୋ ତଳେ ଗଲା ପଡି।
ସେତେବେଳେ ….
ହେବାକୁ ପଡ଼ିଲା ମୋତେ
ବନବାସୀ ରାମଚନ୍ଦ୍ରଟିଏ।
ବୁଲୁଛି ମୁଁ ପଞ୍ଚବଟୀ ବନେ, 
ଯେତେ ଦୁଃଖ ଭାର ସବୁ
ବୋହି ମୋ ମୁଣ୍ଡରେ।
ଚିହ୍ନୁଚିହ୍ନୂ କେତୋଟି ମନକୁ,
ପଡ଼ିବାକୁ ହେଲା ମୋତେ 
ଏହି ପରୀକ୍ଷାରେ।
ଠିକ୍ ସେତିକିବେଳେ..
ଅହଂକାର ବିଶ୍ୱାମିତ୍ର ଆସି, 
ଧର୍ମର ରାଣ ଦେଲାପରେ –
ପାଲଟିଗଲି ମୁଁ,
ଶ୍ମଶାନ ରକ୍ଷକ ହରିଶ୍ଚନ୍ଦ୍ରଟିଏ,
ଠିଆହେଲି ଆଜି ଦେଖ
ଏ ବଡ଼ ଦାଣ୍ଡରେ !!
ଏତେପରେ ବି ଭାଗ୍ୟ ମୋର 
ଛାଡୁଛି କି ପିଚ୍ଛା !!!!
ଆଗକୁ କାଟିବାକୁ ହେବ ଘାସ
ଠିକ୍ ମୋତେ ନଳରାଜା ପରି। 
ତାହା ଆଜି ଜାଣି ମୁଁ ପାରୁଛି,
କାରଣ–
ବିନା ଦୋଷେ ଭାଗ୍ୟ ମୋର୍
ରହିଅଛି ଟାକି‌,
ଦେବା ପାଇଁ ମୋ ବିପକ୍ଷେ ସାକ୍ଷୀ,
କେମିତି ମିଳିବ ମୋତେ
ଜେଲ୍ ଦଣ୍ଡ ଶାସ୍ତି କିମ୍ବା ଫାଶୀ।
ଏଠି କିଛି ନାହିଁ ଲାଭ,,
ନିଜ, ହକ୍ ପାଇଁ ଯେତେନାଟ
କରିଲେ କି ହେବ,
ବାଧ୍ଯ ହୋଇ ବୃହନଳା 
ସାଜିବାକୁ‌ ହେବ ଅର୍ଜୁନକୁ, 
ହାତେ ପଛେ ଥାଉ ତା’ ଗାଣ୍ଡୀବ,
ପୁଣି ପାଖେ ପଛେ ଥାଆନ୍ତୁ ମାଧବ।
ଶକ୍ତି ଅଛି କାହାର କି ଏଠି,
କରିବାକୁ ଆନ ବିଧିର ବିଧାନ,
ନିୟତି ଲିଖନ,
ଭବିତବ୍ଯ ଅଛି ଯାହା 
ଅବଶ୍ଯ ଘଟିବ,
ଯଦିବା ଦେବତା ଏଠି ହୁଅନ୍ତୁ ଜନମ।
ସୁତରାଂ କରିବାକୁ ହେବ 
ଭାଗ୍ୟ ସାଥେ ଭାବ,
କିଛିଟା ସାଲିସ୍ ।
ତା ‘ଇଙ୍ଗିତେ 
ଉଠ୍‌ବସ୍ ହେବାକୁ ପଡିବ,
ତାହା ସହ କରିବାକୁ ହେବ 
ପୁଣି ସନ୍ଧି ,,
କାହିଁକି ନା ଭାଗ୍ଯ ଛଡ଼ା ପଥ ନାହିଁ
ଏହି ସଂସାରରେ।।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

Related posts

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

କୋଲନରା କୁ ଏକ ସର୍ବଶେଷ୍ଟ ବ୍ଲକରେ ପରିଣତ କରିବାକୁ ଅୱାନ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ବୟସ

Sunil Chandra Nayak

Leave a Comment

error: Content is protected !!