ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ସହିଦ ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ପାଳିତ

ଲାଞ୍ଜିଗଡ଼,୧୦/୧୨(ମନିସ)-ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ବଳିଦାନ ଦିବସ ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରା.ପ. ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି ! ସହିଦ ରେଣ୍ଡୋ ମାଝୀ ଫାଉଣ୍ଡେସନ ଟ୍ରଷ୍ଟର ସହ ସଂପାଦକ ତଥା ଯୁବସମାଜସେବୀ ସୁଶୀଲ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଭିନ କୁମାର ପାଢ଼ୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ଶବର ଯୋଗ ଦେଇଥିଲେ ! ଏଥିରେ କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ମାନସରଞ୍ଜନ ଦୀପ ! ଏଇ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଭବାନୀଶଙ୍କର ଛତର ଓ ମହେଶ ଗଉଡ଼ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !

ମସିହା ନିଉଜ ସର୍ଭିସ୍ 

Related posts

ରାଉରକେଲା ଆଇନ ମହାବିଦ୍ୟାଳୟ ଆନୁକୁଲ୍ୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଓପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ପାପଡାହାଣ୍ଡିର ଚନ୍ଦନ

Sunil Chandra Nayak

Leave a Comment

error: Content is protected !!