ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୌଚାଳୟ ବ୍ୟବହୃତ କରିବା ସହ ପଥ ପ୍ରାନ୍ତ ସେବା କରିବା ନେଇ ସାଧାରଣରେ ଦାବି

ରାଇଘର, / ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦମହକୁମା ମୂଖ୍ୟ ରାସ୍ତା କଡ଼ରେ ଥିବା ହାଟ ପଦା ଠାରେ ନିର୍ମିତ ଶୌଚାଳୟ କେବେ ସଧାରଣ ଜନତା ଙ୍କ ଉପଲକ୍ଷେ ବ୍ୟବହୃତ ହେବ ତାହା ବର୍ତମାନ ସଧାରଣ ରେ ପ୍ରଶ୍ନ ଵାଚି ସୃଷ୍ଟି କରିଛି । ପ୍ରକାଶ ଥାଉ କି ଶୌଚାଳୟ ନିର୍ମାଣ ନିମନ୍ତେ ବାରମ୍ବାର ଅଭିଯୋଗ ପରେ ପଂଚାୟତ ବୈଠକ ରେ ସର୍ବସମ୍ମତି କ୍ରମେ ରାଇଘର ସ୍ଥିତ ମୁଖ୍ୟ ରାସ୍ତା ର ପାସ୍ପରେ ରେ ଥିବା ହାଟ ପଦା ଠାରେ ଦଶ ଲକ୍ଷ ଟଙ୍କାର ବ୍ୟୟ ରେଏକ ଶୌଚାଳୟ ନିର୍ମାଣ କର୍ଯ୍ୟ ୧୬. ୩. ୨୦୧୬ ମସିହାର ଆରମ୍ଭ ହୋଇ ଥିଲା। ତାପରେ ବି କାର୍ଯ୍ୟ ସରିନାହିଁ କହି ଦୁଇ ଦୁଇ ଥର କଲର ମାରି ସଫାସୁତୁରା କରିବା ଦେଖିବାକୁ ମିଳିଥିଲା ବର୍ତ୍ତମାନ୍ କାର୍ଯ୍ୟ ଶେଷ ହେବାର ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ ବ୍ୟବହୃତ ହୋଇପାରୁନଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ୍ ଶୌଚାଳୟ ଆଗରେ କରଯାଇଥିବା ବୋର୍ ର ପାଇପ୍ କନେକ୍ସନ ଗୁଡ଼ିକ କିଏଖୋଲି ନେଇ ଯାଇଥିବା ଦେଖିବାକୁ ମିଳିଛି। ଏବଂ ବସ୍ ରେ ଯିବା ଆସିବା କରୁଥିବା ଯାତ୍ରୀ ମଧ୍ଯ ଶୌଚାଳୟ ଥାଇ ବି ବ୍ୟବହୃତ ନ ହେବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାସହ ରାଇଘରଠାରେ ପଥ ପ୍ରାନ୍ତ କେନ୍ଦ୍ର ସେବା ଟିଏ ମଧ୍ଯ କରାଯାଉନାହିଁ। ଏ ଠାରୁ ପ୍ରତେକ୍ ଦୀନ ଭୁବନେଶ୍ୱର ଠାରୁ ଆରମ୍ଭ କରି ବିଶାଖାପାଟଣା ତଥା ଛତିଶ ଗଡ଼ ର ରାଇପୁର ପର୍ଯ୍ୟନ୍ତ ଘରୋଇ ବସ୍ ଯାତାୟାତ କରୁଅଛି। କିନ୍ତୁ ଶୌଚାଳୟ ବ୍ୟବହୃତ ନ ହେବାରୁ ଯାତାୟାତ କରୁଥିବା ସାଧାରଣ ଯାତ୍ରୀ ମାନେ ପୋଖୋରୀ କୁ ଯିବା ଦେଖିବାକୁ ମିଳିଛି। ତେଣୁ ଏହାକୁ ନଜର ରେ ରଖି ପ୍ରଶାସନିକ ଅଧିକାରୀ ତଥା ସ୍ଥାନୀୟ ଲୋକ ପ୍ରତିନିଧି ଶୌଚାଳୟ କୁ ବ୍ୟବହୃତ କରିବା ଶହ ପ୍ରଥ ପ୍ରାନ୍ତ ସେବା କେନ୍ଦ୍ର କରିବାକୁ ସାଧାରଣରେ ଦାବି ହେଉଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ

ଭବାନୀପାଟଣା ଠାରେ ଜିଲ୍ଲା ସାମ୍ବାଦିକ ଭବନ ଉଦଘାଟିତ

Sunil Chandra Nayak

କାମାକ୍ଷାନଗର ମହାବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ନାଟ୍ୟ ପାଠଚକ୍ର 

Sunil Chandra Nayak

Leave a Comment

error: Content is protected !!