Uncategorizedତ୍ରିଲୋଚନ ପାଢୀ ଙ୍କ କବିତା ପ୍ରଭୁ ଗୋବିନ୍ଦଙ୍କୁ ନିତ୍ୟ ଭଜ by Sunil Chandra NayakDecember 11, 2022December 11, 2022062 Share0 ପ୍ରଭୁ ଗୋବିନ୍ଦଙ୍କୁ ନିତ୍ୟ ଭଜ ତ୍ରିଲୋଚନ ପାଢୀ (ଶିକ୍ଷକ ) ଗୋବିନ୍ଦ ନାମକୁ ନିତ୍ୟ ଭଜ ମନ ଜପ ଗୋବିନ୍ଦଙ୍କ ନାମ ପ୍ରଭୁଙ୍କର ଦିବ୍ୟ ନାମ ଜପ କଲେ ପୂର୍ଣ୍ଣ ହେବ ମନସ୍କାମ l ଗୋବିନ୍ଦଙ୍କ ପଦୁ ଝରେ ମକରନ୍ଦ ସତେ ଅମୃତ ସମାନ ସେ ଚାରଣାମୃତ ପାନ କଲେ ସଦା ଜୀବନ ହୋଇବ ଧନ୍ୟ l ମାୟା ସଂସାରରୁ ପାରି ହେବା ପାଇଁ ଗୋବିନ୍ଦ ଏକା ଭରଷା ପ୍ରଭୁଙ୍କ ଚରଣେ ଶରଣ ପଶିଲେ ପୂର୍ଣ୍ଣ ହୁଏ ମନୋବାଞ୍ଛା l ଗୋବିନ୍ଦଙ୍କ ନାମ ଭଜନ କୀର୍ତ୍ତନ ପ୍ରଭୁଙ୍କର ନାମ ଗାନ ପ୍ରଭୁଙ୍କର ଛନ୍ଦl ଚରଣରେ ସଦା ବନ୍ଧା ଭକ୍ତ ମନପ୍ରାଣ l ଗୋବିନ୍ଦଙ୍କ ଦିବ୍ୟ ନାମ ସଦା ଭଜ ଜପ ପ୍ରଭୁଙ୍କର ନାମ ଗୋବିନ୍ଦଙ୍କ ପଦେ ସମର୍ପିତ ହେଲେ ସାର୍ଥକ ହେବ ଜୀବନ ll ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ ସା/ପୋ:-ନନ୍ଦିଗ୍ରାମ ଭାୟା:ନାଉଗାଁ ହାଟ ଜିଲ୍ଲା:-ଜଗତସିଂହପୁର