ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ର ପ୍ରଥମ ଦିବସ 

ନବରଙ୍ଗପୁର–(ମସିହା) ଆରମ୍ଭ ହେଲା ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ । କଳା ଓ ସଂସ୍କୃତି ମାଧ୍ୟମରେ ପ୍ରତିଭାର ଅନ୍ୱେଷଣ ର ଏହି ଉତ୍ସବ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀ ଙ୍କ ପୀଠରେ ପୂଜାର୍ଚ୍ଚନା ପରେ ମା ଙ୍କ ଆଜ୍ଞାମାଳ ନେବାପରେ ଆରମ୍ଭ ହେଲା ମଣ୍ଡେଇ ମହୋତ୍ସବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସଂସ୍କୃତି ଓ କଳାର ମିଳନ ପର୍ବ ମଣ୍ଡେଇ ମହୋତ୍ସବ ରେ ଦେଖିବାକୁ ମିଳିବ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ । ପାରମ୍ପରିକ ବାଦ୍ୟ, ସଙ୍ଗୀତ ଓ ସ୍ଥାନୀୟ ଆଦିବାସୀ ଙ୍କ ପାରମ୍ପରିକ ନୃତ୍ୟ ର ତାଳେ ତାଳେ ନବରଙ୍ଗପୁର ର ଲୋକ ମହୋତ୍ସବ ମଣ୍ଡେଇ ୨୦୨୨ ପାଦ ଦେଇଛି । । ପ୍ରଥମ ଦିବସ ର ଅତିଥି ଥିବା ରାଜ୍ୟ ଆଦିବାସୀ ଉନ୍ନୟନ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ସମେତ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ମା ଭଣ୍ଡାରଘରଣୀ ଙ୍କ ପୀଠରେ ପୂଜାର୍ଚ୍ଚନା ପରେ ମା ଙ୍କ ଆଜ୍ଞ।ମାଳ ନେଇ ମା ଙ୍କ ପ୍ରତୀକ ଲାଠି ଓ ଗାଦି ସହ ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରା ରେ ମଣ୍ଡେଇ ର ବାର୍ତ୍ତା ଓ ଲକ୍ଷ୍ୟ, ଉଦେଶ୍ୟ ପୁରଣ ନେଇ ସହର ପରିକ୍ରମା କରିଥିଲେ । ଏହି ସାଂସ୍କୃତିକ ଶୋଭାଯାତ୍ରାରେ ସ୍ଥାନୀୟ ବାଦ୍ୟ,ନୃତ୍ୟ, ସଙ୍ଗୀତ ମାଧ୍ୟମରେ ମଣ୍ଡେଇ ପଡିଆ ନିକଟରେ ପହଞ୍ଚିବା ପରେ ଆଦିବାସୀ ଙ୍କ ପ୍ରତୀକ ଭିମା ଭିମାଣି ଙ୍କ ମୂର୍ତ୍ତି ଙ୍କୁ ମଣ୍ଡେଇ ମଞ୍ଚ ନିକଟରେ ସ୍ଥାପନା କରିବା ପରେ ବିଧିବଦ୍ଧ ଭାବେ ଆରମ୍ଭ ହେଲା ମଣ୍ଡେଇ ମହୋତ୍ସବ । ସନ୍ଧ୍ୟାରେ ମଣ୍ଡେଇ ପଡିଆରେ ଥିବା ମଞ୍ଚରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ପରେ ଆୟୋଜିତ ସଭାରେ ଅତିଥି ମାନଙ୍କ ଦ୍ୱାରା ମଣ୍ଡେଇ ର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା । ସଭାପରେ ଆୟୋଜିତ ପ୍ରଥମ ଦିବସ ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶି, ନବରଙ୍ଗପୁର ର ଢେମଶା, ରେଂଜୁଡ଼ି, କଳାହାଣ୍ଡିର ଘୁମୁରା, ବଲାଙ୍ଗିର ର ଚୁଟକୁଚୁଟା, ନବରଙ୍ଗପୁର ମୁନୁସିପାଲିଟିର ଲୋକନୃତ୍ୟ ପ୍ରମୁଖ କଳାକାର ଦ୍ୱାରା ମଞ୍ଚସ୍ଥ ହୋଇଥିଲା ।

 ଏହି କାର୍ଯ୍ୟକ୍ରମ ଆଉ ଦୁଇ ଦିନ ଚାଲିବାକୁ ଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାର କଳାକାର ଙ୍କୁ ନେଇ ରଙ୍ଗା ରଙ୍ଗା କାର୍ଯ୍ୟକ୍ରମ ର ମଞ୍ଚସ୍ଥ ହେବାକୁ ଥିବା ବେଳେ ସ୍ଥାନୀୟ କଳାକାର ଙ୍କୁ ନେଇ ଦୁଇ ଦିନ ପଲ୍ଲୀଶ୍ରୀ ମେଳାର କାର୍ଯ୍ୟକ୍ରମ ରହିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଜଳରୁଦ୍ର ପାଣି ପଞ୍ଚାୟତର କର୍ମ କର୍ତ୍ତା ଚୟନ

Sunil Chandra Nayak

ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜାଗରଣ ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ବିଶ୍ଵ କବିତା ଦିବସ

Sunil Chandra Nayak

Leave a Comment

error: Content is protected !!