ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଇ ସେବକ ବାନାମ୍ବର ଜେନାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ମହଲରେ ଶୋକ ର ଛାୟା ଖେଳିଯାଇଛି

କେନ୍ଦ୍ରାପଡା —୧୧ / ୧୨/ଆଦର୍ଶ ଧର୍ମ ପରାୟଣ ସାଇ ସେବକ ତଥା ପୂର୍ବତନ କେନ୍ଦ୍ରାପଡା ଜିଲ୍ଲା ଅନୁନିବନ୍ଧକଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ବାନାମ୍ବର ଜେନାଙ୍କର ( ୮୩ ) ଗତକାଲି ତାଙ୍କର ଗରାପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି। ତେବେ ସ୍ଵର୍ଗତ ଜେନା ଜଣେ ପରୋଉପକାରୀ ତଥା ଧର୍ମ ପରାୟଣ ଆଦର୍ଶ ବ୍ୟକ୍ତି ଭାବରେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ଅନ୍ୟ ଦିଗରେ ସରକାରୀ ସେବାରୁ ଅବସର ନେବା ପରେ ଭଗବାନ ଶ୍ରୀ ସତ୍ୟସାଇ ସେବା ସମିତି ସହିତ ସମ୍ପୃକ୍ତ ରହି ସେ ଅବଶିଷ୍ଟ ଜୀବନ ଅତିବାହିତ କରୁଥିଲେ।ଏଥିସହିତ କୋରୋ ସ୍ଥିତ ସତ୍ୟସାଇ ସେବା ମନ୍ଦିର ଓ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପ୍ରତିଷ୍ଠାର ଅଗ୍ରଦୂତ ସ୍ଵର୍ଗତ୍ ଜେନା ଜଣେ ବନ୍ଧୁ ବତ୍ସଳ ଆଦର୍ଶ ଗୃହସ୍ଥ ବ୍ୟକ୍ତି ଥିଲେ।ତାଙ୍କର ମୃତ୍ୟୁରେ ସାରା ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଶିଷ୍ଟ ବ୍ୟକ୍ତି ଅଲେଖ ଚନ୍ଦ୍ର ଜେନା, ବିଷ୍ଣୁ ଦାସ ,ସୁନାକର ବେହେରା , କିଶୋର ପଣ୍ଡା ,ଭୁବନ ମୋହନ ଜେନା, ତେଜେଶ୍ଵର ପରିଡ଼ା , ସୁଦର୍ଶନ ମହାପାତ୍ର , ରଞ୍ଜିତ ପ୍ରସାଦ ଜେନା , ବରିଷ୍ଠ ଶିକ୍ଷବିତି କୃଷ୍ଣ ଚନ୍ଦ୍ର ମଳିକ,ଡ ଅଶୋକ କୁମାର ହୋତା , ବିଷ୍ଣୁ ଚରଣ ସାମଲ , ପ୍ରିୟବ୍ରତ ନାୟକ , ଶଶାଙ୍କ ଓଝା , ପ୍ରଦ୍ୟୁମ୍ନ ସିଂହ, ପ୍ରଦୀପ କୁମାର ନାୟକ , ଦିଲ୍ଲୀପ ଦାଶ, ନୃସିଂହ ଚରଣ ରାଉତ ଆଦି ଏବଂ କେନ୍ଦ୍ରାପଡା ଓ କୋରୋ ସତ୍ୟସାଇ ସଂଗଠନ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ଏପରି ବିଶେଷତଃ ପୁରୀ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ରାଜଶ୍ରୀର ୩୪ ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟ କବି ସମାବେଶରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଉପସ୍ଥିତିରେ ରାଜଶ୍ରୀ ପରିବାର ପକ୍ଷରୁ ଶୋକବ୍ୟକ୍ତ କରାଯାଇଥିଲା।   ପୂର୍ବର ସ୍ଵେଚ୍ଛାକୃତ ଅଙ୍ଗଦାନ ଚୁକ୍ତି ଅନୁସାରେ ଭୁବନେଶ୍ୱର ସ୍ଥିତ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ଦୃଷ୍ଟିଦାନ ଆଇ ବ୍ୟାଙ୍କରେ ସ୍ଵର୍ଗତ ଜେନାଙ୍କର ଆଖିଦାନ ହେବା ପରେ ତାଙ୍କ ନିଜ ଗାଁ କୋରୋରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠପୁତ୍ର ସ୍ମୃତିରଞ୍ଜନ ମୁଖାଗ୍ନି ଦେଇଥିବା ବେଳେ ପୁଅ ଶରତଚନ୍ଦ୍ର, ଦିପ୍ତୀରଞ୍ଜନ , ସୀତାକାନ୍ତ, ସତ୍ୟବାନ, ପ୍ରକାଶ ରଞ୍ଜନ, ବିଶ୍ଵରଞ୍ଜନ ଓ ଜ୍ଵାଇଁ ପ୍ରଭାତ , ଅନୀଲ,ରାଜେନ୍ଦ୍ର ଆଦି ଉପସ୍ଥିତ ଥିଲେ। ତାଙ୍କର ଦ୍ଵାଦଶାହ ଉପଲକ୍ଷେ ୨୧ ତାରିଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହେବା ସଙ୍ଗେ ସଙ୍ଗେ ସ୍ମୃତି ଉଦ୍ଦେଶ୍ୟରେ ” ସାଇଶ୍ରିତ ବାନାମ୍ବର ” ଲୋକାର୍ପିତ ହେବ ବୋଲି ସ୍ଵର୍ଗତ୍ ଜେନାଙ୍କ ପୁଅ ତଥା ରାଜଶ୍ରୀର ସମ୍ପାଦକ ବିଶେଷ ସୂଚନା ଜଣାଇଛନ୍ତି ।

କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ମସିହା ନିୟୁଜ )

Related posts

ସାହିତ୍ୟ ଅଗଣା

Sunil Chandra Nayak

ପାଇଖାନା କାନ୍ଥ ପଡି ବାଳକର ମୃତ୍ୟୁ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!