ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୁଲ୍ୟରେ ଓ ସି ଏ ଭିଜନ୍ 24 ଜୁନିଅର ଅନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଆୟୋଜିତ ଓ ସି ଏ ଭିଜନ୍ 24 ଜୁନିଅର ଅନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏ ଉପଲକ୍ଷେ ଆୟୋଜିତ ସଭା ପ୍ରାରମ୍ଭରେ ପ୍ରଖ୍ୟାତ ଫୁଟବଲ ଖେଳାଳି ଲବଣୀ ସ୍ଵର ଭୋଇଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ୧୦ ଦିନ ବ୍ୟାପୀ ଅନୁଷ୍ଠିତ ଏହି ଲିଗ୍ ମ୍ୟାଚ ରେ ସର୍ବୋତ୍କୃଷ୍ଟ ପଏଣ୍ଟ ହାସଲ କରିଥିବା କେ ଡି ସି ଏ ଦଳ ଚାମ୍ପିଅନ ଓ ରାମ ନଗର କ୍ରିକେଟ କ୍ଲବ ଚାମ୍ପିୟନ ହୋଇଥିଲେ, ଉଭୟ ଦଳକୁ ଜିଲ୍ଳା କ୍ରୀଡ଼ା ସଂସ୍ଥା ର ସାଧାରଣ ସମ୍ପାଦକ ତଥା ଓଡିଶା ଅଲିମ୍ପିକ ଆସୋସିଏସନ ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ ଟ୍ରଫି ପ୍ରଦାନ କରିଥିଲେ।ଏ ଅବସରରେ କଳାହାଣ୍ଡି ଜିଲ୍ଲା ର ପ୍ରଥମ ରଣଜୀ ଟ୍ରଫି ଖେଳାଳି ଭାରତ ଭୂଷଣ ଦେଓ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳ ପରିଚାଳକ ମାନଙ୍କୁ କର୍ମକର୍ତ୍ତା ଓ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ଦ୍ଧାର ସନ୍ତ ସିଂ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସମାରୋହରେ ସହ ସମ୍ପାଦକ ସୁନୀଲ କୁମାର ବେହେରା, କାଲି ପ୍ରସାଦ ପଟ୍ଟନାୟକ, ଆଥଲେଟିକ୍ସ ସମ୍ପାଦକ ଚକ୍ରଧର ସେଠି, ବରିଷ୍ଠ ସଦସ୍ୟ ଭିକାରୀ ଚରଣ ମିଶ୍ର, ଅଶୋକ ପଟ୍ଟନାୟକ, ଅଜୟ ପଟ୍ଟନାୟକ, ଶିବରାମ ନାଏକ, ନିର୍ମଳ ସିଂ, ରବି କାନୁନଗୋ, ପଙ୍କଜ ପଟ୍ଟନାୟକ, ବିପିନ ମିଶ୍ର, ଧୀରେନ୍ ପଟ୍ଟନାୟକ, ସୁବ୍ରତ ବହିଦାର, ରମେଶ ସାହୁ, କେସରୀ ସାହୁ, ଭବାନୀ ଶଙ୍କର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ଅନ୍ତିମ ଦିବସ ଖେଳ ରେ ପ୍ରଭାତ କୁମାର ବ୍ରହ୍ମା ଓ ବିପ୍ଳବ ସିଂ ଅମ୍ପେୟାର ଦାୟିତ୍ଵ ନିର୍ବାହ କରିଥିଲେ। ମଳୟ କୁମାର ଦ୍ଵିବେଦୀ ଓ ସାକ୍ଷୀ ଗୋପାଳ ପଣ୍ଡା ସ୍କୋରର କାର୍ଯ୍ୟ ଅତି ସୁନ୍ଦର ଭାବରେ ସମ୍ପାଦନ କରିଥିଲେ।

ଅର୍ଜ୍ଜୁନ ପଟ୍ଟନାୟକ ସହ ସଂପାଦକ ଙ୍କ ରିପୋର୍ଟ 

Related posts

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତ୍ୟୁ

Sunil Chandra Nayak

କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ଯବସ୍ଥାକୁ ନେଇ ଏକ ପରାମର୍ଶ ଶିବିର

Sunil Chandra Nayak

କବିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିତା

Sunil Chandra Nayak

Leave a Comment

error: Content is protected !!