ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  –+- ଧର୍ମ -+–

 –+- ଧର୍ମ -+–

ଧର୍ମ ଦାଣ୍ଡେ ଛିଡ଼ା ହୋଇ  
          ପଚାରୁଛି ତୋତେ
ଅଧର୍ମ ଘୋଟିଲା କାହିଁ 
            ସଂସାରରେ ଏତେ
କଳି କାଳ ଶେଷ ବେଳ
             ଆସିଲାକି ସତେ
ଧର୍ମ ଦାଣ୍ଡେ ଛିଡ଼ା ହୋଇ……………..୧ 
ପାଦରେ ପଡ଼ିଛି ବେଡ଼ି 
              କି ଦୋଷ କରିଛି
ଧର୍ମ କୁ ମୁଁ ଛାଡ଼ିଦେଇ
                ଅଧର୍ମ କରୁଛି
ନାହିଁ ମୋର ଅନୁତାପ
                 ତିଳେ ହେଲେ ସତେ
ଧର୍ମ ଦାଣ୍ଡେ ଛିଡ଼ା ହୋଇ……………..୨ 
କଳିଯୁଗେ କାଳରୂପ 
              ଶରୀରେ ପ୍ରବେଶ
ଧର୍ମର ବେକକୁ ଧରି 
              ଦେଉଛି ଆଦେଶ
କିଏ ହେବ ସାହା ତୋର 
               କହରେ ତୁ ମୋତେ
ଧର୍ମ ଦାଣ୍ଡେ ଛିଡ଼ା ହୋଇ……………..୩ 
ଧର୍ମ ଯଦି ହାରିଯିବ 
                ସଂସାର ବୁଡିବ
ପତିତପାବନ ବାନା 
                 ଆଉ ନ ଉଡ଼ିବ
ରକ୍ଷା କଲେ ଧର୍ମ ବାନା
                 ଉଡୁଥିବ କେତେ
ଧର୍ମ ଦାଣ୍ଡେ ଛିଡ଼ା ହୋଇ  
         ପଚାରୁଛି ତୋତେ …………୪

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ମସୀହା ପ୍ରଭାବ –  ଦଶ ଦିନ ଅନ୍ଧାର ରେ ରହିବା ପରେ:ମଞ୍ଚାଗାଁ ଛାତ୍ରାବାସ ଓ ବିଦ୍ୟାଳୟ ପାଇଲେ ବିଦ୍ୟୁତ ସେବା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଓଡ଼ିଶାରେ ସର୍ବାଧିକ ଜରାଶ୍ରମ – ଭାରତରେ ୫୩୪, ଓଡ଼ିଶାରେ ୮୫

Leave a Comment

error: Content is protected !!