ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରକ୍ତଦାନ କରି ରୋଗୀ ଙ୍କ ଜୀବନ ବଞ୍ଚାଇଲେ ଯୁବକ

ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜୁନାପାଣି ଗ୍ରାମର ଲାବଣ୍ୟ ମାଝୀ ଯୁବକ ସଂଘ ସଦସ୍ୟ ମୋହନ ମାଝୀଙ୍କ ବଦାନ୍ୟତା l ଜଣେ ରୋଗୀଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି l ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମାଲଗାଁ ଗ୍ରାମରେ ରହୁଥିବା ମହିଳା ସଜ ମାଳି କୌଣସି ରୋଗରେ ପୀଡିତ ହୋଇ ଅସୁସ୍ଥତା ଥିବା ଯୋଗୁଁ ପରିବାର ଲୋକ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଡାକ୍ତର ସଜ ମାଳିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ହିମୋଗ୍ଲୋବିନ ପରିମାଣ ଆବଶ୍ୟକତା ଠାରୁ କମ ପ୍ରତିଶତ ରହିଥିବାରୁ ତୁରନ୍ତ ରକ୍ତର ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ l ତେବେ ସଜ ମାଳିଙ୍କ ପରିବାର ଲୋକେ ରକ୍ତ ଯୋଗାଡ଼ କରିବା ନେଇ ଚିନ୍ତାରେ ପଡ଼ିଥିଲେ l ଏହି ସମୟରେ ଲାବଣ୍ୟ ମାଝୀ ଯୁବକ ସଂଘ ଗୋଷ୍ଠୀରେ ସଜ ମାଳିଙ୍କୁ ରକ୍ତର ଆବଶ୍ୟକ ଥିବା ନେଇ ମେସେଜ ଭାଇରାଲ ହୋଇଥିଲା l ଏହା ଦେଖି ଲାବଣ୍ୟ ମାଝୀ ଯୁବକ ସଂଘ ସଦସ୍ୟ ମୋହନ ମାଝୀ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଏକ ୟୁନିଟ ଏବି ପଜିଟିଭ ରକ୍ତଦାନ କରି ମହାନ କାର୍ଯ୍ୟ କରିଛନ୍ତି l ମୋହନ ଙ୍କ ଏଭଳି ମାନସିକତାକୁ ଲାବଣ୍ୟ ମାଝୀ ଯୁବକ ସଂଘର ମୁଖ୍ୟ ଉପ ସଭାପତି କରୁଣାକର ମାଝୀ ଏବଂ ସଭାପତି ଭୈରବ ମାଝୀଙ୍କ ସମେତ ସମସ୍ତ ସଦସ୍ୟ ସାଧୁବାଦ ଜଣାଇଛନ୍ତି l ତେବେ ମୋହନଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ କୁମାର ଦାସ ଙ୍କ ରିପୋର୍ଟ୍ 

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତ୍ରି ଗୋ! ତୁମେ

Sunil Chandra Nayak

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଜନଜୀବନ ପ୍ରଭାବିତ।

ଗାୟତ୍ରୀ ସିଂହ ଙ୍କ କବିତା ପାର୍ବଣେ ନବଦୁର୍ଗା

Sunil Chandra Nayak

Leave a Comment

error: Content is protected !!