ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ଵର,୧୨/୧୨/୨୨- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକରେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏଥିପାଇଁ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୯ କୋଟି ୭ ଲକ୍ଷ ୪୩ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଥିବା ବେଳେ ବିଧାୟକ ଖଇରା ବ୍ଲକର ବିକାଶ ଦିଗରେ ଅଛନ୍ତି । ଉକ୍ତ ଅର୍ଥ ରାଶି ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଲାଗିବ, ଯଥା- କଇଥଗଡିଆ ଠାରୁ ଡୁଙ୍ଗୁରା ଭାୟା ଆଳଦା ଓ ଗୋଳିହା ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ୨ କୋଟି ୩୪ ଲକ୍ଷ ୩ ହଜାର ଟଙ୍କା, ଓଝାପୋଖରୀ ଠାରୁ ଅଡା ଭାୟା ସାରଡାଙ୍ଗ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ୪ କୋଟି ୮୮ ଲକ୍ଷ ୯୦ ହଜାର ଟଙ୍କା, ଅନ୍ତରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ଯାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ୩୭ ଲକ୍ଷ ୮୧ ହଜାର ଟଙ୍କା, ବର୍ତ୍ତନା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ଯାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ୩୨ ଲକ୍ଷ ୫୭ ହଜାର ଟଙ୍କା, ଖଇରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ଯାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ୩୨ ଲକ୍ଷ ୮୮ ହଜାର ଟଙ୍କା, କୁପାରୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ପାଇଁ ୩୨ ଲକ୍ଷ ୭୦ ହଜାର ଟଙ୍କା ଏବଂ ଡୁଡିଗଡିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ୪୮ ଲକ୍ଷ ୫୪ ହଜାର ଟଙ୍କାର ପ୍ରକଳ୍ପକୁ ବିଧାୟକ ଉଦଘାଟନ କରିଛନ୍ତି ।       ଦୀର୍ଘଦିନ ଧରି ଆଳଦା-ପଳସା-ଗୋଳିହା-ଡୁଙ୍ଗୁରା ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ନିମନ୍ତେ ଯାତାୟାତ କରୁଥିବା ପଥଚାରୀ ଏବଂ ଜନସାଧାରଣଙ୍କ ତରଫରୁ ବିଧାୟକଙ୍କ ନିକଟରେ ଦାବି ହୋଇ ଆସୁଥିଲା । ଯାହାହେଉ ମାନ୍ଯବର ବିଧାୟକଙ୍କ ଉଦ୍ୟମ କ୍ରମେ ତାହା ଆଜି ସମ୍ଭଵ ହୋଇ ପାରିଛି । ଯାହାର ଶୁଭ ଶିଳାନ୍ୟାସ ତା ୧୨/୧୨/୨୨ ରିଖରେ ବିଧାୟକଙ୍କ ଦ୍ବାରା ସମ୍ପନ୍ନ ହୋଇଛି । ବିଧାୟକଙ୍କ ଏଭଳି ଉଦ୍ୟମକୁ ଜନସାଧାରଣ ବହୁ ପ୍ରଶଂସା କରିଛନ୍ତି । ଏହି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବିଭିନ୍ନ ନିର୍ବାଚିତ ପ୍ରତିନିଧିମାନେ ସାମିଲ ଥିଲେ । ଏହି ପ୍ରକଳ୍ପ ଦ୍ବାରା ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀ ବିକାଶ ଧାରାକୁ ମିଳିବ ନୂତନ ଗତି ବୋଲି ବିଧାୟକ ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରତିମା ଶତପଥି ଙ୍କ କବିତା ଆସ ମା ଅବତରୀ

Sunil Chandra Nayak

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି  ହେବ ଭୋଟ୍

Sunil Chandra Nayak

ବେଦ ଭୂଷଣ, ଆଇଏଏସ,ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

Leave a Comment

error: Content is protected !!