ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖେଲୋ ଇଣ୍ଡିଆ ରେ ଭାଗ ନେଇଥିବା ଉଷୁ ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ/ତାଳଚେର :ତା 12/12/2022:କେରଳର କୋଝିକୋଡ଼ ସ୍ଥିତ ଭିକେ କୃଷ୍ଣ ମୋହନ ଇଣ୍ଡୋର ଷ୍ଟାଡିଅମ ରେ ଭାରତ ସରକାର ଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ ଅନୁଷ୍ଠିତ ହୋଇଯାଇଛି |ଉଷୁ ସଂଘ ର ରାଜ୍ୟ ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ ଏବଂ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଙ୍କ ନେତୃତ୍ୱ ରେ ଓଡିଶା ର 41ଜଣ ପ୍ରତିଯୋଗୀ କୋଚ ଭାଗ ନେଇଥିଲେ ଏବଂ ଓଡିଶାକୁ 16ଟି ପଦକ ମିଳିଥିଲା |ଏଥିରେ ଅନୁଗୁଳ ଜିଲ୍ଲାର ଦୁଇଜଣ ପ୍ରତିଯୋଗୀ ପ୍ରିୟଙ୍କା ବେହେରା ଓ ଅଙ୍କିତା ନାୟକ ଯୋଗ ଦେଇଥିଲେ | ଅନୁଗୁଳ ଜିଲ୍ଲାର ଉଷୁ ଆସୋସିଏସନ ର ସାଧାରଣ ସମ୍ପାଦକ ସୁଶାନ୍ତ ନାୟକ ରାଜ୍ୟର ଟିମ ମ୍ୟାନେଜର ତଥା ଜିଲ୍ଲା କୋଚ ଭାବେ ମନୋନୀତ ହୋଇ ଖେଲ ଇଣ୍ଡିଆରେ ଯୋଗ ଦେଇଥିଲେ |ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ରୁ ଖେଲ ଇଣ୍ଡିଆ ର ପ୍ରତିଯୋଗିତା ରେ ଭାଗ ନେଇ ଅନୁଗୁଳ ଜିଲ୍ଲା କୁ ଗୌରବାନ୍ୱିତ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଦୁଇ ଜଣ ପ୍ରତିଯୋଗୀ ଏବଂ କୋଚ ଙ୍କୁ ସଂମ୍ମାନିତ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉଷୁ ଆସୋସିଏସନ ର ସଭାପତି ପର୍ଶୁରାମ ବାରିକ, ଉପ ସଭାପତି ବାସୁଦେବ ସାହୁ, ଟେକ୍ନିକାଲ ଡାଇରେକ୍ଟର ବିନୋଦ କୁମାର ନାଏକ,ଅନିଲ ମୁର୍ମୁ, ଲକ୍ଷଣ ନାଏକ ଏବଂ ଜିଲ୍ଲା ଉଷୁ ଆସୋସିଏସନ ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ |

ତାଳଚେର ରୁ ଆର୍ତ୍ତତ୍ରାଣ ପାଣି ଙ୍କ ରିପୋର୍ଟ 

Related posts

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ବ୍ୟାଙ୍କ ରୁ ତାଲା ଭାଙ୍ଗି ଚୋରି

Sunil Chandra Nayak

ଜୁଆ ଅଡ୍ଡାରେ ୧୩ ଜଣଙ୍କୁ ଧରିଲା ଖାତିଗୁଡା ପୋଲିସ 

Sunil Chandra Nayak

Leave a Comment

error: Content is protected !!