ଅନୁଗୁଳ/ତାଳଚେର :ତା 12/12/2022:କେରଳର କୋଝିକୋଡ଼ ସ୍ଥିତ ଭିକେ କୃଷ୍ଣ ମୋହନ ଇଣ୍ଡୋର ଷ୍ଟାଡିଅମ ରେ ଭାରତ ସରକାର ଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ ଅନୁଷ୍ଠିତ ହୋଇଯାଇଛି |ଉଷୁ ସଂଘ ର ରାଜ୍ୟ ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ ଏବଂ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଙ୍କ ନେତୃତ୍ୱ ରେ ଓଡିଶା ର 41ଜଣ ପ୍ରତିଯୋଗୀ କୋଚ ଭାଗ ନେଇଥିଲେ ଏବଂ ଓଡିଶାକୁ 16ଟି ପଦକ ମିଳିଥିଲା |ଏଥିରେ ଅନୁଗୁଳ ଜିଲ୍ଲାର ଦୁଇଜଣ ପ୍ରତିଯୋଗୀ ପ୍ରିୟଙ୍କା ବେହେରା ଓ ଅଙ୍କିତା ନାୟକ ଯୋଗ ଦେଇଥିଲେ | ଅନୁଗୁଳ ଜିଲ୍ଲାର ଉଷୁ ଆସୋସିଏସନ ର ସାଧାରଣ ସମ୍ପାଦକ ସୁଶାନ୍ତ ନାୟକ ରାଜ୍ୟର ଟିମ ମ୍ୟାନେଜର ତଥା ଜିଲ୍ଲା କୋଚ ଭାବେ ମନୋନୀତ ହୋଇ ଖେଲ ଇଣ୍ଡିଆରେ ଯୋଗ ଦେଇଥିଲେ |ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ରୁ ଖେଲ ଇଣ୍ଡିଆ ର ପ୍ରତିଯୋଗିତା ରେ ଭାଗ ନେଇ ଅନୁଗୁଳ ଜିଲ୍ଲା କୁ ଗୌରବାନ୍ୱିତ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଦୁଇ ଜଣ ପ୍ରତିଯୋଗୀ ଏବଂ କୋଚ ଙ୍କୁ ସଂମ୍ମାନିତ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉଷୁ ଆସୋସିଏସନ ର ସଭାପତି ପର୍ଶୁରାମ ବାରିକ, ଉପ ସଭାପତି ବାସୁଦେବ ସାହୁ, ଟେକ୍ନିକାଲ ଡାଇରେକ୍ଟର ବିନୋଦ କୁମାର ନାଏକ,ଅନିଲ ମୁର୍ମୁ, ଲକ୍ଷଣ ନାଏକ ଏବଂ ଜିଲ୍ଲା ଉଷୁ ଆସୋସିଏସନ ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ |