ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ସଂଗ୍ରାମ ରଖ ଜାରି ।।

।। ସଂଗ୍ରାମ ରଖ ଜାରି ।।

        

                   କୈଳାସ ଚ଼ନ୍ଦ୍ର ପାଢ଼ୀ 

ଦୁର୍ଗମ ସେଇ ବସ୍ତିରେ ଏକ
                ଜୀର୍ଣ୍ଣ-କୁଟୀର ଦ୍ବାରେ,
ଶୀର୍ଣ୍ଣକାୟା ସେ ତରୁଣୀ ଟି ଉଭା
                ଅଶ୍ରୁଳ ନୟନରେ ।
ପଳିତ ପତ୍ର ପରି
ସମାଜ-ଶାଣିତ ଖଡ଼୍ଗେ ଲୁଚି଼ଛି
                ତନୁ-ବଲ୍ଲରୀ ଶିରୀ ।।
ଛଳ ଛଳ ତାର ନୟନ-ଯୁଗଳେ
                ଅୟୂତ ଯୁଗର ବ୍ୟଥା,
ସୂଚାଇ ଦେଉଛି ଭଦ୍ରତାର ଏ
                କପଟାଚ଼ାରର-ଗାଥା ।
ଭୟ ଶଙ୍କିତ ଡୋଳେ
ଚା଼ହିଁଲା ଭୀରୁ ସେ ଜିଜ୍ଞାସା ରଖି
                 ଗୁପ୍ତ ତା ମନତଳେ ।।
କାହିଁକି କେଜାଣି ଟାଣିହୋଇଗଲା
               ପାଦ ମୋର ପାଶେତାର,
କହିଲି ଭଗିନୀ କାନ୍ଦୁଛ କିଆଁ
               କିଅବା ଦୁଃଖ ତୋର ?
କହିଲା ଅବଳା କାନ୍ଦି
ଦୁଃଖ ତାହାର ଆଜିର ସମାଜ
               ଜୀବନେ ଦେଇଛି ଛନ୍ଦି।
ସୁପ୍ତ-ସିଂହର ଲୁପ୍ତ-ଚ଼େତନା
               ଜାଗ୍ରତ ହେଲା ଧିରେ,
ତଥାପି ନୀରବ ବୀର ଫାଲ୍ଗୁନି
              ଏ କୁରୁ ସଭାର ତଳେ 
ପାପ-ଅନ୍ଧାର ଖେଳେ
ପୂଣ୍ୟ ର ପ୍ରଭା ଲୁଚି ଯାଇଅଛି
             ଅଦୃଷ୍ଟ ଅନ୍ତରାଳେ ।।
ଧର୍ମର ସଂଜ୍ଞା ବଦଳି ଯାଇଛି
             ଆଜି ଏ ଧରଣୀ ପରେ
ମନ୍ଦିର ଆଉ ମସ୍ ଜିଦ୍ର ରେ
             ରକ୍ତ ଲହରୀ ଖେଳେ 
ଅଧର୍ମୀର ଅଟ୍ଟହାସ୍ୟ
ଫିକା ପଡ଼ିଯାଏ ଧର୍ମବନ୍ତର
             ଶାନ୍ତ କୋମଳ ଆସ୍ୟ।।
ମାନବିକତାର ମୃତ୍ୟୁ ଘଟିଛି
             ପାଶବିକତାର-କ୍ରୋଧେ,
ହାରିଯାଇଛି ବିବେକ ଯେ ଆଜି
             ଅବିବେକିତାର-ଯୁଦ୍ଧେ
ସତ୍ୟ ଯେ କାରାରୁଦ୍ଧ
ପ୍ରେମର-କବିତା ବୁଝିହୁଏ ନାହିଁ
             ସେତ ଆଜି ଅବବୋଧ୍ୟ।।
ଶିରେ କରରଖି କହିଲି ଭଗିନୀ
             ଦେଖ ଏ ଆକାଶବୁକେ,
ଧର୍ମର ସେଇ ଅଖଣ୍ଡ ଦୀପ
             ଜଳୁଅଛି କେଉଁ ଲକ୍ଷେ
ସଂଗ୍ରାମ ରଖ ଜାରି
ଧର୍ମରଜୟ ହୋଇଛି ହୋଇବ
              ପାପ ଯିବ ଅପସରି ।।
           

କୁମାର ପୁର। ଅନନ୍ତ ପୁର।

ବାସୁଦେବପୁର।ଭଦ୍ରକ।

Related posts

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଶେଫାଳି

ପ୍ରବନ୍ଧ

Sunil Chandra Nayak

ବେଦ ଭୂଷଣ, ଆଇଏଏସ,ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ

Sunil Chandra Nayak

Leave a Comment

error: Content is protected !!