ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ସି.ସି. ଟି.ଭି. କ୍ୟାମେରା

  ସି.ସି. ଟି.ଭି. କ୍ୟାମେରା

                ଅପର୍ତ୍ତି ସେଠୀ

       (ରମ୍ୟ ରଚନା)
ମଙ୍ଗଳରେ ଘର କରିବ ମଣିଷ
      ସ୍ବର୍ଗକୁ ସିଡି ବାନ୍ଧିବ,
ରାବଣ ପରିକା ସ୍ଵର୍ଣ୍ଣ ଲଙ୍କା ପୁରୀ
      ଗଢ଼ିବା ସ୍ଵପ୍ନ ଦେଖିବ।
ସମୁଦ୍ରେ ବୁଡିବ ଆକାଶେ ଉଡିବ
      ଏଭରେଷ୍ଟ ଚଢିଯିବ,
କ୍ଷେପଣାସ୍ତ୍ର ମାରି ମୁହୂର୍ତ୍ତକେ ପୁରି
      ଧ୍ଵଂସ ବି କରିପାରିବ।
ଅସରନ୍ତି ଆଶା ଅନେକ ସପନ
      ଅସମାପ୍ତ ସୁଖ ପାଇଁ,
ଗବେଷଣାରତ ମଣିଷ ବଞ୍ଚିଛି
     ଅନେକ କାମନା ନେଇ।
ଦୁନିଆଁକୁ ହାତ ମୁଠାରେ ରଖିଲା
     ଅନ୍‌ଲାଇନ୍‌ କାରବାରେ,
ମୋବାଇଲ ଆପ୍ ରାଜୁତି କରୁଛି
      ଟଙ୍କା ଖାଲି ଯାହା ଉଡେ।
ସିକ୍ଯୁରିଟି ଗାର୍ଡ ଦରମା ନେଉନି
       ସିସି କ୍ୟାମେରା ଜଗୁଛି,
ବ୍ୟାଙ୍କ୍‌ବାଲା ତେଣୁ ନିଜଘରେ ଟିକେ
       ଶାନ୍ତିରେ ଶୋଇପାରୁଛି।
ବିଜ୍ଞାନର ଅଗ୍ରଗତି ସହିତରେ
       ସମୟକୁ ଡେଇଁ ଡେଇଁ,
ମଣିଷ ଯଥେଷ୍ଟ ଉନ୍ନତି କରିଛି
       ଏଥିରେ ଦ୍ଵିମତ ନାହିଁ।
ମଣିଷ ନିଜକୁ ସିଆଣିଆ ଭାବି
       ବୁଦ୍ଧି ଯେତେ ଖଟାଉଛି,
ଏତେ ପରେ କଣ ଚୋରୀ ବ୍ୟଭିଚାର
       ଦୁର୍ନୀତି ହାର କମୁଛି?
ଯେଉଁ ସିସିଟିଭି କ୍ୟାମେରା ଲାଗିଛି 
      ବାଆ‌ ପାଇଁ ବତା ଇଏ,
ପ୍ରକୃତ କ୍ୟାମେରା ସିସିଟିଭି କିନ୍ତୁ
      ପ୍ରଭୁଙ୍କ ପାଖରେ ଥାଏ।
ସାରା ଜଗତରେ ପିଣ୍ଡ ବ୍ରହ୍ମାଣ୍ଡରେ
      କ୍ଯାମେରା ଲଗାଇଛନ୍ତି,
ପ୍ରତି ମଣିଷର ଅନ୍ତର ବାହାର
      ତଦାରଖ କରୁଛନ୍ତି ।
ଯେଉଁ ସିସିଟିଭି ପାପପୁଣ୍ଯ ଆଉ
      ଚୋରୀ ନାରୀ ଜଗୁଥାଏ,
 ତା’ ପାଖେ ମଣିଷ କେଉଁ ଶକ୍ତିଶାଳୀ
      ମିଛରେ‌ ବୋଲାଉଥାଏ?
ମଣିଷ ଚାହୁଁଛି ନିଜ ଆୟୂଷକୁ
       ମନ ଇଚ୍ଛା ବଢାଇବ,
ସେମିତି ତ ହେଲେ କୋଟିପତିଟିଏ
       ସର୍ବଦା ଅମର ହେବ।
ନାଁ କେବେ ନୁହେଁ ସେହି ବିଦ୍ଯାଟିକୁ
       ପ୍ରଭୁ ହାତେ ରଖିଛନ୍ତି,
ଯେଉଁଥିପାଇଁ କି କର୍ମ ଅନୁସାରେ
       ଫଳ ସେ ଯାଚି ଦିଅନ୍ତି।
ଆମ କାରନାମା ତାଙ୍କ କ୍ଯାମେରାରେ
       ସବୁବେଳେ ଧରାପଡେ,
ଜଗତର ନାଥ ଜଗତଜନଙ୍କୁ
       ଦେଖୁଥାନ୍ତି ଅନ୍ତରାଳେ।
ଆମ ସିସିଟିଭି ରଙ୍ଗ ଗୋବରରେ
       ଅନ୍ଧ ହୋଇଯାଇ ପାରେ,
ପ୍ରଭୁଙ୍କ କ୍ୟାମେରା ନଷ୍ଟ ହେବନାହିଁ
       କେବେ କୌଣସି ପ୍ରକାରେ।
ବାଟଘାଟେ ପୁଣି ଶୂନ୍ୟ ଅପହଞ୍ଚେ
       ସିସିଟିଭି ଲାଗିଅଛି,
ରିମୋଟ୍‌ ରହିଛି ପ୍ରଭୁଙ୍କ ହାତରେ
       ମୂର୍ଖ ଅପର୍ତ୍ତି କହୁଛି

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

Related posts

ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ,ପୋଲିସ ତଦନ୍ତ ଜାରି

Sunil Chandra Nayak

ଜୟ ମା ଠାକୁରାଣୀ ୟାଇଏସସିସି କ୍ରିକେଟ ଟୁର୍ନାମେଣ୍ଟ ଉଜ୍ଜାପିତ

Sunil Chandra Nayak

ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!