ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ଭାଜପା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଚନ୍ଦାହାଣ୍ଡି 22/12(ମ ନି ସ )– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଭାଜପା ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ ଙ୍କ ସଭାପତିତ୍ୱ ରେ ଜିଲ୍ଲା ସ୍ଥରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ନବରଙ୍ଗପୁର ଜିଲ୍ଲା ର 10 ଟି ବ୍ଲକ ର ଭାଜପା କାର୍ଯକର୍ତ୍ତା ଯୋଗଦାନ କରି ଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଭାଜପା ଉପସଭାପତି ତଥା ପୂର୍ବତନ ଏମପି ଇଁ ବଳଭଦ୍ର ମାଝି ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ନବରଙ୍ଗପୁର ଏମପି ପର୍ଶୁରାମ ମାଝି ଯୋଗଦାନ କରି ଥିଲେ, ,ସମ୍ମାନୀତ ଅତିଥି ଭାବରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ଗୌରୀ ଶଙ୍କର ମାଝୀ, ରାୟଗଡା ପ୍ରଭାରୀ ତଥା ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ କୁମାର ଜୈନ, କଳାହାଣ୍ଡି ପ୍ରଭାରୀ ରମେଶ ଚନ୍ଦ୍ର ସାହୁ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ବାସନ୍ତୀ ମାଝୀ, ସନ୍ତୋଷ ପାତ୍ର , ପ୍ରମୁଖ ମଞ୍ଚାସିନ ରହି ଥିବା ବେଳେ ଜିଲ୍ଲା ସମ୍ପାଦକ ଅଚୁତlନନ୍ଦ ବିଶୋଇ ମଞ୍ଚ ପରିଚାଳନା କରିଥିଲେ l ବୈଠକ ଆରମ୍ଭ ପୂର୍ବରୁ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଏବଂ ଦଳୀୟ କର୍ମୀ କାର୍ଯ୍ୟକର୍ତ୍ତା ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଭାରତ ମାତା କି ଜୟ ସ୍ଲୋଗାନ ଦେବା ସହ ଭାରତମାତା ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହା ପରେ ଜିଲ୍ଲା ସଭାପତି ଜଗଦିଶ ବିଶୋଇ ଙ୍କ ସଭାପତିତ୍ୱ ରେ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ ରେ ମୁଖ୍ୟ ଅତିଥି ତଥା ରାଜ୍ୟ ଭାଜପା ଉପସଭାପତି ବଳଭଦ୍ର ମାଝି ଏବଂ ମୁଖ୍ୟ ବକ୍ତା ପର୍ଶୁରାମ ମାଝି , ଦଳ କୁ ତୃଣମୂଳ ସ୍ଥର ରୁ ସୁଦୃଢ କରିବା ପାଇଁ ଉପସ୍ଥିତ ଥିବା ଦଶ ଟି ବ୍ଲକ ର କର୍ମୀ ଏବଂ କାର୍ଯ୍ୟ କର୍ତ୍ତା ମାନଂକୁ ଆହ୍ୱାନ ଦେବା ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ l ବୈଠକ ରେ ବେହେରାମୁଣ୍ଡା ପଂଚାୟତ ଜାମିଲିପଡାବାସୀ ନିଜର ମୌଳିକ ସୁବିଧା ରୁ ବଞ୍ଚିତ ହୋଇ ଛତିଶଗଡ ରାଜ୍ୟ ରେ ମିଶିବା ପାଇଁ ନିଷ୍ପତି ନେଇ ରାଜ୍ୟ ସରକାର ଙ୍କ ଦ୍ୱାରା ଦିଆଯାଇଥିବା ରାସନ କାର୍ଡ ଫେରାଇବା ଘଟଣା କୁ ଶାସକ ଦଳ ଏବଂ ସ୍ଥାନୀୟ ଅଧିକାରୀ ଏବଂ ଜନପ୍ରତିନିଧି ଙ୍କ ଏକ ବଡ଼ ଦୁର୍ବଳତା ବୋଲି ନିନ୍ଦା କରାଯିବା ସହ ସମସ୍ତ ଦଳୀୟ କର୍ମୀ ଏବଂ କାର୍ଯ୍ୟକର୍ତ୍ତା ମାନେ ଜାମଲିପଡା ଗସ୍ତ କରିବା ସହ ଜାମଲିପଡା ବାସୀ ଙ୍କୁ ବର୍ତ୍ତମାନ ସୁଦ୍ଧା ସେମାନଂକୁ ମିଳୁଥିବା ସମସ୍ତ ସରକାରୀ ଯୋଜନା ବାବଦରେ ପଚାରି ବୁଝିବା ସହ ସେମାନଂକୁ ଓଡିଶା ଛାଡି ଛତିଶଗଡ ରାଜ୍ୟ ରେ ନମିଶିବା ପାଇଁ ନିବେଦନ କରି ଥିଲେ l ଦୀର୍ଘ ବର୍ଷ ହେବ ପଡ଼ା ବାସୀ ରାଜ୍ୟ ସରକାର ଙ୍କୁ ବିଦ୍ଵ୍ୟୁତ ସଂଯୋଗ ବାବଦରେ ନିବେଦନ କରିଆସୁ ଥିଲେ ମଧ୍ୟ ସେମାନଂକୁ ଏଥିରୁ ବଞ୍ଚିତ କରାଯାଉଛି ବୋଲି ପଡାମୁଖ୍ୟ ମୋହନ ନାୟକ ଏବଂ ପଡାବାସୀ ଭାଜପା ପ୍ରତିନିଧି ଦଳ କୁ ପ୍ରକାଶ କରିବା ସହ ପଡ଼ା ରେ 7 ଦିନ ମଧ୍ୟ ରେ ବିଦ୍ୟୁତ ସଂଯୋଗ ଦେବା କୁ ସାଂସଦ ରମେଶ ଚନ୍ଦ୍ର ମାଝି ପଡା ବାସୀ ଙ୍କୁ ପ୍ରତି ଶ୍ରୁତି ଦେବା ସହ ବିଦ୍ୟୁତ ବିଭାଗ ଅଧିକାରୀ ମାନେ ଗ୍ରାମ କୁ ଆଶି ସ୍ଥିତି ଅନୁଧ୍ୟାନ କରିଥିବା ନେଇ ସୂଚନା ଦେଇ ଥିଲେ l ବି ଜେ ପି ଦଳ ପଡାବାସୀ ଙ୍କ ସମସ୍ତ ମୌଳିକ ସୁଭିଧା ପାଇଁ ଲଢେଇ ଜାରି ରଖିବ ବୋଲି ବି ଜେ ପି ପ୍ରତିନିଧି ଦଳ ପଡ଼ା ବାସୀ ଙ୍କୁ ପ୍ରତିଶ୍ରୁତି ଦେବା ସହ ଜିଲ୍ଲା ପ୍ରଶାସନ ସହ ଫୋନ କରି ସମସ୍ୟା ର ତୁରନ୍ତ ସମାଧାନ କରିବାକୁ କହିଥିଲେ l ଏହି ଗସ୍ତ ସମୟ ରେ ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ବାଘ ମାଲଗାଁ ମଣ୍ଡଳ ଡମ୍ବରୁ ମାଝି, ଶ୍ୟାମସୁନ୍ଦର ମାଝି, ଦିଲୀପ ଦାସ, ଭୋଦେବ ବାଘ, ଭରତ ବାଘ, ପ୍ରମୁଖ ଉପସ୍ଥିତ ରହି ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

The Odisha Janata Congress party workers convention at 42 mouza Cuttack.

ଡ଼ୁମେରପଡା ଗ୍ରାମ ରେ ବିଜେଡିର ମିଶ୍ରଣ ପର୍ବ 

masiha

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧ ରେ ବିଜେପି ପକ୍ଷରୁ ବ୍ଲକ ଘେରାଉ

Sunil Chandra Nayak

Leave a Comment

error: Content is protected !!