ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲାଠିକଟା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ରାଉରକେଲା/ ଲାଠିକଟା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଜଲଦାସ୍ଥିତ ମିନି ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ସା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ହକି ଜାତୀୟ ଖେଳାଳି ପିଟର ତିର୍କୀ,ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ଲାଠିକଟା ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶରତ କୁମାର ପତି, ସାଇକ୍ଲିଷ୍ଟ କୋଚ ସୁଶୀଲ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ କ୍ରୀଡା ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଯାହା ଦ୍ବାରା ସେମାନଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ । କ୍ରୀଡା ବିବିଧତା ମଧ୍ୟରେ ଏକତା ତଥା ଶୃଙ୍ଖଳା ଶିଖାଏ। ଏହି କ୍ରୀଡା ମହୋତ୍ସବରେ ବ୍ଲକ ର ୧୮ ଟି ହାଇସ୍କୁଲ ଓ ୪୪ଟି ପ୍ରାଇମେରୀ ସ୍କୁଲର ପ୍ରାୟ ୧୧୪୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ୧୪ ବର୍ଷରୁ କମ୍ ବୟସର ବାଳକ ବାଳିକା,୧୭ବର୍ଷ ରୁ କମ୍ ବାଳକ ବାଳିକା ମଧ୍ୟରେ ଦୌଡ,ଖୋଖୋ, କବାଡି,ଭଲିବଲ, ବ୍ୟାଡମିଣ୍ଟନ,ସଟଫୁଟ, ଜାଭଲିନ୍, ଡିସକସ ଥ୍ରୋ,ଲଙ୍ଗଜମ୍ପ,ହାଇଜମ୍ପ ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବରିଷ୍ଠ ଶିକ୍ଷକ ବିଜୟ କୁମାର ନାୟକ ମଂଚ ସଂଯୋଜନା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ମୀନକେତନ ମହାପାତ୍ର, ସୁସ୍ମିତା ବେହେରା,ଲକ୍ଷ୍ମୀ ପଣ୍ଡା, ସସ୍ମିତା ମହାନ୍ତି, ଶିଶିର ବେହେରା, ସୁରଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ କ୍ରୀଡା ପତାକା କୁ ଅତିଥିମାନେ ଅବତରଣ କରାଇ ସଭାପତି ଶ୍ରୀ ସା ଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ସଂଧ୍ୟାରାଣୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ହକି ଖେଳାଳି ସ୍ୱିଟି କୁଜୁର ଓ ଅର୍ମାନ ଲାକ୍ରା ସମ୍ବର୍ଦ୍ଧିତ

Sunil Chandra Nayak

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କଣ୍ଟାବାଞ୍ଜି ବିଜୟୀ

Sunil Chandra Nayak

ଖଣ୍ଡବନ୍ଧ ସିଦ୍ଧେଶ୍ଵର ଏଭେନ କ୍ଲବର ରଜତ ଜୟନ୍ତୀ ଅବସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ 

masiha

Leave a Comment

error: Content is protected !!