ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

  ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

ଶିଶିର ସକାଳ ଯାଉଛି ଦେଉଳ
    ପ୍ରଭୁଙ୍କୁ କରି ଦର୍ଶନ
ମୋ ଦୁଃଖ ଜଣାଇ ମୋ ଭାବକୁ କହି
    ଫେଡିଵ ମୋର କଷଣ।
ନିତି କରି ସେବା ପ୍ରଭୁଙ୍କ କାମରେ
     ଶୁଭ ଦିଅ ଆମ ମାର୍ଗ
ତୁମରି ପଥରେ ଆଗେଇ ଯିବାକୁ
     ଜୀବନ କର ସଜାଗ।
ଭଜନ କୀର୍ତ୍ତନେ ଆପତ୍ତି ଜଣାଇ
     ପ୍ରଭୁ କରେ ମୁ ପ୍ରାର୍ଥନା
ଜୀବନ ଶୃଙ୍ଖଳ ସହଜ କରିଦେ
      ପୁଣ୍ୟ ହେଉ ମୋ ସାଧନା।
ସକାଳୁ ଉଠିଲେ ତୁମ ମୁହଁ ଚାହିଁ
     ସୁଖେ ଯାଉ ଆଜ ଦିନ
ତପ ଜପ କରି ଦୂରେଇ ଯାଉ ହେ
    ମୋ ପାପ ହେଉ ଉଭାନ।
ଲେଖି ଗଲି ପଦ ପ୍ରଭୁ ଆର୍ଶୀବାଦ
       ପ୍ରଭୁ ଜୀବନ ସଂପଦ
ଯେତେ ଭକ୍ତି କଲେ ପାଖରେ ମିଳଇ
         ଶ୍ରବଣ ମୁକ୍ତି ସମ୍ବାଦ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା // ତୁମେ ମୋ ଆଖିର ସତ ସପନ

Sunil Chandra Nayak

ଗାୟତ୍ରୀ ସିଂହ ଙ୍କ କବିତା = ଶବ୍ଦ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା   _ _ ଧର୍ମ _ _

Sunil Chandra Nayak

Leave a Comment

error: Content is protected !!