ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀ ଙ୍କ ସମସ୍ୟା କୁ ନେଇ ବିଜେପି କୃଷକମୋର୍ଚ୍ଚା ର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

ତାଳଚେର :ତା 21/12:କୃଷକ ମାନଙ୍କର ବିଭିନ୍ନ ସମସ୍ୟା ତଥା ଧାନମଣ୍ଡି ର ସମସ୍ୟା କୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଦାବିପତ୍ର ତାଳଚେର ଉପଜିଲ୍ଲାପାଳ ଙ୍କୁ ଦିଆଯାଇଛି |କୃଷକମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ବିଭୁତି ସାହୁ ଏବଂ କୃଷକ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ସୁଶାନ୍ତ କୁମାର ସାମଲ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଉପ ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ଦେବା ସହ ଦାବୀ ଗୁଡିକ ବିଷୟରେ ଆଲୋଚନା କରିଥିଲେ, ଯଦି ପ୍ରଶାସନ ଚାଷୀ ଙ୍କ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ନଦିଏ ବିଜେପି ଆନ୍ଦୋଳନ କରିବ ବୋଲି ସୂଚାଇ ଦିଆଯାଇଛି |ଧାନ ଅମଳ ଶେଷ ହେବାକୁ ଶେଷ ହେବା କୁ ବସିଥିଲା ବେଳେ ଅଦ୍ୟାବଧି ଧାନମଣ୍ଡି ଖୋଳାଯାଇନାହିଁ | ମଣ୍ଡି ଗୁଡିକ ତୁରନ୍ତ ଖୋଲିବା ସହ ଶୃଙ୍ଖଳିତ ଭାବେ ଧାନ କିଣିବାର ବ୍ୟବସ୍ଥା ଆଗାମୀ 48ଘଣ୍ଟା ମଧରେ କରିବା, କୃଷକ ରେଜିଷ୍ଟ୍ରେସନ ର ପାତର ଅନ୍ତର ନୀତି ତଥା ଅନିୟମିତତା ବନ୍ଦ କରିବା, ସେଣ୍ଟ୍ରାଲ ଟୋକନ ନାମରେ ସରକାରୀ ପ୍ରାୟୋଜିତ ଭ୍ରଷ୍ଟାଚାର ଓ ଚାଷୀ ମାରଣ ନୀତି ବନ୍ଦ କରିବା, ଚାଷୀ ଙ୍କ ମୁଣ୍ଡପିଛା 60 କ୍ୱିଣ୍ଟାଲ ଧାନ ବିକ୍ରି କରିବା ନିଷ୍ପତ୍ତି ରଦ୍ଦ କରି ବିକ୍ରି ସୀମା ବୃଦ୍ଧି କରିବା, କଟନୀ ଛଟଣି ବନ୍ଦ କରି ଏହାକୁ ବେଆଇନ ଘୋଷଣା କରିବା, ଚାଷୀଙ୍କୁ କେନ୍ଦ୍ର ସରକାର ଦେଉଥିବା କ୍ୱିଣ୍ଟାଲ ପିଛା 2040 ଟଙ୍କା ଏମଏସପି ଦରରେ ପ୍ରଦାନ କରିବା, ଏମ ଏସ ପି ପାଇଁ ଅଭିଯୋଗ ପ୍ରକୋଷ୍ଟ ଖୋଲାଯାଇ ଅବହେଳା କରୁଥିବା ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବସ୍ତା ଓ ସୁତୁଲି ଅର୍ଥ ଚାଷୀଙ୍କୁ ଦେବା, ମୁଖ୍ୟମନ୍ତ୍ରୀ 2016ରେ ଘୋଷଣା କରିଥିବା କ୍ୱିଣ୍ଟାଲ ପିଛା 100ଟଙ୍କା ବୋନସ ଦେବା, ମଣ୍ଡି ରେ ଚାଷୀ ଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ନିୟମ ମୁତାବକ ସମ୍ପୂର୍ଣ ବ୍ୟବସ୍ଥା କରିବା ଆଦି ଦାବୀ ନେଇ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି |କୃଷକ ମୋର୍ଚ୍ଚା ର ଏହି ପ୍ରତିନିଧି ମଣ୍ଡଳୀ ରେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ଉପ ସଭାପତି ମନୋଜ ପ୍ରଧାନ, କାଳନ୍ଦି ପ୍ରଧାନ,ସରପଞ୍ଚ ସହଦେଵ ସାହୁ, ବରିଷ୍ଠ ଆଇନଜୀବୀ ଅଖିଳ ସାମଲ, ଅର୍ଜୁନ ଭୁତିଆ, ମଣ୍ଡଳ ସଭାପତି ବରୁଣ ସାହୁ ଓ ସତ୍ୟବନ୍ତ ସାହୁ,ପ୍ରାକ୍ତନ ସରପଞ୍ଚ ରଙ୍ଗାଧର ନାହାକ, ଉର୍ମିଳା ଦେହୁରୀ, ନିରୋଜ ଦାସ, ଚୈତନ୍ୟ ପ୍ରଧାନ, ସୁନୀଲ ବିଶ୍ୱାଳ, ଜ୍ଞାନେନ୍ଦ୍ରୀୟ ସେଠି, ବାଲ୍ମୀକି ପ୍ରସାଦ କେଶରୀ, ଶିଖର ନାଏକ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |ଆଗାମୀ ଦିନରେ ବିଜେପି ମଣ୍ଡି କୁ ଚାଲ ଅଭିଯାନ କରି ମଣ୍ଡି ର ଅବସ୍ଥା ବୁଲି ଦେଖିବ ବୋଲି ନିଷ୍ପତ୍ତି ନିଆଯାଇଛି |

ତାଳଚେର ରୁ ଆର୍ତ୍ତତ୍ରାଣ ପାଣି ଙ୍କ ରିପୋର୍ଟ 

Related posts

ସମାଜ ସେବୀ ଶଙ୍କର ସାଉନ୍ତା  ୨ ଶହ ଅସହାୟ  ବୃଦ୍ଧା ବୃଦ୍ଧଙ୍କୁ ବାଣ୍ଟିଲେ ସାଡି

Sunil Chandra Nayak

ରାଜ୍ୟରେ ପ୍ରାକୃତିକ ତୈଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନେଇ ବୈଠକ

କ୍ରୀଡା କ୍ଷେତ୍ରରେ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସଫଳତା ରାଜ୍ୟର ଶ୍ରେଷ୍ଠ ୩୦ ବିଦ୍ୟାଳୟ ମଧ୍ୟରେ ମନୋନୀତ 

masiha

Leave a Comment

error: Content is protected !!