ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ପୁରୁଷ ବିଶ୍ଵକପ ହକି ଅୟୋଜନ ପାଇଁ ସର୍ବାଦଳୀୟ ବୈଠକ

ଲଗାତର ୨ୟ ଥର ବିଶ୍ବକପର ଆୟୋଜନ ସାରା ବିଶ୍ବରେ ଓଡ଼ିଶାର ପ୍ରତିଷ୍ଠା ବଢ଼ାଇଛି ବୋଲି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ମତ….

ପୁରୁଷ ହକି ବିଶ୍ବକପ ୨୦୨୩ର ଆୟୋଜନ ଏବଂ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶାରେ କ୍ରୀଡ଼ା ମହୋତ୍ସବର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି।

ଏଥିସହ ହକି ବିଶ୍ବକପ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ହକି ବିଶ୍ବକପ ପ୍ରସ୍ତୁତିରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଭାରତ ସରକାର ତଥା ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି। କ୍ରମାଗତ ୨ଥର ବିଶ୍ବକପ ହକି ଆୟୋଜନ ପରି ବିରଳ ଘଟଣାକୁ ପାଠ୍ୟକ୍ରମରେ ସ୍ଥାନ ଦେବା ସହ ସହରର ସ୍ବଚ୍ଛତା ପାଇଁ ନାଗରିକଙ୍କୁ ସାମିଲ କରିବା ସହ ରାଉରକେଲା-ଭୁବନେଶ୍ବର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବାକୁ ମତ ଦେଇଛନ୍ତି।

ଲଗାତର ୨ୟ ଥର ବିଶ୍ବକପର ଆୟୋଜନ ସାରା ବିଶ୍ବରେ ଓଡ଼ିଶାର ପ୍ରତିଷ୍ଠା ବଢ଼ାଇଛି ବୋଲି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମତ ଦେଇ କ୍ରୀଡ଼ା ଉନ୍ନତିରେ ସରକାରଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇଛନ୍ତି। ବିଶ୍ଵକପ ଆୟୋଜନରେ କେବଳ ଓଡ଼ିଶାର ନୁହେଁ ସାରା ଦେଶର ସମ୍ମାନ ଜଡ଼ିତ ଥିବାରୁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍ ବୁକ୍, ବଜେଟ୍ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରଖିଲେ ଜବାବ୍

Sunil Chandra Nayak

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି ଡିଜିପିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ଆଜି ଓଡିଶାରେ ଚାଲିଛି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍, ହାୱଡାରୁ ଭୁବନେଶ୍ୱର ଅଭିମୁଖେ ବାହାରିଲା ଟ୍ରେନ୍

Sunil Chandra Nayak

Leave a Comment

error: Content is protected !!