ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ମହିଳା ମୋର୍ଚ୍ଚା ର ଉର୍ଲାଦାନୀ ସହୀଦ ପୀଠ ପରିଦର୍ଶନ 

ମ,ରାମପୁର,୨୩/୧୨( ମସୀହା): ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ର କେନ୍ଦ୍ରୀୟ ଉପ ସଭାନେତ୍ରୀ ମମତା ସାହୁ ଏକ ଗସ୍ତ ରେ ଆସି ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝୀ ଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏକ ମହିଳା ସମାବେଶ କୁ ଉଦବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୂପମା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ ଏବଂ ମହିଳା ମୋର୍ଚ୍ଚା ର ପଦାଧିକାରୀ ବୃନ୍ଦ ତଥା ଭାରତୀୟ ଜନତା ପାର୍ଟି ର ବରିଷ୍ଠ କାର୍ଯ୍ୟକର୍ତ୍ତା କୁମର ମଣି ଶବର , ସାଂସଦ ପ୍ରତିନିଧି ଖୁସିରାମ ସାହୁ , ମଣ୍ଡଳ ସଭାପତି ସରୋଜ ବନ ଛୋର , ମ,ରାମପୁର ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ରଣା ,ଯୁବ ମୋର୍ଚ୍ଚା ସଭାପତି ଜୟ ପାତ୍ର ,ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ କାର୍ଯ୍ୟକର୍ତ୍ତା ପଦ୍ମ ଲୋଚନ ମିଶ୍ର ,ସହିଦ ରେଣ୍ଡୋ ମାଝୀ ଙ୍କ ର ଜୀବନୀ ଏବଂ ଇଂରେଜ ବିରୋଧରେ ସଂଗ୍ରାମୀ ଇତିହାସ ଉପରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ପଛୁଆ ଜାତି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ ସଂଯୋଜନା କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଅନୁକୂଳଚଂଦ୍ର ସଂଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

Sunil Chandra Nayak

ରାଉରକେଲା କଲେଜରେ ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ବି-ଦିବସୀୟ କର୍ମଶାଳା ଅନୁଷ୍ଠିତ

masiha

ଭୂପାଳ ଚନ୍ଦ୍ର ମହାପାତ୍ର ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ପର୍ଯ୍ୟାୟ 5t ଉଦଘାଟନି ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!