ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସ୍ବଧର୍ମ ଚେତନା ପରିବାର… ଅନନ୍ତ ଚରଣ ମହାରାଜ ଙ୍କ ଆଧ୍ୟାତ୍ମିକ ପ୍ରବଚନ ଶ୍ରୀ ହରିକଥା

ଧର୍ମଗଡ:୨୩/୧୨/୨୨: ପରମାତ୍ମା ତଥା ଭଗବାନ ଙ୍କୁ ଜାଣିବାକୁ ହେଲେ ମଣିଷ ଭିତରେ ଭଗବାନ ଙ୍କ ପ୍ରତି ବିଶ୍ଵାସ ରହିବା ଦରକାର । ଶ୍ରଦ୍ଧା ଓ ଭକ୍ତି ଦ୍ଵାରା ଆମେ ଭଗବାନ ଙ୍କ ନିକଟତର ହେବା ସହ ଭଗବତ କୃପା ଲାଭ କରିଥାଉ ବୋଲି ଧର୍ମଗଡ ଠାରେ ଆୟୋଜିତ ଏକ ସତସଙ୍ଗ କାର୍ଯ୍ୟ କ୍ରମ ରେ ସ୍ଵଧର୍ମ ଚେତନା ପରିବାର ବାବା ଅନନ୍ତ ଚରଣ ଶ୍ରୀ ହରି କଥା ପ୍ରବଚନ ପ୍ରଦାନ କରିବା ଅବସର ରେ ପ୍ରକାଶ କରିଛନ୍ତି । ଧର୍ମଗଡ ସତ୍ ସଙ୍ଗ ବିହାର ନିକଟସ୍ଥ ପଡିଆ ଠାରେ ଆୟୋଜିତ ହେଉଥିବା ଏହି ଶ୍ରୀ ହରି କଥା ପ୍ରବଚନ କାର୍ଯ୍ୟକ୍ରମ ପ୍ରତ୍ୟହ ସନ୍ଧ୍ୟା ସମୟ ରେ ଆରମ୍ଭ ହୋଇ ୮.୩୦ ମି ରେ ସମ୍ପନ୍ନ ହେଉଛି । ଗତ କାଲି ଉଦ୍ଘାଟନୀ ଦିବସ ରେ ଧର୍ମଗଡ ବିଧାୟକ ମୌଶଧୀ ବାଗ,ଉପ ଖଣ୍ଡ ପୁଲିସ ଅଧିକାରୀ ଧିରଜ ଚୋପଦାର, ନଗର ପାଳ ଅଶୋକ ମହାନ୍ତି ମହାନ୍ତି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ, ଆଇନଜୀବୀ ଭବାନୀ ଚରଣ ଦାସ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ବାଗ, ଜଗବନ୍ଧୁ ମିଶ୍ର ଙ୍କ ସମେତ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ । କିଶୋର ଅଗ୍ରୱାଲ ପତ୍ନୀ ସୁନୀତା ଅଗ୍ରୱାଲ ଏହି ସପ୍ତ ଦିବସୀୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଲଳିତ ଅଗ୍ରୱାଲ,ଘନଶ୍ୟାମ ଅଗ୍ରୱାଲ ଓ ଅନ୍ୟମାନେ ସହ ଯୋଗ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ ଓ ନଗର ପରିକ୍ରମା 

Sunil Chandra Nayak

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା ପାଳିତ

masiha

୮୩ ବର୍ଷର ଐତିହ୍ୟ , ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା 

Sunil Chandra Nayak

Leave a Comment

error: Content is protected !!