ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଲତା ଭବନର ଶିଳାନ୍ୟାସ କଲେ ବିଧାୟକ ଭୂପିନ୍ଦର

ନର୍ଲା,/ମସିହା / ଆଜି ଅପରାହ୍ନ ସମୟରେ ବାଲିପଡାସ୍ଥିତ ରାଜ୍ୟ ରାଜପଥ ପାର୍ଶ୍ଵରେ ଏକ କୁଲତା ଭବନର ନିର୍ମାଣ ପାଇଁ ମାନ୍ୟବର ବିଧାୟକ ନର୍ଲା ଭୂପିନ୍ଦର ସିଂ ଶିଳାନ୍ୟାସ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବତନ କୁଲତା ସମାଜ ସଭାପତି ସ୍ବର୍ଗତ ତ୍ରିଲୋଚନ ପଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପୁତ୍ର ଅଶୋକ ପଧାନ ଗତ ୧୬ ତାରିଖରେ ଶ୍ରୀ ରଣେଶ୍ବର ରାମଚଣ୍ଡୀ ଙ୍କ ଉଦ୍ଦେଶ୍ୟରେ ୬ ଡିସିମିଲ ଭୂମି ସମାଜକୁ ଦାନ କରିଥିଲେ । ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ପାଦକ ବିଜୟ ଭୋଇ,ମନ୍ଦିର ପରିଚାଳନା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପଧାନ,ସମ୍ପାଦକ ଗଙ୍ଗାଧର ପଧାନ,ଜିଲ୍ଲା କମିଟିର ସମସ୍ତ କର୍ମକର୍ତ୍ତା, ସମସ୍ତ ଆଞ୍ଚଳିକ କମିଟିର ସଭାପତି-ସମ୍ପାଦକ,ମହିଳା ପ୍ରତିନିଧି ପ୍ରମିଳା ପଧାନ,ସମ୍ପାଦିକା କୁନ୍ତଳା ଗଡତିଆ, ନର୍ଲା (୪) ଆଞ୍ଚଳିକ କୁଲତା ସମାଜ ସଭାପତି ଦେଶରାଜ ଗଡତିଆ, ସମ୍ପାଦକ ତପନ ପଧାନ, ଜିଲ୍ଲା ସଭ୍ୟ ବିଶେଶ୍ବର ପଧାନ ତଥା ଭାନପୁର ଗ୍ରାମ୍ୟ କମିଟି ସଭାପତି ଉଦିତ ନାରାୟଣ ପଧାନ,ସମ୍ପାଦକ ଧିରୋଜ ପଧାନ,ବିଧାୟକ ପ୍ରତିନିଧି ପରେଶ ପଧାନ ଓ କଳାହାଣ୍ଡି ବିଶା ଶହେ ଜାତିଭାଇଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ସିଂ ଶିଳାନ୍ୟାସ କରିଥିଲେ । ଶେଷରେ ବିଧାୟକ ଓ କୁଲତା ସମାଜ ସଭାପତି ତଥା କୁଲତା ସମାଜର କର୍ମକର୍ତ୍ତାଙ୍କୁ ଭାନପୁର ଗ୍ରାମ୍ୟ କମିଟି ସଭାପତି ଉଦିତ ନାରାୟଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । କୁଲତା ସମାଜର ଭବ୍ୟ ଭବନ ନିର୍ମାଣ ରେ ଭବିଷ୍ୟତରେ ମୋର ସହଯୋଗ ଅତୁଟ ରହିବ ବୋଲି ବିଧାୟକ ଶ୍ରୀ ସିଂ ମତ ପ୍ରକାଶ କରିଥିଲେ ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

Entrepreneurship Awareness Programme Held for Rural Unemployed Youths at Therubali

masiha

ସହାୟତା ଅପେକ୍ଷାରେ ପକ୍ଷାଘାତର ଶିକାର ଗଣଶିକ୍ଷକ

masiha

ବର୍ଷାରେ ଭିଜିଲା ଧାନ ,ମଣ୍ଡି ଖୋଲା ହେଲେ , ପଡୁନି ଧାନ ,ଚିନ୍ତାରେ ଚାଷୀ

masiha

Leave a Comment

error: Content is protected !!