କୋକସରା,୩।୨- ପଂଚାୟତ ନିର୍ବାଚନ ରେ ସମିତି ସଭ୍ୟ, ସରପଞ୍ଚ ଙ୍କୁ ନିର୍ବାଚନି ଚିହ୍ନ ମିଳିବା ପରେ ଜୋର ଧରିଛି ପଞ୍ଚାୟତ ରାଜନୀତି। ନିର୍ବାଚନ ରେ ଛିଡା ହୋଇଥିବା ପ୍ରାର୍ଥୀ ମାନେ ମଧ୍ୟ କୌତୁକିଆ ଢଙ୍ଗ ରେ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। କିଏ ହାତରେ ଜୀଅନ୍ତା ମାଛ ଧରି ଭୋଟ ମାଗୁଛି ତ କିଏ ଖୋଲାବହି ଧରି ଭୋଟ ମାଗୁଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ରେ ସରପଞ୍ଚ ପାଇଁ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ଲଙ୍ଗଳ ଚିହ୍ନ ମିଳିଥିବା ଯୁବ ପ୍ରାର୍ଥୀ ଭଗବାନ ପଟ୍ଟନାୟକ (ଲାଲା) ଏକ ନିଆରା ଢଙ୍ଗ ରେ ପ୍ରଚାର ମୈଦାନ ରେ ଦେଖା ଦେଇଛନ୍ତି। ସେ ଏକ ଲଙ୍ଗଳ କୁ କାନ୍ଧ ରେ ବୋହି ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଭୋଟର ଓ ଲୋକଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଛି। ତେବେ ଲଙ୍ଗଳ ହେଉଛି ଚଷାପୁଅ ର ଚିହ୍ନ ମୁଁ ଜଣେ ଚାଷୀ ପରିବାର ର ପୁଅ ବୋଳି ଯୁବ ପ୍ରାର୍ଥୀ କହିଛନ୍ତି। ଲଡୁଗାଁ ପଞ୍ଚାୟତ ରେ ୬ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ମ ନି ସ