ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜନଗର ବିଜେଡିର ପଞ୍ଚାୟତ ସ୍ତରୀୟ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖର ସମର୍ଥନ ସାଉଟିଲେ ଧୃବ

ରାଜନଗର ବିଜେଡିର ପଞ୍ଚାୟତ ସ୍ତରୀୟ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖର ସମର୍ଥନ ସାଉଟିଲେ ଧୃବ

ରାଜନଗର_୨୯,୪,୦୨୪ ଆଉ ମାତ୍ର ମାସକ ପରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ତାଙ୍କର ରଣ କୈ।ଶଳ ଜାରି ରଖି ଚାଲିଛନ୍ତି।ଏହି ପରିପ୍ରେକ୍ଷୀରେ ‌କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ଲକ ସଭାପତି ନିରଞ୍ଜନ ରାଉତଙ୍କ ନେତୃତ୍ବରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ କରାଯାଇ ବିଗତ ପାଞ୍ଚ ବର୍ଷରେ ହୋଇଥିବା ଅଞ୍ଚଳର ବିକାଶ ପାଇଁ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଧୃବ ସାହୁଙ୍କୁ ପୂର୍ବାପେକ୍ଷାଏଥର କର୍ମୀମାନଙ୍କ ଠାରୁ ଅଧିକ ସମର୍ଥନ ସାଉଁଟୁ ଥିବା ବେଳେ ଅଂଶୁମାନ ମହାନ୍ତି ଙ୍କୁ ସମର୍ଥନ ଦେଇ ଡବଲ ଶଙ୍ଖରେ ବଟମ ଟିପିବାକୁ ବିଧାୟକ ଶ୍ରୀ ସାହୁ କର୍ମୀମାନଙ୍କୁ ଅନୁରୋଧ କରିଥିଲେ। ସେହିପରି ଗତକାଲି ରାଜନଗର ପଞ୍ଚାୟତ ତରଫରୁ ବିଜେଡ଼ିର ସଭାପତି ନାରାୟଣ ଦାସ, ସତ୍ୟବାନ୍ ସେଠି, ବିଚିତ୍ର ମଳିକ ଓ ଚିତ୍ତରଞ୍ଜନ ଦାସଙ୍କ ମିଳିତ ସଂଯୋଜନାରେ ସମନ୍ବୟ କର୍ମୀ ବୈଠକ ଗୋପାଳପୁର ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ବିଜେଡି ବ୍ଲକ ସଭାପତି ନିରଞ୍ଜନ ରାତଙ୍କ ସଭାପତିତ୍ବରେ ‌ମୁଖ୍ୟ ଅତିଥି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଧୃବ ସାହୁ ଯୋଗ ଦେଇ ବିଜେଡି ପ୍ରତି ଉପସ୍ଥିତ ଲୋକମାନଙ୍କର ଭରି ରହିଥିବା ବିଶ୍ବାସ ଓ ଭରସା କୁ ଦେଖି ବିଧାୟକ ଶ୍ରୀ ସାହୁ ଉତଫୁଲିତ ହୋଇ ଲୋକମାନଙ୍କ ପ୍ରସଙ୍ସାକୁ ସାଉଁଟି ନେଇଥିଲେ। କର୍ମୀମାନଙ୍କ ମୁହଁରୁ ଏକ ସ୍ଵରରେ ଶୁଣିଥିଲେ ଆସନ୍ତା ନିର୍ବାଚନରେ ରାଜନଗର ପଞ୍ଚାୟତ ବ୍ଲକର ସବୁ ପଞ୍ଚାୟତ ଅପେକ୍ଷା ସର୍ବାଧିକ ଭୋଟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କୁ ଦେଇ ଇତିହାସ ରଚିବା ନିଶ୍ଚିତ ବୋଲି କର୍ମୀମାନେ ମତବ୍ୟକ୍ତ ‌କରିଥିଲେ।ଏଥିସହ ପଞ୍ଚାୟତ ସ୍ତରୀୟ ‌ନିର୍ଵାଚନ କମିଟି,କୋର କମିଟି ଓ ବୁଥ କମିଟି କରିବାକୁ ବିଧାୟକ ଶ୍ରୀ ସାହୁ କର୍ମୀମାନଙ୍କୁ ନିର୍ଦେଶ ଦେଇଥିଲେ। ଯେପରି ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ସମାପନ୍ନ ହେଵ ସେଥି ପ୍ରତି ଗୁରୁତ୍ବ ଦେବାକୁ ସୂଚାଇଥିଲେ।ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ଜେନା, ଅନନ୍ତ ସେଠୀ,କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ‌ନିର୍ଦେଶକ ଅରୁଣ କୁମାର ସାହୁ,ଆତ୍ମାର ଅଧ୍ୟକ୍ଷ ଗୋବର୍ଦ୍ଧନ ପ୍ରଧାନ, ବିଜେଡି ସମ୍ପାଦକ ନରହରି ଜେନା, ସରପଞ୍ଚ ସୁଶ୍ରୀ ସଙ୍ଗିତା ମହାପାତ୍ର,ସମତି ସଭ୍ୟା ସୁମିତ୍ରା ସେଠି ପ୍ରମୁଖ ମଞ୍ଚାସୀନ ରହି ମତାମତ ରଖିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

“ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ଗସ୍ତ

Sunil Chandra Nayak

“ବୌଦ୍ଧ ବିଜେପି ଜିଲ୍ଲା ତରଫରୁ ” ମୋ ମାଟି ମୋ ଦେଶ ,” ଜିଲ୍ଲା ସ୍ତରୀୟ ବୈଠକ ” 

Sunil Chandra Nayak

ମୋଦି ସରକାର ଙ୍କ ଜନ ବିରୋଧି ନୀତି ବିରୁଦ୍ଧରେ ୫ ଏପ୍ରିଲ ଦିଲ୍ଲୀ ଅଭିଯାନ କୁ ସଫଳ କରିବା ପାଇଁ ମିଳିତ କନଭେନସନ

Sunil Chandra Nayak

Leave a Comment

error: Content is protected !!