ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାରେ ମିଶନ ଶକ୍ତି ଋଣ ମେଳା

ନର୍ଲା (ମସିହା) କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରିସରରେ ମିଶନ ଶକ୍ତି ପକ୍ଷରୁ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳା ରେ ୧୭୭ ଏସ୍ .ଏଚ. ଜି ଗ୍ରୁପ୍ କୁ ୩କୋଟି ୫୦ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଯାଇଛି । ଏଥିରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥଭାବେ ଯୋଗ ଦେଇ ରାଜ୍ୟ ସରକାର ଯେଉଁ ମହତ ଉଦ୍ଦେଶ୍ୟ ନେଇ ମାଁ ମାନଙ୍କୁ ସବୁ କ୍ଷେତ୍ର ରେ ଆଗୁଆ ରହିବା ସହିତ ନିଜ ପୁଅ ଝିଅ ଙ୍କୁ ଆଗ କୁ ଆଣି ସେହିଁ ସମାଜ ରେ ବିକାଶ ହେଵ ବୋଳି କହିଥିଲେ। ଏଥିରେ ସିଡିପି ଓ ନିବାସିନି ବିଶ୍ବାଳ, ବିଡିଓ ବାସନ୍ତୀ ସେଠୀ ଜିଲ୍ଲା ପରିଷଦ ସଭ୍ୟା ଲିଲି ଦୀପ, ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ଜିଲ୍ଲା ପାରିଷଦ ହରିଶଙ୍କର ମାଝି ବ୍ଳକ୍ ସଭାପତି ପରେଶ୍ ପ୍ରଧାନ, ବିଧାୟକ  ପ୍ରତିନିଧି ବୃନ୍ଦ ନର୍ଲା ଷ୍ଟେଟ୍ ବ୍ୟାଙ୍କ ପଦାଧିକାରୀ ମାନେ ମଧ୍ୟ ଉପଷ୍ଟିତ ରହିଥିଲେ। ସର୍ଗୀଗୁଡ଼ା ଏସ୍.ଏଚ୍. ଜି ଗ୍ରୁପ୍ କୁ ୫ଲକ୍ଷ ଚେକ୍, ବରର୍ଗାଁ ମାଁ ଦୂର୍ଗା ଏସ ଏଚ୍୍ ଜି ଗ୍ରୁପ୍ କୁ ୫ଲକ୍ଷ, ସିନାଙ୍ଗ ମହାଲକ୍ଷ୍ମୀ ଗ୍ରୁପ୍ ୫ଲକ୍ଷ,ମାଁ ଜଗତଜନନୀ ଗ୍ରୁପ୍ କୁ ୫ଲକ୍ଷ, ମୁଖ୍ୟ ଅତିଥି ଙ୍କ ଦ୍ଵାରା ଚେକ୍ ପ୍ରଦାନ କରାଯାଇଥିଲା ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ପଟ୍ଟାମୁଣ୍ଡାଇ ବ୍ଲକ ରେ ଯୋଗ ଦେଇ ଥିବା ନୂତନ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଙ୍କ ଲୋକପ୍ରିୟତା ବଢୁଛି

masiha

ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଜଳ ଭଣ୍ଡାର ଅଞ୍ଚଳରେ ସି ସି ଟିଭି କ୍ୟାମେରା କେବେ ? 

masiha

Leave a Comment

error: Content is protected !!