ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ପଲଙ୍କ ଉତ୍ପାତରେ ଘର ଭାଙ୍ଗି ଖାଇଗଲେ ଧାନ,ଚାଉଳ

କାମାକ୍ଷାନଗର (ମ ନି ସ )୨୩/୧୨_ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଡିହଡୋଳା ଫରେଷ୍ଟ ସେକ୍ସନ ଅଞ୍ଚଳରେ ବଣୁଆ ହାତୀଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି । ବନବିଭାଗ ପକ୍ଷରୁ ନୀରବ ଦ୍ରଷ୍ଟା ଯୋଗୁଁ ଲୋକେ କ୍ଷୟକ୍ଷତିର ଶିକାର ହେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳୁଛି ପରଜଙ୍ଗ ବ୍ଲକ ବରକଟା ଗ୍ରାମର ଲକ୍ଷ୍ମୀଧର ହେମ୍ରମ ଙ୍କ ଦୁଇ ବଖରା ଘର ଭାଙ୍ଗି ଦେବା ସହ ଧାନ ଚାଉଳ ନଷ୍ଟ କରିଛନ୍ତି ହାତୀ ପଲ । ଗତ କାଲି ବିଳମ୍ବିତ ରାତିରେ ଘରେ ସୋଇଥିବା ବେଳେ ୧୨ ରୁ ୧୫ ଟିକିଆ ବଣୁଆ ହାତୀଙ୍କ ଉତ୍ପାତ ଜାଣିପାରି ପିଲାଛୁଆ ଧରି ବାହାରକୁ ପଳାଇଥିଲେ ପରିବାର ଲୋକେ। ତେବେ ବଣୁଆ ହାତୀଙ୍କ ଉତ୍ପାତ ଦେଖି ସ୍ଥାନୀୟ ଡିହଡୋଳା ଫରେଷ୍ଟ ବନବିଭାଗ କୁ ଖବର ଦେଇଥିଲେ। ଅଧିକାରୀ ଘଟଣା ସ୍ଥଳକୁ ଆସିନଥିବାରୁ ଅଭିଯୋଗ କରିଛନ୍ତି ଲକ୍ଷ୍ମୀଧର । ପରିବାର ର କାହାର କିଛି କ୍ଷତି ହୋଇନଥିବା ବେଳେ ଘର କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇଥିଲେ ହାତୀ ପଲ। ଏନେଇ କ୍ଷୟକ୍ଷତି ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ଲୋକ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ପଢିବେ ୨ ଆଶ୍ରମର ବାଳିକା 

Sunil Chandra Nayak

ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର 

Sunil Chandra Nayak

ବୋଲେରୋ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ୧ ଗୁରୁତର

Sunil Chandra Nayak

Leave a Comment

error: Content is protected !!