ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭବାନୀପାଟଣା ଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ 

ଭବାନୀପାଟଣା ତା ୨୪.୧୨.୨୦୨୨:ଆଜି ସ୍ଥାନୀୟ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ କ୍ରୀଡା ପଡ଼ିଆରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ ହୋଇଯାଇଛି। ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ ତଥା ଉତ୍କଳ ଆଲୁମିନା ଟିକିରି ର ପ୍ରଯୋଜନା ତଥା ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ, ଡେପୁଟି ସି ଇ ଓ, ବେଦାନ୍ତ ଶ୍ରୀ ଜି ଜି ପଲ୍, ସି ଡ଼ି ଓ ଜିଲ୍ଲା ପରିଷଦ ଶ୍ରୀ ସଚିନ ପାୱାର, କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ଶ୍ରୀ ସଞ୍ଜୟ ଶତପଥୀ, ସି ଆର୍ ପି ଏଫ୍ କମାଣ୍ଡଣ୍ଟ ଶ୍ରୀ ଅମର ସିଂ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ।

ସରକାରୀ କର୍ମଚାରୀମାନଙ୍କୁ ଉତ୍ସାହିତ , କାର୍ଯ୍ୟାଳୟ ଚାପକୁ ସାମନା ଓ ନୂତନ ବର୍ଷ ରେ ନୁଆ ଉତ୍ସାହ ବଢାଇବା ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜନ ଜିଲ୍ଲା ପ୍ରଶାସନ ଦ୍ବାରା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ତିନୋଟି ପଡିଆ କଳାହାଣ୍ଡି ବିଶ୍ଵବିଦ୍ୟାଳୟ,ବିକାଶ ଶିକ୍ଷାନୁଷ୍ଠାନ ଓ ରିସର୍ଭ ପୋଲିସ ପଡିଆ ରେ ଅନୁଷ୍ଠିତ ହେଉଛି।ଟୁର୍ନାମେଣ୍ଟରେ ମୋଟ ୨୫ ଟି ଦଳ ସ୍ବାସ୍ଥ୍ୟ ଟିମ୍, ଭବାନୀପାଟଣା ବ୍ଲକ, ସବ୍ କଲେକ୍ଟର, ଧର୍ମଗଡ ଟିମ୍,ଲାଞ୍ଜିଗଡ ବ୍ଲକ, ଜୁଡ଼ିସିଆଲ ଟିମ୍, ଅର୍ବାନ ବିଭାଗ ଟିମ୍, କେସିଙ୍ଗା ବ୍ଲକ, ଏସ୍ ପି ଏକାଦଶ, କଲମପୁର ବ୍ଲକ, ନର୍ଲା ବ୍ଲକ, ଜୁନାଗଡ ବ୍ଲକ, ଅବକାରୀ ବିଭାଗ ଟିମ୍, ସି ଆର୍ ପି ଏଫ ଟିମ୍, ଜିଲ୍ଲାପାଳ ଏକାଦଶ B, କୋକସରା ବ୍ଲକ, ଥୁଆମୂଲ ରାମପୁର ବ୍ଲକ,ଧର୍ମଗଡ଼ ବ୍ଲକ, ଆଇ ଟି ଡି ଏ ଟିମ୍, ଜୟପାଟଣା ବ୍ଲକ,ଗୋଲାମୁଣ୍ଡା ବ୍ଲକ, ବନ ବିଭାଗ ଟିମ୍, କର୍ଲାମୁଣ୍ଡା ବ୍ଲକ, ଏମ ରାମପୁର ବ୍ଲକ,ଜିଲ୍ଲାପାଳ ଏକାଦଶ A, ଟି ପି ଡବ୍ଲୁ ଓ ଡି ଏଲ୍ ଟିମ୍ ଯୋଗ ଦେଇଛନ୍ତି।ଆସନ୍ତା କାଲି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପଡିଆ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଛନ୍ତି ଡି ଏସ ଓ ମହେଶ ପାଢ଼ୀ,ଶିଶୁ ସୁରକ୍ଷା ବିଭାଗ କର୍ମଚାରୀ ଅଂଶୁମାନ ବାବୁ, ଫ୍ରେଣ୍ଡ୍ କ୍ଲବ୍ ସଦସ୍ୟ,ନେହେରୁ ଯୁବ କେନ୍ଦ୍ର ଅଧିକାରୀ ପ୍ରସନ୍ନ ମେହେର, ଡି ଆଇ ପି ଆର୍ ଓ ମନୋଜ ବେହେରା,ନେହେରୁ ଯୁବ କେନ୍ଦ୍ର ସ୍ବେଛାସେବୀ, ଆମ୍ପାର ସିପୁନ ପ୍ରଧାନ ଓ ଅଭିଳାଷ ମହାନ୍ତି, ଧାରା ବିବରଣୀ ଘୋଷକ ଶୁଭେନ୍ଦୁ ବିଶି।

ମସିହା ନିଉଜ ସର୍ଭିସ୍ 

Related posts

ବାବନ୍ଧ ରେ ୪୯ ତମ କ୍ରିକେଟ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ପୁରୁଷ ବିଶ୍ଵକପ ହକି ୨୦୨୩ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଫୁଟବଲ୍ ଏବଂ ଭଲିବଲ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ବିଜୁ ମେମୋରିଆଲ ଦିବାରାତ୍ର ଫୁଟବଲ ଟୁର୍ନାମେଣ୍ଟ

Sunil Chandra Nayak

Leave a Comment

error: Content is protected !!