ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

ରାଉରକେଲା/ ରାଉରକେଲା ଓ ଭୁବନେଶ୍ବର ରେ ହେବାକୁ ଥିବା ବିଶ୍ବକପ ହକିର ପ୍ରଚାର ଓ ପ୍ରସାର, ପରିବେଶ ସଚେତନତା, ପଶୁ ସଂପଦ ସୁରକ୍ଷା ଓ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ରାଉରକେଲା ରୁ ବାହାରି ଦେବ୍ରିଗଡ ଅଭୟାରଣ୍ୟ ପର୍ଯ୍ୟନ୍ତ ଯାତ୍ରା କରିଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ ।ଯୁବ ହଷ୍ଟେଲ ସଭାପତି ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଧ୍ୟକ୍ଷ ପଦ୍ମନାଭ ଡାଭେ, ରାଜ୍ୟ ଉପସଭାପତି ଗଣେଶ ବାଗାଡିଆ, ସଂପାଦକ ପ୍ରହ୍ଲାଦ ପଟ୍ଟନାୟକ, ସମ୍ବଲପୁର ଶାଖା ଅଧ୍ୟକ୍ଷ ସୁରଜ ଦାସ ଅଂଶଗ୍ରହଣକରୀଙ୍କୁ ଉତ୍ସାହିତ କରିଥିଲେ । ବୁଦ୍ଧଦେବ ବାସୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଉପସଭାପତି ପ୍ରତାପ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଏହି ଶୋଭାଯାତ୍ରାକୁ ଆରମ୍ଭ କରିଥିବା ସ୍ବର୍ଗତ ବସନ୍ତ କୁମାର ମଲ୍ଲିକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରା ବାହାରି ଥିଲା। ସୂଚନା ଯୋଗ୍ୟ ଯେ ଏହି ଶୋଭାଯାତ୍ରା ୭ଶହ କିମି ଯାତ୍ରା କରି ୨୫ ତାରିଖ ଦିନ ରାଉରକେଲାକୁ ପ୍ରତ୍ୟାବର୍ତ୍ତନ କରିବ। ଏହି ଶୋଭାଯାତ୍ରାରେ ଅନୁଷ୍ଠାନର ୩୪ ଜଣ ଅଂଶଗ୍ରହଣ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଟ୍ରକର ପଛକୁ ଧକ୍କା ଦେଲା ହାଇୱା :ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୩ ପାଳିତ

masiha

ମହାଶକ୍ତି ଫାଉଣ୍ଡେସନ ତରଫରୁ ବିଦ୍ୟାଳୟ ମାନଙ୍କରେ ପୁରସ୍କାର ପ୍ରଦାନ

masiha

Leave a Comment

error: Content is protected !!