ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ଦିନ ପାଇଁ ଟିକାବାଲି ପୋଲିସର ପକ୍ଷରୁ ଫ୍ଲାଗ ମାର୍ଚ୍ଚ

 ଫୁଲବାଣୀ / କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଖ୍ରୀଷ୍ଟ ଭାଇ ଭଉଣୀ ମାନଙ୍କର ବଡ଼ ପର୍ଵ ଡିସେମ୍ବର ୨୫ ଓ ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସେନେଇ ଏସ ପି କନ୍ଧମାଳ ଭିନିତ ଅଗ୍ରୱାଲ ଙ୍କର ନିର୍ଦ୍ଦେଶ ରେ ଟିକାବାଲି ପୋଲିସ୍ ପକ୍ଷରୁ ସେହି ଅଞ୍ଚଳ ଗୁଡିକ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରା ଯାଇଛି। ଟିକାବାଲି ବ୍ଲକ୍‌ ଅଧିନରେ ଥିବା ତେଙ୍ଗେଡାପଥର ,ପାଣିଙ୍ଗିଆ, ବେହେରା ଗାଁ ବ୍ରେକା ,ଗୋଦଗୁଡା ,ବଡିମୁଣ୍ଡା ,ଟୁଡୁବାଲି ,ବୁର୍ବିନାଜୁ ,ପାବୁରିଆ ,ଗୁଟିଙ୍ଗିଆ ,ପାଡାଙ୍ଗି , ଏଭଳି ସ୍ଥାନରେ ଚର୍ଚ୍ଚ ରହିଅଛି। ଆଜି ଟିକାବାଲି ଥାନା ଅଧିକାରି କଲ୍ୟାଣିମୟୀ ଷେଣ୍ଢ ଆଦେସ କ୍ରମେ, ୩ ଜଣ ଏ ଏସ୍ ଆଇ ସଂଜୟ କୁମାର ସ୍ବାଇଁ , ଶନ୍ତଷ କୁମାର ଡରା ,ଅବନି କୁମାର ପ୍ରଧାନ ଏହି ତିନିଜଣ ପୋଲିସ ଅଫିସର ଙ୍କ ସମେତ ସବ୍ଇନିଷ୍ପେଟର, ଆଇ ଆର୍ ବି , ଫର୍ସ ଟିକାବାଲି ଅଞ୍ଚଳରେ ଜନସାଧାରଣ ଙ୍କ ମଧ୍ୟରେ ଶାନ୍ତି ଶୃଙ୍ଖଳା ବାର୍ତ୍ତା ଉଦେଶ୍ୟ ହାତରେ ବନ୍ଧୁକଧରୀ ଟିକାବାଲି ବଜାର ଦେଇ ତେଙ୍ଗେଡାପଥର ,ମେଡିକାଛକଲ ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଫ୍ଲାଗ୍ ମାର୍ଚ୍ଚ କରି ବଜାର ପରିକ୍ରମା କରିଥିବା ଦେଖିବାକୁ ମିଳିଛି। ଟିକାବାଲି ଅଞ୍ଚଳରେ ସମସ୍ତ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଟିକାବାଲି ଅଞ୍ଚଳ ର ସବୁ ଚର୍ଚ୍ଚରେ ପୋଲିସ୍ ମୁତୟନ କରାଯାଇଥିବା ଏବଂ ରାତିରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଥାନା ଅଧିକାରୀ ଶ୍ରୀମତୀ ସେଣ୍ଢ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଏଥିସହିତ ବଡଦିନ ଓ ଇଂରାଜୀ ନବବର୍ଷକୁ ସୁରୁଖୁରୁରେ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ଟିକାବାଲି ଥାନା ଅଧିକାରୀ କଲ୍ୟାଣିମୟୀ ସେଣ୍ଢ ଟିକାବାଲି ଅଞ୍ଚଳ ବାସୀ ଙ୍କୁ ଅନୁରୋଧ କରିଥିବା ଜଣାପଡିଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ  ଜନ ସଚେତନତା ରଥର ଶୁଭାରମ୍ଭ

masiha

ଶିଶୁ ଅନୁକୂଳ ପରିବେଶ ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ‘ନର୍ଚରିଂ ନେବରହୁଡସ୍ ୨.୦’ ଅଧୀନରେ ବହୁ-କ୍ଷେତ୍ରୀୟ ସମ୍ମିଳନୀ ଅନୁଷ୍ଠିତ

masiha

ବିଶ୍ବ ହିନ୍ଦୁ ପରିଷଦର ୬୦ତମ ପୂର୍ତ୍ତି ଉପଲକ୍ଷେ ବିଶାଳ ହିନ୍ଦୁ ଜାଗରଣ ଶୋଭାଯାତ୍ରା 

masiha

Leave a Comment

error: Content is protected !!