ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ// ଓଡିଆ ସାହିତ୍ୟର ଇତିହାସ

ଉପକ୍ରମଓଡ଼ିଆ ଭାଷା ହେଉଛି 

         ଆମ ଓଡିଶାର ଗୌରବ

ମୁଁ ଓଡିଆ | ମୋ ମାତୃଭାଷା ମୋ ପାଇଁ ମହାନ୍ | ମୁଁ ଛୁଆଦିନୁ ମୋ ମାତୃଭାଷା ସହ ଜଡିତ | ଓଡିଆ ସମାଜର ଚାଲି ଚଳଣ ଆଚାର ବ୍ୟବହାରରୁ ମୋର ମସ୍ତିଷ୍କରେ ଚିନ୍ତା କରିବାର ଭାବନା ଆସିଛି ଓ ତାହା ମୋତେ ସମାଜରେ ଠିଆ କରାଇଛି | ତେଣୁ ମୋ ଭାଷାକୁ ନେଇ ମୁଁ ଗର୍ବିତ |

ଓଡିଆ ସାହିତ୍ୟର ଇତିହାସ ବିଷୟରେ ମୁ଼ଁ କିଛି ଜାଣିବା ପାଇଁ ଚେଷ୍ଟା କରିଛି ଓ ତାହା ଜଣାଉଛି ମୋର ସୀମିତ ଞାନରେ |

   ମଣିଷର ଅଦ୍ଭୁତ ଚିନ୍ତନରେ ସାହିତ୍ୟର ସୃଷ୍ଟି | ମଣିଷ ଅନ୍ୟ ଜୀବ ଠୁ ଉଚ୍ଚତର | ସମାଜର ଚାଲି ଚଳଣ ଆଚାର ବ୍ୟବହାର ମଧ୍ୟରୁ ତାର ମସ୍ତିଷ୍କରେ ସେ ଚିନ୍ତାକରି ଯେଉଁ ଭାବନା ପରିପ୍ରକାଶ କରି ଆସିଛି ତାହା ହେଲା ସାହିତ୍ୟ | 

ସମାଜର ହିତ ପାଇଁ ଆଲୋକ ପ୍ରଦାନ କରେ ସାହିତ୍ୟ | 

ସୃଷ୍ଟିର ଆରମ୍ଭରୁ ସାହିତ୍ୟର ସୃଷ୍ଟି | ସାହିତ୍ୟର ଅନ୍ତ ନାହିଁ କିମ୍ଵା ସାହିତ୍ୟକର କଲମ କେବେ ନୀରବ ରହେ ନାହିଁ | ସାହିତ୍ୟ ହେଉଛି ଜୀବନ ଶୈଳୀର ଓ ଆତ୍ମ ଅଭିବ୍ୟକ୍ତିର ମାଧ୍ୟମ | ମଣିଷର ସୁଖ-ଦୁଃଖ, ଉତ୍ପତ୍ତି ଓ ଭବିଷ୍ୟତ ଓ ତାର ଧ୍ୟାନ-ଧାରଣା, ପ୍ରଭୃତି ଯାବତୀୟ ବିଷୟ ସାହିତ୍ୟର ପରିସରଭୁକ୍ତ | ଜୀବନକୁ ଛାଡ଼ି ସମାଜ ଚାଲେନା | ଜୀବନକୁ ବାଦ ଦେଲେ ସାହିତ୍ୟ ହୁଏନା | ତେଣୁ ଓଡ଼ିଆ ସାହିତ୍ୟର ଇତିହାସ ଏକ ଲମ୍ବା ଓ ଜାଣିବା ଶ୍ରମସାଧ୍ୟ ବିଷୟ |

           ସାହିତ୍ୟର ଗତି ନଦୀର ସୁଅ ପରି | ଆମର ଓଡିଆର ପରମ୍ପରା, ସଂସ୍କୃତି ଓ ସାହିତ୍ୟ ସହିତ ଶ୍ରୀ ଜଗନ୍ନାଥ ଅତି ପ୍ରାଚୀନ କାଳରୁ ଜଡିତ | 

ଶ୍ରୀ ଜଗନ୍ନାଥ ଓଡ଼ିଶାର ସଂସ୍କୃତି ସମନ୍ୱୟର ପ୍ରତୀକ |

  ସମ୍ପ୍ରତି ଓଡ଼ିଶା ସଂସ୍କୃତି କହିଲେ ମୁଖ୍ୟତଃ ତିନୋଟି ସଂସ୍କୃତିର ସମନ୍ୱୟକୁ ବୁଝାଏ ଏହି ତିନି ଗୋଟି ସଂସ୍କୃତି ହେଉଛି-

୧. ଉତ୍କଳ ସଂସ୍କୃତି, 
୨. କଳିଙ୍ଗ ସଂସ୍କୃତି,
୩. କୋଶଳ ସଂସ୍କୃତି

    ଇତିହାସର ଅବଲୋକନରୁ ଜଣାପଡ଼େ ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀରୁ ଓଡ଼ିଶାର ପାଲି ବା ପ୍ରାକୃତ ଭାଷା ସହିତ ସଂସ୍କୃତ ଭାଷା ପ୍ରଚଳନ ଥିଲା | ଏହାର ପ୍ରାଚୀନତମ ଉଦାହରଣ ହେଉଛି ଖ୍ରୀଷ୍ଟ ପୂର୍ବ ତୃତୀୟ ଶତକର ଧଉଳି ଓ ଜଉଗଡ଼ର ଅଶୋକାନୁସନ ଓ ଖ୍ରୀଷ୍ଟ ପୂର୍ବ ପ୍ରଥମ ଶତାବ୍ଦୀରେ ଖାରବେଳଙ୍କ ଶିଳା ଲେଖ | ରୀତି ଯୁଗ ଓ ବୈଦିକ ଯୁଗର ସାହିତ୍ୟ ମଧ୍ୟ ଏହି ସମୟରେ ଆରମ୍ଭ ହୋଇଥିଲା |

  ଅନୁସନ୍ଧାନରୁ ଜଣାପଡ଼େ ଯେ ଖ୍ରୀଷ୍ଟ ପୂର୍ବ ୭ମ -୮ମ ଶତାବ୍ଦୀ ରେ ବୌଦ୍ଧ ସିଦ୍ଧାଚାର୍ଯ୍ୟ ମାନେ ସଂସ୍କୃତ ଭାଷାରେ ଅନେକ ରଚନା କରିଥିଲେ | ବୌଦ୍ଧ ଧର୍ମର ପ୍ରଧାନ ପ୍ରବର୍ତ୍ତକ “ଜ୍ଞାନ ସିଦ୍ଧି” ନାମକ ଗ୍ରନ୍ଥ ରଚନା କରିଥିଲେ | 

ଖ୍ରୀଷ୍ଟାବ୍ଦ ୯ମ ଶତାବ୍ଦୀ ରେ ଓଡ଼ିଶାର ବିଶିଷ୍ଟ ସଂସ୍କୃତ ନାଟ୍ୟକାର ମୁରାରି ମିଶ୍ର ” ଅନର୍ଘ ରାଘବ” ରଚନା କରିଥିଲେ | ଖ୍ରୀଷ୍ଟାବ୍ଦ ଦ୍ଵାଦଶ ଶତାବ୍ଦୀରେ ଅନ୍ୟ ଏକ ବିଶିଷ୍ଟ ପଣ୍ଡିତ ପୁରୁଷୋତ୍ତମ ଦେବ ତ୍ରିକାଣ୍ଡ ଶେଷ, ହାରାବଳୀ, ଏକାକ୍ଷର କୋଷ ଇତ୍ୟାଦି ରଚନା କରିଥିବାର ଜଣାପଡ଼େ |

 ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀରେ ଶ୍ରୀ ଜଗନ୍ନାଥଙ୍କ ଇତିବୃତ୍ତରୁ ମାଦଳପାଞ୍ଜି ମିଳିଥାଏ | ଏହାକୁ ଆମେ ପୁରାଣ ସାହିତ୍ୟର ଯୁଗ କହି ପାରନ୍ତି | ସାରଳା ଦାସ ହେଉଛନ୍ତି ଏ ଯୁଗର କର୍ଣ୍ଣଧାରା | ଐତିହାସିକ ଓ ସାଂସ୍କୃତିକ ବୈଶିଷ୍ଟ୍ୟକୁ ଦୃଷ୍ଟିରେ ରଖି ଏହାକୁ ପଞ୍ଚସଖା ଯୁଗ ନାମରେ ନାମିତ ହେଉଛି | ତାପର ଅବସ୍ଥାକୁ ସବୁଜ ଯୁଗ ବୋଲି କୁହାଯାଏ |

   ଏହି ସମୟରେ ଜୟଦେବଙ୍କ ଗୀତଗୋବିନ୍ଦ ଓ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ବେଶ ଲୋକପ୍ରିୟ ଓ ସୁପରିଚିତ ଥିଲା | ଜୟଦେବଙ୍କ ଗୀତଗୋବିନ୍ଦ ଓଡ଼ିଆ ସାହିତ୍ୟକୁ ବହୁତ ପ୍ରଭାବିତ କରିଛି. ବିଶ୍ବନାଥ କବିରାଜଙ୍କ ‘ସାହିତ୍ୟ ଦର୍ପଣ’ ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିଲା | ମାର୍କଣ୍ଡେୟଙ୍କର “ପ୍ରାକୃତ ପ୍ରକାଶ” ଗ୍ରନ୍ଥ ପ୍ରାୟ ୧୬ଶ ଶତାବ୍ଦୀ ରେ ରଚନା କରିଥିଲେ ବୋଲି ଜଣାପଡିଛି | ଓଡ଼ିଆ ଭାଷାର ପ୍ରାଚୀନତା ବୌଦ୍ଧଗାନ ଓ ଦୋହା ସାହିତ୍ୟ ରେ ପ୍ରଥମେ ସ୍ଥାନ ପାଇଥିଲା | ପ୍ରାଚୀନ ଓଡ଼ିଆ ସାହିତ୍ୟର ଶିଶୁବେଦ ସାରଳା ସାହିତ୍ୟରେ ବିଶିଷ୍ଟ ସ୍ଥାନ ଗ୍ରହଣ କରିଥିଲା | ପଞ୍ଚସଖା ସାହିତ୍ୟରେ ନାଥ ଧର୍ମର ସ୍ବରୂପ ବର୍ଣ୍ଣନା କରା ଯାଇଛି | ନାଥ ଧର୍ମ ଓ ସାହିତ୍ୟ ପ୍ରସଙ୍ଗରେ ଯଶୋବନ୍ତ ଦାସଙ୍କ ‘ଗୋବିନ୍ଦ ଚନ୍ଦ୍ର’ ଓ ଉଦ୍ଧବ ଦାସଙ୍କ “ଟୀକା ଗୋବିନ୍ଦ ଚନ୍ଦ୍ର ” ଦୁଇଟି ଗ୍ରନ୍ଥ ପ୍ରାଚୀନ ଓଡ଼ିଆ ସାହିତ୍ୟରର ଦୃଷ୍ଟି ଗୋଚର ହୋଇଥିଲା. 

 ସ୍ଵାଧୀନତା ସଂଗ୍ରାମ ବେଳେ ଜାତୀୟତା ଭାବ ଉଦ୍ରେକ ପାଇଁ ଆଧୁନିକ ସାହିତ୍ୟ ଓ ଆସନ୍ତା କାଲିର ସାହିତ୍ୟର ଯୁଗ ଦେଖା ଦେଇଛି | ଓଡ଼ିଆ ଭାଷାରେ ଏକ କବିତା ଲେଖି ଦେଶବାସୀଙ୍କ ମନରେ ଜାତୀୟତା ଭାବ ଭରି ଦେଇଥିଲେ କବି ବୀର କିଶୋର ଦାସ | ଆସନ୍ତା କାଲିର ସାହିତ୍ୟର ଧାରା ବହି ଚାଲିଲା ଭଗବତୀ ପାଣିଗ୍ରାହୀ, କବି ସଚ୍ଚି ରାଉତରାୟ, ଅନନ୍ତ ପଟନାୟକ, ମନମୋହନ ମିଶ୍ର ପ୍ରଭୃତି ମାନଂକ ଦ୍ୱାରା |

  ବିଭିନ୍ନ ମୁନୀ ବିଭିନ୍ନ ମତ | ଓଡ଼ିଆ ସାହିତ୍ୟର ଇତିହାସକୁ ମଧ୍ୟ କିଛି ବିଭିନ୍ନ ଭାଗରେ ବିଭକ୍ତ କରିଛନ୍ତି – ତଥା ପ୍ରାକ ସାରଳା ଓ ପୁରାଣ ସାହିତ୍ୟ, ସନ୍ଥ ସାହିତ୍ୟ, ରୀତି ସାହିତ୍ୟ ଯୁଗ ଉପେନ୍ଦ୍ର ଯୁଗ ପର୍ଯ୍ୟନ୍ତ ଓ ତାଙ୍କ ପରବର୍ତ୍ତୀ, ପ୍ରାଚୀନ ଗୀତି ଓ ଚୌପଦି ସାହିତ୍ୟ, ପ୍ରାଚୀନ ଗଦ୍ୟ ସାହିତ୍ୟ ଓ ଆଧୁନିକ କାବ୍ୟ କବିତା, ଆଧୁନିକ ନାଟକ ସାହିତ୍ୟ ଓ କଥା ସାହିତ୍ୟ(ଗଳ୍ପ ଓ ଉପନ୍ୟାସ), ଆଧୁନିକ ଗଦ୍ୟ ସାହିତ୍ୟ(ପ୍ରବନ୍ଧ, ସମାଲୋଚନା ଓ ରମ୍ୟ ରଚନା, ବୈଜ୍ଞାନିକ, ଆତ୍ମଚରିତ ଓ ଭ୍ରମଣ କାହାଣୀ).

  କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ କବି ଜୀବନାନନ୍ଦ ପାଣି, ଶ୍ରୀଚନ୍ଦନ, କବିସମ୍ରାଟ ବଳଦେବ ରଥ, ଦୀନକୃଷ୍ଣ ଦାସ, ଗୋପାଳକୃଷ୍ଣ ପଟ୍ଟନାୟକ ଇତ୍ୟାଦି କବିଙ୍କ ଲେଖାରେ ଅସଂଖ୍ୟ ଆଧୁନିକ, ଓଡିଶୀ, ଛାନ୍ଦ, ଚମ୍ପୁ, ଭଜନ, ଜଣାଣ ବଳରେ ଓଡିଶା ସାହିତ୍ୟର ଧାରା ଗଡି ଚାଲିଛି ଓ ଚାଲିଥିବ |

                              ଚିତ୍ତ ରଂଜନ ନନ୍ଦ

                             ଆଡଭୋକେଟ ଓଡିଶା ହାଇକୋର୍ଟ
                                          ଜଗତପୁର, କଟକ

Related posts

ଆଜି ଦିବସର ଅନୁଚିନ୍ତା : ୩୧ ଜାନୁୟାରୀ: ବିଶ୍ୱ, ଭାରତ ଓ ଓଡ଼ିଶାର ଇତିହାସରେ ଏକ ସ୍ମରଣୀୟ ଦିନ

Sunil Chandra Nayak

ରାଜକିଶୋର ବାରିକ ଙ୍କ ଆଲେଖ୍ୟ ଜାତୀୟ ଶିକ୍ଷା ଦିବସ

masiha

ନଳିନୀ ପ୍ରଭା ମିଶ୍ର  ଙ୍କ ପ୍ରବନ୍ଧ = ସ୍ଵଭାବ କବି ଗଙ୍ଗାଧର ମେହେର

Sunil Chandra Nayak

Leave a Comment

error: Content is protected !!