ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ରେ ଧୁମଧାମରେ ପାଳନ ଖ୍ରୀଷ୍ଟମାସ ପର୍ବ

ନବରଙ୍ଗପୁର—(ମସିହା) ସାରା ପୃଥିବୀରେ ପାଳନ କରାଯାଉଛି ଖ୍ରୀଷ୍ଟମାସ ପର୍ବ ।ଏହି ପର୍ବ ଆଜି ନବରଙ୍ଗପୁର ଜିଲ୍ଲାରେ ତଥା ସହରରେ ମଧ୍ୟ ଧୁମଧାମରେ ପାଳନ କରାଯାଇଛି ।ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଏହି ପର୍ବକୁ ବଡ଼ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଯୀଶୁଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ଭାବେ ବିଶ୍ୱାସ କରିଥାନ୍ତି ଖ୍ରୀଷ୍ଟ ଧର୍ମର ଲୋକମାନେ ।ଜିଲ୍ଲାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ୨୦୧୯ ମସିହାରୁ କରୋନା କଟକଣା ଯୋଗୁଁ ଯୀଶୁଙ୍କ ଜନ୍ମଦିନ ସାମୁହିକ ଭାବେ ପ୍ରାର୍ଥନା କରି ପାରୁ ନ ଥିଲେ ।ଏବର୍ଷ ସମସ୍ତେ ଚର୍ଚ୍ଚରେ ଏକତ୍ର ହୋଇ ଯୀଶୁଙ୍କ ଠାରେ ପ୍ରାର୍ଥନା କରିବାକୁ ସୁଯୋଗ ପାଇଥିବା ହେତୁ ସମସ୍ତେ ଆନନ୍ଦରେ ଏହି ପର୍ବ ପାଳନ କରିଛନ୍ତି ।ପାଳକ ମାନେ ବାଇଵେଲ ପଠନ କରିବା ସହିତ ଲୋକଙ୍କୁ ଯୀଶୁଙ୍କ ବିଷୟରେ କହିଥାନ୍ତି । ଡିସେମ୍ବର ୨୪ ରୁ ୨୫ ପର୍ଯ୍ୟନ୍ତ ଏହି ଖ୍ରୀଷ୍ଟମାସ ପର୍ବ କରାଯାଏ ।ଆଜି ଦିନରେ ସମସ୍ତେ ନୂଆ ଡ୍ରେସ ସହିତ ପିଠା ପଣା ଓ ଯୀଶୁଙ୍କ ଗୀତକୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ କରାଯାଏ ।ଆଜି ଦିନରେ ବହୁତ ଖୁସିରେ ରହିଥିବା ଦେଖିବାକୁ ମିଳିଥିଲା ।ପୃଥିବୀର ଶାନ୍ତି ଓ ଖୁସି ପାଇଁ ଏହି ସମ୍ପ୍ରଦାୟର ଲୋକେ ଯଥାର୍ଥ ଭାବେ ଯୀଶୁଙ୍କ ଠାରେ ସାମୁହିକ ଭାବେ ପ୍ରାର୍ଥନା କରିଥାନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥି 

masiha

ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା କୁ ନେଇଁ ଛାତ୍ରଛାତ୍ରୀ ହୋ ହଲା

masiha

ନୂଆପଡାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!