ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ର ବିଭିନ୍ନ ସ୍ଥାନରେ ବଡ଼ଦିନ ପାଳନ ସହ ଉତ୍ସବ ମୁଖର ପୁରପଲ୍ଲୀ 

କୋଷାଗୁମୁଡ଼ା,୨୫।୧୨ (ମନିସ ) ଆଜି ହେଉଛି ପବିତ୍ର ବଡଦିନ । ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ସମସ୍ତଙ୍କ ମନରେ ଖୁସି ଓ ଉଲ୍ଲାସ ।ସେଥିପାଇଁ ଚିକମିକ ଆଲୁଅରେ ଝଲସୁଛି ସମସ୍ତ ପ୍ରାର୍ଥନା ଗୃହ । ରଙ୍ଗବେରଙ୍ଗର ଷ୍ଟାର ସହ ଚିକମିକ ଜରିରେ ଝଲସୁଛି ଗୀର୍ଜା ଗୃହ । ବଡ଼ଦିନ କୁ ସମଗ୍ର ବିଶ୍ୱ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମଧ୍ୟ ମହା ଆଡମ୍ବରରେ ରବିବାର ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଖ୍ରୀଷ୍ଟିମାସ ପର୍ବ ଟି ଫିକା ପଢିଥିବା ବେଳେ ଚଳିତ ବର୍ଷ କିନ୍ତୁ ଧୁମଧାମରେ ପାଳିତ ହୋଇଛି । କୋଷାଗୁମୁଡ଼ା ବ୍ଲକ ର ବିଭିନ୍ନ ଅଞ୍ଚଳ କେରଲା ,ବଡ ଆମ୍ବଢା, ବିଞ୍ଜିଲି, ନେଇଗା, ରାମପାଲି,ପୂଜାରିଗୁଡା, କୋଡ଼ିଙ୍ଗା ,କଣ୍ଡାପୁରୀ ,ବି.ଏମ ସେମଲା ,ବନ୍ଦୀଗୁଡା ଆଦି ଅଞ୍ଚଳର ଚର୍ଚ୍ଚ ମାନଙ୍କରେ ବଡ଼ଦିନକୁ ମହା ସମରହରେ ପାଳନ କରାଯାଇଥିବା ନଜରରେ ଆସିଛି । ଶନିବାର ରାତ୍ର ଠାରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା ।ଏହି ଅବସରରେ ପ୍ରଥମେ ଚର୍ଚ୍ଚ ମାନଙ୍କରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଏକତ୍ରିତ ହୋଇ ବିଶ୍ୱ କଲ୍ୟାଣ ପାଇଁ ସାମୁହିକ ପ୍ରାର୍ଥନା କରିଥିଲେ ପରେ ଚର୍ଚ୍ଚର ପାଳକ ମାନେ ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ ପ୍ରଭୁ ଯୀଶୁଙ୍କ ଜନ୍ମର ଶୁଭ ବାର୍ତ୍ତା ସମସ୍ତ ଙ୍କୁ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଆନନ୍ଦ ଉଲ୍ଲାସର ସହ ଖ୍ରୀଷ୍ଟମାସ କେକ କଟାଯାଇଥିଲା।କେକ ସହ ଚକୋଲେଟ ବଣ୍ଟନ କରାଯାଇଥିଲା। ସମସ୍ତଙ୍କ ଦ୍ବାରା ଭକ୍ତି ସଙ୍ଗୀତ ଗାନ କରିବା ସହ କୁନି କୁନି ଛୁଆମାନଙ୍କ ନୃତ୍ୟ ଓ ସ୍ୱର୍ଣ୍ଣମୟ ବାକ୍ୟ ପରିବେଷଣ କରାଯାଇଥିଲା।

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ପ୍ରଫେସର ଡ଼ଃ ଶଶିକାନ୍ତ ଆଚାର୍ଯ୍ୟ ଙ୍କ ବିୟୋଗ 

masiha

ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସଭା ଓ ଶୋଭାଯାତ୍ରା

masiha

କୁସୁମି ବ୍ଳକରେ ଟିପିଏନଓଡିଏଲ ପକ୍ଷରୁ ଜନପ୍ରତିନିଧିଙ୍କୁ ନେଇ ସଚେତନତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!